• About Us
  • Contact Us
Saturday, July 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶଙ୍ଖକ୍ଷେତ୍ର ଫାଉଣ୍ଡେସନର ବଡ ଦାଣ୍ଡରେ ରନ୍ଧାଖାଦ୍ୟ ପରିବେଷଣ ସେବା

by Voice of Victims
July 25, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ଶଙ୍ଖକ୍ଷେତ୍ର ଫାଉଣ୍ଡେସନର ବଡ ଦାଣ୍ଡରେ ରନ୍ଧାଖାଦ୍ୟ ପରିବେଷଣ ସେବା

ପୁରୀ (ଭିଓଭି): ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା ଅବସରରେ ପୁରୀର ଅଗ୍ରଣୀ ଅନୁଷ୍ଠାନ ଶଙ୍ଖକ୍ଷେତ୍ର ଫାଉଣ୍ଡେସନ ତରଫରୁ ବଡଦାଣ୍ଡରେ ରନ୍ଧାଖାଦ୍ୟ ଏବଂ ପିଇବା ପାଣି ବୋତଲ ପରିବେଷଣ କରାଯାଇଥିଲା। ସଂଗଠନର ସଦସ୍ୟ ମାନେ ପୂର୍ବଦିନ ରାତ୍ରି ଉଜାଗର ରହି ଖାଦ୍ୟ ପ୍ରସ୍ତୁତ କରି ସକାଳ ଛଅଟା ରୁ ଶରଧାବାଲିରେ ବଉଳ ମଠ ନୂଆସାହି ନିକଟରେ ଶ୍ରଦ୍ଧାଳୁ ମାନଙ୍କୁ ଖାଦ୍ୟ ପରିବେଷଣ କରିଥିଲେ। ଖାଦ୍ୟର ମାନ ପରୀକ୍ଷଣ ପାଇଁ ପ୍ରଶାସନ ତରଫରୁ ନିଯୁକ୍ତ ଅଧିକାରୀ ମାନେ ରନ୍ଧା ଖାଦ୍ୟର ମାନ ପରୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଥିଲେ।

ସଂଗଠନର ବରିଷ୍ଠ ଉପଦେଷ୍ଟା ରତନ କୁମାର ଦାସ, ଡାଃ ରଶ୍ମିରଞ୍ଜନ ମହାରଥା, ସମ୍ପାଦିକା ଗୀତାଶ୍ରୀ ପଟ୍ଟନାୟକ, କୋଷାଧ୍ୟକ୍ଷ ରେଣୁବାଳା ଜୟସିଂହ ଏବଂ ଡାଃ ଗୋପାଳ ଚନ୍ଦ୍ର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଅଞ୍ଜଳି ସ୍ଵାଇଁ, ଶିବ ଭୂଷଣ ବରାଳ, ସନ୍ତୋଷ ପ୍ରଧାନ, ସୌଦାମିନୀ ଜୟସିଂହ, ଝରଣା ପତି, ଅନୁସୟା ମହାପାତ୍ର, ଲିଲି ପରିଡା, ନିହାରିକା କାଠୁଆ, ଗୁଡି କରଣ, ଶୁଭଶ୍ରୀ ପଟ୍ଟନାୟକ, ଜୟଲକ୍ଷ୍ମି ରାଉତରାୟ, ଲିପା ବରାଳ, ରଶ୍ମି ନାୟକ, ସ୍ମିତାଞ୍ଜଳି ମହାନ୍ତି, ପ୍ରମିଳା ସାହୁ, ପ୍ରିୟଙ୍କା ହାତୀ, ପ୍ରଦ୍ୟୁମ୍ନ ମହାନ୍ତି, ପ୍ରୀତି ତ୍ରିପାଠୀ, ଲିଟୁ ସାହୁ ପ୍ରମୁଖ ସଦସ୍ୟ ମାନେ ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ।

ରଥଯାତ୍ରା ସମୟରେ ବଡ ଦାଣ୍ଡରୁ ଜଳଖିଆ ଦୋକାନ ଗୁଡିକ ଉଠି ଯାଇଥିବାରୁ ଶ୍ରଦ୍ଧାଳୁ ମାନଙ୍କ ଖାଦ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁଷ୍ଠାନ ତରଫରୁ ପ୍ରତ୍ୟେକ ବର୍ଷ ସ୍ଵେଚ୍ଛାକୃତ ଭାବେ ଶ୍ରଦ୍ଧାଳୁ ମାନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଏବଂ ପିଇବା ପାଣି ଯୋଗାଇ ଦିଆଯାଇଥାଏ ବୋଲି ଅନୁଷ୍ଠାନର ସଭାପତି ଡଃ ପ୍ରଧାନ ଧୀରେନ୍ ରାୟ ଏବଂ ଉପଦେଷ୍ଟା ଲଲାଟେନ୍ଦୁ ମିଶ୍ର ପ୍ରକାଶ କରିଛନ୍ତି।

Post Views: 29
Share202Tweet126Send
Voice of Victims

Voice of Victims

Recent Posts

  • ଶଙ୍ଖକ୍ଷେତ୍ର ଫାଉଣ୍ଡେସନର ବଡ ଦାଣ୍ଡରେ ରନ୍ଧାଖାଦ୍ୟ ପରିବେଷଣ ସେବା
  • ବଡ଼ ଏକାଦଶୀରେ ଟାଉନ କ୍ଲବର ୪୦ତମ ଭଜନ ସମାରୋହ : ଭକ୍ତିରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର
  • ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ଜଟିଳ ପ୍ରକ୍ରିୟା : ୧୦ ମାସର ଶିଶୁର ଜୀବନ ବଂଚାଇଲେ ଡାକ୍ତର
  • ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍?: ସଞ୍ଜୟ ରାଉତଙ୍କ ବଡ଼ ଦାବି 
  • ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ବଡ଼ ନିଷ୍ପତ୍ତି: ପ୍ରତିବାଦ ଶେଷ ଘୋଷଣା କଲା CJP

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In