• About Us
  • Contact Us
Thursday, July 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବନ୍ୟା ବିତ୍ପାତ: ଏବେ ସୁଦ୍ଧା ଗଲାଣି ୭୫ ଜଣଙ୍କ ଜୀବନ, ୩ ଲକ୍ଷ ଲୋକ ପ୍ରଭାବିତ

by Voice of Victims
July 30, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ବନ୍ୟା ବିତ୍ପାତ: ଏବେ ସୁଦ୍ଧା ଗଲାଣି ୭୫ ଜଣଙ୍କ ଜୀବନ, ୩ ଲକ୍ଷ ଲୋକ ପ୍ରଭାବିତ

ଆସାମରେ ବନ୍ୟାସ୍ଥିତି ଭୟଙ୍କର ହୋଇଛି । ଗତ ୨୪ ଘଣ୍ଟାରେ ଆଉ ୭ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ପ୍ରାୟ ସାଢ଼େ ୩ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ୭ ଜିଲ୍ଲା ଜଳମଗ୍ନ ରହିଛି। ସେଠାରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆସାମ ସରକାର ମୃତକଙ୍କ ପରିବାରକୁ ଦିଆଯିବାକୁ ଥିବା ଅନୁକମ୍ପା ରାଶିକୁ ୪ ଲକ୍ଷ ଟଙ୍କାରୁ ୯ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥିସହ ସହାୟତା ରାଶି ପାଇବା ନିୟମ ମଧ୍ୟ କୋହଳ କରିଛନ୍ତି । ଏଥିସହ ୪ ଜିଲ୍ଲାର ସର୍ବଧୂକ ପ୍ରଭାବିତ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।

ଆସାମ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜ୍ୟର ଶିବସାଗର, ଗୋଲାଘାଟ, ଜୋରହାଟ, ଚରାଇଦେବ, ନଙ୍ଗାବ, ସୋନିତପୁର, କାମରୁମ ମେଟ୍ରୋପଲିଟାନ ସମେତ ୭ ଜିଲ୍ଲା ବନ୍ୟାର ଶିକାର ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ୬୨୨ ଗ୍ରାମ ପାଣିରେ ବୁଡ଼ିରହିଛି। ଚରାଇଦେବରେ ସର୍ବାଧିକ ୧.୪୨ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୪୫ ହଜାର ୩୪୧ ହେକ୍ଟର ଜମିରେ ଲାଗିଥିବା ଫସଲ ବନ୍ୟା ପାଣିରେ ବୁଡ଼ିଛି। ପ୍ରଭାବିତ ଅଞ୍ଚଳରେ ୮୧ କ୍ୟାମ୍ପ୍ ବନାଯାଇଛି। ସେଠାରେ ୩୨ ହଜାର ୪୭୭ ଲୋକ ଆଶ୍ରୟ ନେଇଛନ୍ତି। ଭାରତୀୟ ବାୟୁ ସେନା, ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ସମେତ ବିଭିନ୍ନ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଉତ୍ତରାଖଣ୍ଡରେ ବିତ୍ପାତ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରେ ଚାରଧାମ ଯାତ୍ରା ୨ ଦିନ ପାଇଁ ବନ୍ଦ ରଖାଯାଇଛି। ହେମକୁଣ୍ଡ ଯାତ୍ରାକୁ ମଧ୍ୟ ଅସ୍ଥାୟୀ ଭାବେ ରୋକାଯାଇଛି। ଭୂସ୍ଖଳନ, ପାହାଡ଼ରୁ ପଥର ଖସିବା କାରଣରୁ ସାରା ରାଜ୍ୟରେ ଅନ୍ୟୁନ ୧୧୧ ରାସ୍ତା ବନ୍ଦ ହୋଇଯାଇଛି। ଡେରାଡୁନର 0ମାଲଦେବତାରେ ସର୍ବାଧିକ ୨୩୩ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ଡେରାଡୁନ୍ ସହରରେ ୧୯୪.୫ ମିଲି, ଜଲି ଗ୍ରାଣ୍ଟରେ ୧୭୨.୨ମିଲି, ମସୁରୀରେ ୧୬୩ ମିଲି ବର୍ଷା ହୋଇଛି।

କେତେକ ସ୍ଥାନରେ କିଛି ଘର ଭୁସୁଡ଼ି ପଡ଼ିଛି। ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ପାହାଡ଼ିଆ ଅଞ୍ଚଳକୁ ଅନାବଶ୍ୟକ ଭାବେ ନ ଯିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି। ସେହିପରି ପ୍ରବଳ ବର୍ଷା ଯୋଗୁ ଗୁଜରାଟରେ ଟାଟା ମୋଟର୍ସର ସାନନ୍ଦ ପ୍ଲାଣ୍ଟ ଏବଂ ଆଖପାଖ ସପ୍ଲାୟର ୟୁନିଟ୍ ବନ୍ଦ କରାଯାଇଛି। ଛତିଶଗଡ଼ରେ ବଜ୍ରପାତ ଯୋଗୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ଗରିୟାବଦ ଜିଲ୍ଲାରେ ଲଗାତର ୪ ଦିନ ହେଲା ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

Post Views: 23
Share197Tweet123Send
Voice of Victims

Voice of Victims

Recent Posts

  • ଆଇପିଏସ୍ ଅଧିକାରୀ ଡ଼ି.ଏସ୍‌.କୁଟ୍ଟେ ଓ ଆଶିଷ କୁମାର ସିଂହଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ବବି ଦାସଙ୍କ ସରକାରୀ କ୍ୱାର୍ଟରରେ ବେଆଇନ ବଙ୍ଗଳା ନିର୍ମାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଓସା
  • ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା, ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମାନପତ୍ର, ଟ୍ରଫି ଓ ୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ
  • ବନ୍ୟା ବିତ୍ପାତ: ଏବେ ସୁଦ୍ଧା ଗଲାଣି ୭୫ ଜଣଙ୍କ ଜୀବନ, ୩ ଲକ୍ଷ ଲୋକ ପ୍ରଭାବିତ
  • କୋଇଲା ବ୍ଲକ ଆବଣ୍ଟନ, ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ
  • ୪ ଜିଲ୍ଲାରେ ସ୍କୁଲ ଛୁଟି, ଘୋଷଣା କଲେ ଜିଲ୍ଲା ପ୍ରଶାସନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In