• About Us
  • Contact Us
Saturday, July 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବଡ଼ ଏକାଦଶୀରେ ଟାଉନ କ୍ଲବର ୪୦ତମ ଭଜନ ସମାରୋହ : ଭକ୍ତିରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

by Voice of Victims
July 25, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ବଡ଼ ଏକାଦଶୀରେ ଟାଉନ କ୍ଲବର ୪୦ତମ ଭଜନ ସମାରୋହ : ଭକ୍ତିରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

ରଣପୁର, ୨୫/୦୭ : ପବିତ୍ର ବଡ଼ ଏକାଦଶୀ ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ଭକ୍ତି, ସଙ୍ଗୀତ ଓ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଥିଲା। ଟାଉନ କ୍ଲବ ଆନୁକୂଲ୍ୟରେ ପଞ୍ଚୁଦୋଳ ପଡ଼ିଆସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ରଥ ସମ୍ମୁଖରେ ଆୟୋଜିତ ୪୦ତମ ଭଜନ ସମାରୋହ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଓ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଥିଲା।

ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜ, ସୌଜନ୍ୟା ରଥ, ପିନାକୀ ନାୟକ, ନିଶି ପ୍ରଧାନ, ସତ୍ୟଜିତ, ଅର୍ଚ୍ଚନା ଏବଂ ସତ୍ୟନାରାୟଣ ମହାପାତ୍ର ପ୍ରମୁଖ ନିଜ ନିଜ ସୁମଧୁର କଣ୍ଠରେ ଭକ୍ତିମୟ ଭଜନ ପରିବେଷଣ କରି ସମଗ୍ର ପରିବେଶକୁ ଭକ୍ତିରସରେ ଭରିଦେଇଥିଲେ। ପ୍ରତ୍ୟେକ ଭଜନରେ ଉପସ୍ଥିତ ଭକ୍ତମାନେ ଭାବବିହ୍ୱଳ ହୋଇ କାଳିଆ ସାଆନ୍ତଙ୍କ ନାମସ୍ମରଣରେ ମଗ୍ନ ହୋଇଯାଇଥିଲେ। ଏହି ଅବସରରେ ସୁପ୍ରସିଦ୍ଧ ପ୍ରବଚକ ମନୋଜ ପ୍ରଧାନ ରଣପୁରର ଗୌରବମୟ ଐତିହ୍ୟ, ସମୃଦ୍ଧ ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରା ଉପରେ ଏକ ସାରଗର୍ଭକ ଓ ପ୍ରେରଣାଦାୟକ ପ୍ରବଚନ ପ୍ରଦାନ କରିଥିଲେ। ତାଙ୍କ ବକ୍ତବ୍ୟ ଉପସ୍ଥିତ ଶ୍ରୋତାମାନଙ୍କୁ ରଣପୁରର ଐତିହ୍ୟ ପ୍ରତି ଅଧିକ ଗର୍ବ ଓ ସଚେତନତା ସୃଷ୍ଟି କରିବା ସହ ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା।

ଏହି ଭବ୍ୟ କାର୍ଯ୍ୟକ୍ରମକୁ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁରର ବିଧାୟିକା ସୁରମା ପାଢ଼ୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସାଂସଦଙ୍କ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ସ୍ଥାନୀୟ ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ଥାନା ଅଧିକାରୀ ଆଶିଷ ଦେବ ସାହୁଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ରହି ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ।

ରାତି ବିଳମ୍ବ ପର୍ଯ୍ୟନ୍ତ ଚାଲିଥିବା ଏହି ଭଜନ ସମାରୋହରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସହ ଭକ୍ତି ସଙ୍ଗୀତର ଅମୃତ ରସ ଆସ୍ୱାଦନ କରିଥିଲେ। ଶୃଙ୍ଖଳିତ ପରିବେଶ, ସୁନ୍ଦର ମଞ୍ଚ ସଜ୍ଜା ଓ ଭକ୍ତମାନଙ୍କ ଅପୂର୍ବ ସମାଗମ କାର୍ଯ୍ୟକ୍ରମକୁ ସ୍ମରଣୀୟ କରିଥିଲା।ଟାଉନ କ୍ଲବର ସଭାପତି ଦୀପ୍ତି ରଞ୍ଜନ ମହାପାତ୍ର ଓ ସମ୍ପାଦକ ସନ୍ତୋଷ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟଙ୍କ ନିଷ୍ଠାପୂର୍ଣ୍ଣ ସହଯୋଗ ଓ ସୁପରିଚାଳନା ଫଳରେ ୪୦ତମ ଭଜନ ସମାରୋହ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଭକ୍ତିମୟ ଆୟୋଜନ ରଣପୁରର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ପୁଣିଥରେ ଉଜାଗର କରିଛି।

Post Views: 31
Share200Tweet125Send
Voice of Victims

Voice of Victims

Recent Posts

  • ଶଙ୍ଖକ୍ଷେତ୍ର ଫାଉଣ୍ଡେସନର ବଡ ଦାଣ୍ଡରେ ରନ୍ଧାଖାଦ୍ୟ ପରିବେଷଣ ସେବା
  • ବଡ଼ ଏକାଦଶୀରେ ଟାଉନ କ୍ଲବର ୪୦ତମ ଭଜନ ସମାରୋହ : ଭକ୍ତିରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର
  • ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ଜଟିଳ ପ୍ରକ୍ରିୟା : ୧୦ ମାସର ଶିଶୁର ଜୀବନ ବଂଚାଇଲେ ଡାକ୍ତର
  • ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍?: ସଞ୍ଜୟ ରାଉତଙ୍କ ବଡ଼ ଦାବି 
  • ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ବଡ଼ ନିଷ୍ପତ୍ତି: ପ୍ରତିବାଦ ଶେଷ ଘୋଷଣା କଲା CJP

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In