• About Us
  • Contact Us
Wednesday, August 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ନିମନ୍ତେ ଡାକ୍ତର ବାନାମ୍ବର ରାୟଙ୍କୁ ‘ଅନରିଙ୍ଗ ଆୱାର ଗୁରୁ’ ସମ୍ମାନ

by Voice of Victims
August 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ନିମନ୍ତେ ଡାକ୍ତର ବାନାମ୍ବର ରାୟଙ୍କୁ ‘ଅନରିଙ୍ଗ ଆୱାର ଗୁରୁ’ ସମ୍ମାନ

ଭୁବନେଶ୍ୱର: କ୍ରିଟିକାଲ୍‌ କେୟାର୍‌ ମେଡିସିନ୍‌ କ୍ଷେତ୍ରରେ ଦୀର୍ଘ ପାଂଚ ଦଶନ୍ଧିର ଅବଦାନ ଓ ସେବା ପାଇଁ ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାରର ସିନିୟର କନସଲଟାଂଟ (କ୍ରିଟିକାଲ୍‌ କେୟାର ମେଡିସିନ୍‌) ଡାକ୍ତର ବାନାମ୍ବର ରାୟଙ୍କୁ ସମ୍ମାନଜନକ ‘ଅନରିଙ୍ଗ ଆୱାର ଗୁରୁ’ ପୁରସ୍କାର ପ୍ରଦାନ କରାଯାଇଛି । ଅଗଷ୍ଟ ୮ ତାରିଖରେ ପୁଣେ ଠାରେ ଅନୁଷ୍ଠିତ ତୃତୀୟ ଇଂଟରନ୍ୟାସନାଲ୍‌ କ୍ରିଟିକାଲ୍‌ କେୟାର ନେଫ୍ରୋଲୋଜି ଆସୋସିଏସନ୍‌ (ସିସିଏନ୍‌ଏ) ସମ୍ମିଳନୀରେ ଡାକ୍ତର ରାୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଗୁରୁତର ଅସୁସ୍ଥ ରୋଗୀଙ୍କ ଚିକିତ୍ସା ଓ ଜୀବନ ରକ୍ଷା କ୍ଷେତ୍ରରେ ତାଙ୍କର ଦୀଘର୍କାଳୀନ ସମର୍ପଣ ଓ ନିଷ୍ଠାକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ସମ୍ମାନ ପାଇବା ପରେ ନିଜର ଅନୁଭୂତି ବ୍ୟକ୍ତ କରି ଡାକ୍ତର ରାୟ କହିଛନ୍ତି ଯେ ଯେଉଁ ସଂଗଠନ ସହିତ ତାଙ୍କର ପ୍ରତ୍ୟକ୍ଷ ସଂପର୍କ ନଥିଲା, ସେହି ସଂଗଠନ ପକ୍ଷରୁ ଏଭଳି ସମ୍ମାନ ପାଇବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ଆଇସିୟୁରେ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା ପାଇଁ ତାଙ୍କର ଆଜୀବନ ସମର୍ପଣକୁ ସ୍ୱୀକୃତି ମିଳିଥିବାରୁ ସେ ଏହି ସମ୍ମାନକୁ ନମ୍ରତାର ସହ ଗ୍ରହଣ କରିଛନ୍ତି । “ଯେଉଁ ସଂଗଠନ ସହିତ ମୋର କୌଣସି ପ୍ରତ୍ୟକ୍ଷ ସଂର୍ପକ ନଥିଲା, ସେହି ସଂଗଠନଠାରୁ ଏହି ସମ୍ମାନ ପାଇ ମୁଁ ଅତ୍ୟନ୍ତ ଗୌରବାନ୍ୱିତ । ଆଇସିୟୁରେ ରୋଗୀଙ୍କ ଜୀବନ ରକ୍ଷା ପାଇଁ ମୋର ଆଜୀବନ ସମର୍ପଣ ଓ ପ୍ରତିବଦ୍ଧତା ବିଷୟରେ ସେମାନେ ଜାଣିଥିବାରୁ ଏହି ସ୍ୱୀକୃତି ମୋ ପାଇଁ ଅତ୍ୟନ୍ତ ନମ୍ରତାର ବିଷୟ,” ଡାକ୍ତର ରାୟ କହିଛନ୍ତି ।

ସେ ଏହି ସମ୍ମାନକୁ ତାଙ୍କର ପାଂଚ ଦଶନ୍ଧିର ସେବା ଯାତ୍ରାରେ ସାଥୀ ହୋଇଥିବା ଅସଂଖ୍ୟ ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାଙ୍କୁ ଉତ୍ସର୍ଗ କରିଛନ୍ତି । ଡାକ୍ତର ରାୟ ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାର ଏବଂ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଅ) ଡିମ୍ଡ୍‌ ଟୁ ବି ୟୁନିଭର୍ସିଟି ପକ୍ଷରୁ ମିଳିଥିବା ନିରନ୍ତର ସମର୍ଥନ ଓ ପ୍ରୋତ୍ସାହନ ପାଇଁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଗୁରୁତର ରୋଗୀଙ୍କୁ ସର୍ବୋତମ ଚିକିତ୍ସା ପ୍ରଦାନ କରିବା ତାଙ୍କ ମିଶନ୍‌ରେ ଏହି ଦୁଇ ସଂସ୍ଥାର ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । “ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାର ଏବଂ ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟି ମୋର ଏହି ମିଶନ୍‌ରେ ସର୍ବୋତମ ପ୍ରୟାସ କରିବା ପାଇଁ ମୋତେ ସମସ୍ତ ପ୍ରକାରର ସମର୍ଥନ ଦେଇଛନ୍ତି । ତେଣୁ ଏହି ପୁରସ୍କାରରେ ମଧ୍ୟ ମୁଁ ସେମାନଙ୍କର ଅବଦାନର ଛାପ ଦେଖୁଛି” ବୋଲି ସେ କହିଛନ୍ତି । ଏହି ‘ଅନରିଙ୍ଗ ଆୱାର ଗୁରୁ’ ସମ୍ମାନ ଡାକ୍ତର ରାୟଙ୍କ ପାଂଚ ଦଶନ୍ଧିର କ୍ରିଟିକାଲ୍‌ କେୟାର ମେଡିସିନ୍‌ ବିଭାଗରେ ସେବା, ଜୀବନ ରକ୍ଷା ପ୍ରତି ଅତୁଟ ପ୍ରତିବଦ୍ଧତା ଏବଂ ଗୁରୁତର ରୋଗୀଙ୍କ ସେବା ପ୍ରତି ତାଙ୍କର ନିଷ୍ଠାର ଏକ ଗୌରବମୟ ସ୍ୱୀକୃତି ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ବାଲିପାଟଣାରେ ବିଦ୍ୟୁତ୍ ବିଭାଗର ମନମାନୀ, ଅଘୋଷିତ ବିଦ୍ୟୁତ୍ କାଟରେ ଅତିଷ୍ଠ ଅଞ୍ଚଳବାସୀ, ରକ୍ଷଣାବେକ୍ଷଣ ଆଳରେ ଦିନକୁ ୫-୮ ଘଣ୍ଟା ବିଦ୍ୟୁତ୍ କାଟ୍
  • ପମ୍ପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବିଶେଷଜ୍ଞ ଦଳର ସମୀକ୍ଷା
  • ଯଦୁପୁରରେ ଜୟ ମା ମଙ୍ଗଳା ଯୁବକ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ
  • ବିଳମ୍ବନ ପ୍ରସଙ୍ଗରେ ୧୪ ବର୍ଷୀୟା ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ
  • ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ନିମନ୍ତେ ଡାକ୍ତର ବାନାମ୍ବର ରାୟଙ୍କୁ ‘ଅନରିଙ୍ଗ ଆୱାର ଗୁରୁ’ ସମ୍ମାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In