• About Us
  • Contact Us
Thursday, July 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କୋଇଲା ବ୍ଲକ ଆବଣ୍ଟନ, ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ

by Voice of Victims
July 30, 2026
in ଦେଶ ବିଦେଶ, ମୁଖ୍ୟ ଖବର
କୋଇଲା ବ୍ଲକ ଆବଣ୍ଟନ, ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆଶ୍ବସ୍ତି ମିଳିଛି । ତାଙ୍କ ବିରୋଧରେ ଚାଲୁଥିବା ଆପରାଧିକ ମାମଲାକୁ ବୁଧବାର ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ସିବିଆଇ ଦାଖଲ କରିଥିବା କ୍ଲୋଜର ରିପୋର୍ଟକୁ ଗ୍ରହଣ କରି ସୁପ୍ରିମକୋର୍ଟ ମନମୋହନ ସିଂହ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ଦେଇଛନ୍ତି । ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଜୟମାଲା ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ସିବିଆଇର କ୍ଲୋଜର ରିପୋର୍ଟକୁ ଗ୍ରହଣ କରିଥିଲେ ।

କୋର୍ଟ କହିଛନ୍ତି ଯେ, ସିବିଆଇର କ୍ଲୋଜର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିବା ଏବଂ ତାଙ୍କ ବିରୋଧରେ ଯାଞ୍ଚ କରିବାର କୌଣସି ଯଥାର୍ଥତା ନାହିଁ । କୋର୍ଟ ଏହି ମାମଲକୁ ଶେଷ କରିଦେଇଛନ୍ତି । କୋଇଲା ବ୍ଲକ ଆବଣ୍ଟନ ମାମଲାରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ବତନ୍ତ୍ର ସିବିଆଇ ଅଦାଲତ ଠାରୁ ଜାରି କରିଥିବା ସମନକୁ ନେଇ ୨୦୧୫ରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ପ୍ରଥମ ଶୁଣାଣିରେ ମନମୋହନ ସିଂଙ୍କୁ ଆଶ୍ବସ୍ତି ଦେଇ ସମନ ଉପରେ ରୋକ୍ ଲଗାଇଥିଲେ । ମନମୋହନ ସିଂହଙ୍କ ମୃତ୍ୟୁର ଦେଢ଼ ବର୍ଷରୁ ଅଧିକ ସମୟ ବିତିବା ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ମନମୋହନଙ୍କ ମୃତ୍ୟୁ ୨୬ ଡିସେମ୍ବର ୨୦୨୪ରେ ହୋଇଥିଲା ।

ସୁପ୍ରିମକୋର୍ଟ କହିଛନ୍ତି, ସିବିଆଇ ଏହି ମାମଲାରେ ଦୁଇଟି କ୍ଲୋଜର ରିପୋର୍ଟ ଦାଖଲ କରିବା ସତ୍ତ୍ୱେ ସ୍ୱତନ୍ତ୍ର କୋର୍ଟ ସିଂହଙ୍କୁ ସମନ ଜାରି କରିଥିଲେ । ଏହାପରେ ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିଥିଲେ । ବୁଧବାର ସିଂହଙ୍କ ଆବେଦନ ଗ୍ରହଣ କରାଯାଇଥିଲା ଏବଂ ମାମଲା ବନ୍ଦ କରାଯାଇଥିଲା ।

ସୂଚନାଯୋଗ୍ୟ, କୋଇଲା ଦୁର୍ନୀତି ଦେଶର ସବୁଠାରୁ ବଡ଼ ଦୁର୍ନୀତି । ୧.୮୬ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଯାଞ୍ଚରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ୨୦୦୪ରୁ ୨୦୦୯ ମଧ୍ୟରେ ୧୦୦ରୁ ଅଧିକ କୋଇଲା ଖଣି ଆବଣ୍ଟନ ହୋଇଥିଲା । ଅଭିଯୋଗ ଥିଲା କି, ଏସବୁ ଖଣି ନିଲାମୀ ପ୍ରକ୍ରିୟାରେ ଅନିୟମିତତା ରହିଥିଲା । ଅନେକ ବଡ଼ କମ୍ପାନୀ ସମେତ ୧୦୦ କମ୍ପାନୀକୁ ବିନା ନିଲାମୀରେ କୋଇଲା ଖଣି ଆବଣ୍ଟିତ କରାଯାଇଥିଲା ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ଆଇପିଏସ୍ ଅଧିକାରୀ ଡ଼ି.ଏସ୍‌.କୁଟ୍ଟେ ଓ ଆଶିଷ କୁମାର ସିଂହଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ବବି ଦାସଙ୍କ ସରକାରୀ କ୍ୱାର୍ଟରରେ ବେଆଇନ ବଙ୍ଗଳା ନିର୍ମାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଓସା
  • ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା, ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମାନପତ୍ର, ଟ୍ରଫି ଓ ୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ
  • ବନ୍ୟା ବିତ୍ପାତ: ଏବେ ସୁଦ୍ଧା ଗଲାଣି ୭୫ ଜଣଙ୍କ ଜୀବନ, ୩ ଲକ୍ଷ ଲୋକ ପ୍ରଭାବିତ
  • କୋଇଲା ବ୍ଲକ ଆବଣ୍ଟନ, ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ
  • ୪ ଜିଲ୍ଲାରେ ସ୍କୁଲ ଛୁଟି, ଘୋଷଣା କଲେ ଜିଲ୍ଲା ପ୍ରଶାସନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In