• About Us
  • Contact Us
Thursday, July 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଇପିଏସ୍ ଅଧିକାରୀ ଡ଼ି.ଏସ୍‌.କୁଟ୍ଟେ ଓ ଆଶିଷ କୁମାର ସିଂହଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ବବି ଦାସଙ୍କ ସରକାରୀ କ୍ୱାର୍ଟରରେ ବେଆଇନ ବଙ୍ଗଳା ନିର୍ମାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଓସା

by Voice of Victims
July 30, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ଆଇପିଏସ୍ ଅଧିକାରୀ ଡ଼ି.ଏସ୍‌.କୁଟ୍ଟେ ଓ ଆଶିଷ କୁମାର ସିଂହଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ବବି ଦାସଙ୍କ ସରକାରୀ କ୍ୱାର୍ଟରରେ ବେଆଇନ ବଙ୍ଗଳା ନିର୍ମାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଓସା


ଭୁବନେଶ୍ୱର, ୩୦ ଜୁଲାଇ ୨୦୨୬ : ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ ୨୦୨୪ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ଆଚରଣବିଧି ଉଲଙ୍ଘନ ସମ୍ବନ୍ଧୀୟ ମାମଲାରେ ଆଇପିଏସ୍ ଅଧିକାରୀ ଶ୍ରୀ ଡ଼ି.ଏସ୍‌.କୁଟ୍ଟେ ଓ ଶ୍ରୀ ଆଶିଷ କୁମାର ସିଂହଙ୍କ ବିରୋଧରେ ଚାଲିଥିବା ବିଭାଗୀୟ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଥିଲେ । ଉପସ୍ଥାପିତ ତଥ୍ୟ ଅନୁଯାୟୀ ୨୮ ମେ ୨୦୨୪ ତାରିଖରେ ଭାରତ ନିର୍ବାଚନ ଆୟୋଗ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ଶ୍ରୀ ଡ଼ି.ଏସ୍‌. କୁଟ୍ଟେଙ୍କୁ ସାଧାରଣ ନିର୍ବାଚନ ପରିଚାଳନାରେ ଅନାବଶ୍ୟକ ହସ୍ତକ୍ଷେପ ଓ ନିର୍ବାଚନ ଆରଚରଣବିଧି ଉଲଙ୍ଘନ କରିଥିବା ଅଭିଯୋଗରେ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ୬ ଜୁନ୍ ୨୦୨୪ରେ ନିର୍ବାଚନ ଆୟୋଗ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିଥିଲେ, ତେବେ ୨୮ ମେ ୨୦୨୪ର ଅନ୍ୟାନ୍ୟ ନିର୍ଦ୍ଦେଶଗୁଡ଼ିକ ପୂର୍ବବତ୍ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରିଥିଲେ । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାଇ ୨୧ ଅଗଷ୍ଟ ୨୦୨୪ରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଶ୍ରୀ ଡ଼ି.ଏସ୍‌.କୁଟ୍ଟେଙ୍କୁ ଚାର୍ଜ ଆର୍ଟିକଲ୍ ସହ କାରଣ ଦର୍ଶାଅ ନୋଟିସ୍ ଜାରି କରି ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ପକ୍ଷ ଦାଖଲ କରିବାକୁ କହିଥିଲା । ସେହିପରି ୬ ଅଗଷ୍ଟ ୨୦୨୪ରେ ଆଇପିଏସ୍ ଅଧିକାରୀ ଆଶିଷ କୁମାର ସିଂହଙ୍କୁ ମଧ୍ୟ ଚାର୍ଜ ଆର୍ଟିକଲ୍ ସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।

ଏହି ପ୍ରକ୍ରିୟାର ଅଗ୍ରଗତି ଜାଣିବା ପାଇଁ ୭ ନଭେମ୍ବର ୨୦୨୪ରେ ସୂଚନା ଅଧିକାର ଆଇନରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗରରେ ଆବେଦନ କରିଥିଲେ । ୧୮ଡ଼ିସେମ୍ବର ୨୦୨୪ରେ ପ୍ରାପ୍ତ ଆରଟିଆଇ ଉତ୍ତର ଅନୁଯାୟୀ ଶ୍ରୀ ଡ଼ି.ଏସ୍‌. କୁଟ୍ଟେ ତାଙ୍କ ଲିଖିତ ପକ୍ଷ ଦାଖଲ କରିନଥିଲେ । କିନ୍ତୁ ଶ୍ରୀ ଆଶିଷ ସିଂହ ୬ ସେପ୍ଟେମ୍ବର, ୨୫ ସେପ୍ଟେମ୍ବର ଓ ୮ ଅକ୍ଟୋବର ୨୦୨୪ରେ ତାଙ୍କ ଲିଖିତ ପକ୍ଷ ଦାଖଲ କରିଥିଲେ । ଏହା ସତ୍ତ୍ୱେ ଉଭୟ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ବିଭାଗୀୟ ପ୍ରକ୍ରିୟା ଚାଲିଥିବାବେଳେ ଶ୍ରୀ ଡ଼ି.ଏସ୍‌. କୁଟ୍ଟେଙ୍କୁ କେନ୍ଦ୍ରୀୟ ଡେପୁଟେସନ ନିଯୁକ୍ତି ପାଇଁ ଅନୁମତି ଦିଆଯାଇଥିଲା । ଗତ ୨୪ ଡ଼ିସେମ୍ବର ୨୦୨୪ରେ ପ୍ରକାଶ ଦାସ ଭାରତର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ପଠାଇ ଉଭୟ ଅଧିକାରୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସୂଚନା ଅଧିକାର ଆଇନ ଅନୁଯାୟୀ, ୩ ଏପ୍ରିଲ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଥିଲା ଯେ ମାମଲାଟିକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି ଏବଂ ମନ୍ତ୍ରଣାଳୟ ୧୭ ଜାନୁଆରୀ ୨୦୨୫ରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ଏହାଛଡ଼ା ୨୨ ଏପ୍ରିଲ ୨୦୨୫ ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ପ୍ରାପ୍ତ ସୂଚନା ଅନୁଯାୟୀ, ମନ୍ତ୍ରଣାଳୟ ୩୦ ଜାନୁଆରୀ ୨୦୨୫ରେ ଓଡ଼ିଶା ସରକାରଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପତ୍ର ପ୍ରେରଣ କରିଥିଲେ ।

ମିଳିଥିବା ତଥ୍ୟ ଅନୁଯାୟୀ, ଏହି ସମସ୍ତ ନିର୍ଦ୍ଦେଶନାମା ସତ୍ତ୍ୱେ ଉଭୟ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଫଳରେ ଆବେଦନକାରୀ ଭାରତୀୟ ନିର୍ବାଚନ ଆୟୋଗ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗର ସଚିବଙ୍କୁ ପ୍ରଶାସନିକ ସେବା ଆଚରଣ ନିୟମାବଳୀ ଅନୁଯାୟୀ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । କିିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ଉଭୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ବରଂ ଉଭୟଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ସେମାନଙ୍କୁ ସୁରକ୍ଷା ଦେଲେ । ସେହିଭଳି ସରକାରୀ କ୍ୱାର୍ଟରକୁ ପାଖାପାଖି ୧୦ କୋଟି ଟଙ୍କା ବ୍ୟୟରେ ନିଜର ଆଲିଶାନ ବଙ୍ଗଳାରେ ପରିଣତ କରିଥିବା ପୂର୍ବତନ ବିଧାୟକ ବବି ଦାସଙ୍କ ବିରୋଧରେ ସାଧାରଣ ପ୍ରଶାସନ ବିଭାଗ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ସତ୍ତ୍ୱେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଲେନାହିଁ । ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ଉପରୋକ୍ତ ପ୍ରସଙ୍ଗକୁ ଉତ୍‌ଥାନ କରି ଉଭୟ ଆପିଏସ୍ ଅଫିସର ଆଶିଷ ସିଂ ଓ ଡି.ଏସ୍ କୁଟ୍ଟେ ଏବଂ ବବି ଦାସଙ୍କ ବିରୋଧରେ ଆସନ୍ତା ୧୫ଦିନ ମଧ୍ୟରେ ଯଦି ଓଡ଼ିଶା ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବା ସହିତ ନ୍ୟାୟିକ ଲଢ଼େଇ ଜୋରଦାର କରାଯିବ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ଚେତାବନୀ ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ, ଶ୍ରୀକାନ୍ତ ପାକଳ, ସୁଧୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Post Views: 21
Share197Tweet123Send
Voice of Victims

Voice of Victims

Recent Posts

  • ଆଇପିଏସ୍ ଅଧିକାରୀ ଡ଼ି.ଏସ୍‌.କୁଟ୍ଟେ ଓ ଆଶିଷ କୁମାର ସିଂହଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ବବି ଦାସଙ୍କ ସରକାରୀ କ୍ୱାର୍ଟରରେ ବେଆଇନ ବଙ୍ଗଳା ନିର୍ମାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଓସା
  • ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା, ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମାନପତ୍ର, ଟ୍ରଫି ଓ ୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ
  • ବନ୍ୟା ବିତ୍ପାତ: ଏବେ ସୁଦ୍ଧା ଗଲାଣି ୭୫ ଜଣଙ୍କ ଜୀବନ, ୩ ଲକ୍ଷ ଲୋକ ପ୍ରଭାବିତ
  • କୋଇଲା ବ୍ଲକ ଆବଣ୍ଟନ, ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ
  • ୪ ଜିଲ୍ଲାରେ ସ୍କୁଲ ଛୁଟି, ଘୋଷଣା କଲେ ଜିଲ୍ଲା ପ୍ରଶାସନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In