ବାଲେଶ୍ଵର ( ଭିଓଭି )୧୫/୮ : – ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଅଞ୍ଚଳ ର ଏକ ଘରୋଇ ବିଦ୍ୟାଳୟ ରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ମିଳିଥିବା ସୂଚନା ଅନୁଯାୟୀ ପତାକା ଉତ୍ତୋଳନ ପାଇଁ ଖେଳ ଶିକ୍ଷକ ଙ୍କ ର କିଛି ଛାତ୍ର ଲୁହାଖୁଣ୍ଟ ପୋତୁଥିଲେ । ଲୁହାଖୁଣ୍ଟ ଟି ବିଦ୍ୟାଳୟ ଉପର ଦେଇ ଯାଇଥିବା ବିଦ୍ୟୁତତାର ସଂସ୍ପର୍ଶରେ ଆସିଯିବା କାରଣରୁ ଶିକ୍ଷକ ଙ୍କ ସମେତ ଛାତ୍ର ମାନେ ଛିଟିକିପଡି ଅଚେତ ହୋଇ ଯାଇଥିଲେ ।
ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ୩ ଜଣ ଛାତ୍ର ଏବଂ ଶିକ୍ଷକଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା । ସେଠାରେ ଡାକ୍ତର ଶିକ୍ଷକ ଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶିକ୍ଷକ ଜଣକ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳ ର ପ୍ରିୟବ୍ରତ ବେହେରା । ଛାତ୍ର ମାନେ ଚିକିତ୍ସାଧିନ ଅଛନ୍ତି । ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
