• About Us
  • Contact Us
Thursday, August 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସତର୍କତା: ଗୋଟିଏ ଦିନ ପାଇଁ କଡା ନିର୍ଦ୍ଦେଶ ଜାରି କଲେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ

by Voice of Victims
August 6, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସତର୍କତା: ଗୋଟିଏ ଦିନ ପାଇଁ କଡା ନିର୍ଦ୍ଦେଶ ଜାରି କଲେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ

Oplus_16908288

ପୁରୀ: ପୁରୀ ମୁନିସିପାଲିଟି ଅଞ୍ଚଳରେ କେବେ ବନ୍ୟା ହେଲା କେହି ଜାଣି ପାରିଲେନି। ବନ୍ୟାରେ କଣ ସବୁ କ୍ଷତିଗ୍ରସ୍ତ ହୋଇଛି ତା ବି କାହାକୁ ଜଣା ନାହିଁ। କିନ୍ତୁ ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଲାଗି ଅଙ୍ଗନାଡି କେନ୍ଦ୍ରରେ ଜରୁରୀ ଉପସ୍ଥିତ ରହିବା ପାଇଁ ପୁରୀ ମୁନିସିପାଲିଟି ଅଧୀନରେ ଥିବା ସମସ୍ତ ଅଙ୍ଗନବାଡି କର୍ମୀ ମାନଙ୍କୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବିନୋଦିନୀ ତ୍ରିପାଠୀ। ତାହା ପୁଣି କେବଳ ଅଗଷ୍ଟ ସାତ ତାରିଖ ଗୋଟିଏ ଦିନ ପାଇଁ। ମିଳିଥିବା ସୂଚନା ଅନୁସାରେ, ପୁରୀ ମୁନିସିପାଲଟି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ ଚିଠି ନଂ. 1045/dt.06.08.2026 ରେ ପୁରୀ ମୁନିସିପାଲଟି ଅଧୀନରେ ଥିବା ସମସ୍ତ ଅଙ୍ଗନବାଡି କର୍ମୀ ତା. 07.08.2026 ରିଖରେ ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥିତ ରହି ଅଙ୍ଗନବାଡି କେନ୍ଦ୍ରର ସୁପରିଚାଳନା କରିବା ପାଇଁ କଡା ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି। ବନ୍ୟା ପରବର୍ତ୍ତୀ ସ୍ଥିତିରେ ଶିଶୁ ଓ ମହିଳା ମାନଙ୍କର ଉପଯୁକ୍ତ ଯତ୍ନ ଏବଂ ସଚେତନତା ନିମନ୍ତେ ଉକ୍ତ ଦିନ ଟି ଉପସ୍ଥିତ ରହିବା ପାଇଁ ଉକ୍ତ ଚିଠିରେ ଦର୍ଶା ଯାଇଛି।

Oplus_16908288

ଖାଲି ସେତିକି ନୂହେଁ ସମସ୍ତ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଅଙ୍ଗନବାଡି କର୍ମୀଙ୍କ ଉପସ୍ଥିତି ନେଇ ରିପୋର୍ଟ୍ ପ୍ରଦାନ କରିବାକୁ ସମସ୍ତ ମଣ୍ଡଳ ପରିଦର୍ଶିକା ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଙ୍କ ପତ୍ର ସଂଖ୍ୟା 4056/ତା.04.08.2026 ନିର୍ଦ୍ଦେଶ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ବୋଲି ଉକ୍ତ ଚିଠିରେ ଦର୍ଶା ଯାଇଛି। ଗୋଟିଏ ଦିନ ପୂର୍ବରୁ ହଠାତ୍ ଏମିତି କେଉଁ ଜରୁରୀ କାଳୀନ ସ୍ଥିତିରେ ଏବଂ ସେହି ନିର୍ଦ୍ଦିଷ୍ଟ ଗୋଟିଏ ଦିନ ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥିତ ରହିବା ପାଇଁ ଅଙ୍ଗନାଡି କର୍ମୀ ମାନଙ୍କୁ ନିର୍ଦ୍ଦେଶ ଦେବାକୁ ତତ୍ପର ହୋଇ ଉଠିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି। ବିଶେଷ ସୂତ୍ରରୁ ଜଣାପଡିଛି କି, ଅଙ୍ଗନବାଡି କର୍ମୀ ମାନଙ୍କର ବିଭିନ୍ନ ଦାବୀ ପୂରଣ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉକ୍ତ ଦିନ ଶାନ୍ତିପୂର୍ଣ୍ଣ ଧାରଣା ଦେବା ପାଇଁ “ଅଲ ଓଡିଶା ଅଙ୍ଗନବାଡି ୱାର୍କର୍ସ ଆସୋସିଏସନ” ସଜବାଜ ହେଉଥିବାରୁ ତାହାକୁ ଭଣ୍ଡୁର କରିବା ଲାଗି ଏହା ଗୋଟିଏ ଚକ୍ରାନ୍ତ ବୋଲି ଆଲୋଚନା ହେଉଛି।

Post Views: 86
Share200Tweet125Send
Voice of Victims

Voice of Victims

Recent Posts

  • ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା
  • ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
  • ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସତର୍କତା: ଗୋଟିଏ ଦିନ ପାଇଁ କଡା ନିର୍ଦ୍ଦେଶ ଜାରି କଲେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ
  • ମହିଳାଙ୍କୁ ମିଳିବ ସୁନା କଏନ, ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In