• About Us
  • Contact Us
Wednesday, August 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

BNSSରେ ପ୍ରଥମ ଘଟଣା, ହାଫିଜ୍ ସୟିଦ୍ ସହ ୬ ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଚାଲିବ ଅପରାଧିକ ମାମଲା

by Voice of Victims
August 19, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
BNSSରେ ପ୍ରଥମ ଘଟଣା, ହାଫିଜ୍ ସୟିଦ୍ ସହ ୬ ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଚାଲିବ ଅପରାଧିକ ମାମଲା

ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ପ୍ରଥମ ଘଟଣା । ଅନୁପସ୍ଥିତ ଆତଙ୍କବାଦୀଙ୍କ ବିରୋଧରେ ବିଚାର ପ୍ରକ୍ରିୟା ଆରମ୍ଭ ।  ବହୁ ଚର୍ଚ୍ଚିତ ମୁମ୍ବାଇ ୨୬/୧୧ ଆକ୍ରମଣରେ ଜଡ଼ିତ ୬ ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଚାଲିବ ଅପରାଧିକ ମାମଲା । ଏହି ୬ ଆତଙ୍କୀଙ୍କ ମଧ୍ୟରେ ସାମିଲ ଅଛି ମୋଷ୍ଟ ୱାଣ୍ଟେଡ୍ ତଥା ମୁମ୍ବାଇ ହାମଲାର ମାଷ୍ଟର୍ ମାଇଣ୍ଡ୍ ହାଫିଜ୍ ସୟିଦ୍ ।

ମୁମ୍ବାଇର ସ୍ପେଶାଲ କୋର୍ଟ ଲସ୍କରର ୬ ପ୍ରମୁଖ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ନୂତନ ନିୟମ BNSS ଧାରା ୩୫୬ ଅନୁଯାୟୀ, ଯଦି କୌଣସି ଅଭିଯୁକ୍ତ ଫେରାର୍ ରହେ ତେବେ ତାଙ୍କ ଅନୁପସ୍ଥିତିରେ ମଧ୍ୟ କୋର୍ଟରେ ମାମଲାର ଶୁଣାଣି ହୋଇପାରିବ। ଏଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ମଧ୍ୟ ରହିଛି।

ହାଫିଜ୍ ସୟିଦ, ଜାକିଉରରେହମାନ ଲଖଭି, ସାଜିଦ୍ ମୀର, ଆବୁ ଅଲକାମା, ଆସିମ୍ ଓରଫ୍ ଅବୁ କ୍ବାହାଫା ଓ ମେଜର ଅବଦୁର ରେହମାନ ପାଶା ବିରୋଧରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି । ମୁମ୍ବାଇ ପୋଲିସ କମିଶନର ଦେବେନ ଭାରତୀ ଓ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଉଜ୍ଜ୍ୱଳ ନିକମ ଏହି ଆଇନଗତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛନ୍ତି ।  ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇ ସ୍ପେଶାଲ ଜଜ୍ ଏସ୍ଆର୍ ନଭାନ୍ଦେର ।

Post Views: 8
Share197Tweet123Send
Voice of Victims

Voice of Victims

Recent Posts

  • BNSSରେ ପ୍ରଥମ ଘଟଣା, ହାଫିଜ୍ ସୟିଦ୍ ସହ ୬ ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଚାଲିବ ଅପରାଧିକ ମାମଲା
  • ୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌
  • ପୁଣି ସୃଷ୍ଟି ହେବ ଲଘୁଚାପ: ୩ ଦିନ ପରେ ବଢିବ ବର୍ଷା
  • ବୈତରଣୀ ନଦୀରେ ପଞ୍ଚମ ବନ୍ୟା, ପ୍ରଭାବିତ ଅଞ୍ଚଳରେ ଆଜି ବନ୍ଦ ରହିବ ସ୍କୁଲ
  • ହର୍ମୁଜ୍‌କୁ ନେଇ ତେଜିଲା ଟେନସନ୍‌, ଓମାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In