ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ପ୍ରଥମ ଘଟଣା । ଅନୁପସ୍ଥିତ ଆତଙ୍କବାଦୀଙ୍କ ବିରୋଧରେ ବିଚାର ପ୍ରକ୍ରିୟା ଆରମ୍ଭ । ବହୁ ଚର୍ଚ୍ଚିତ ମୁମ୍ବାଇ ୨୬/୧୧ ଆକ୍ରମଣରେ ଜଡ଼ିତ ୬ ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଚାଲିବ ଅପରାଧିକ ମାମଲା । ଏହି ୬ ଆତଙ୍କୀଙ୍କ ମଧ୍ୟରେ ସାମିଲ ଅଛି ମୋଷ୍ଟ ୱାଣ୍ଟେଡ୍ ତଥା ମୁମ୍ବାଇ ହାମଲାର ମାଷ୍ଟର୍ ମାଇଣ୍ଡ୍ ହାଫିଜ୍ ସୟିଦ୍ ।
ମୁମ୍ବାଇର ସ୍ପେଶାଲ କୋର୍ଟ ଲସ୍କରର ୬ ପ୍ରମୁଖ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ନୂତନ ନିୟମ BNSS ଧାରା ୩୫୬ ଅନୁଯାୟୀ, ଯଦି କୌଣସି ଅଭିଯୁକ୍ତ ଫେରାର୍ ରହେ ତେବେ ତାଙ୍କ ଅନୁପସ୍ଥିତିରେ ମଧ୍ୟ କୋର୍ଟରେ ମାମଲାର ଶୁଣାଣି ହୋଇପାରିବ। ଏଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ମଧ୍ୟ ରହିଛି।
ହାଫିଜ୍ ସୟିଦ, ଜାକିଉରରେହମାନ ଲଖଭି, ସାଜିଦ୍ ମୀର, ଆବୁ ଅଲକାମା, ଆସିମ୍ ଓରଫ୍ ଅବୁ କ୍ବାହାଫା ଓ ମେଜର ଅବଦୁର ରେହମାନ ପାଶା ବିରୋଧରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି । ମୁମ୍ବାଇ ପୋଲିସ କମିଶନର ଦେବେନ ଭାରତୀ ଓ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଉଜ୍ଜ୍ୱଳ ନିକମ ଏହି ଆଇନଗତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛନ୍ତି । ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇ ସ୍ପେଶାଲ ଜଜ୍ ଏସ୍ଆର୍ ନଭାନ୍ଦେର ।
