• About Us
  • Contact Us
Wednesday, August 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଳମ୍ବନ ପ୍ରସଙ୍ଗରେ ୧୪ ବର୍ଷୀୟା ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ

by Voice of Victims
August 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବିଳମ୍ବନ ପ୍ରସଙ୍ଗରେ ୧୪ ବର୍ଷୀୟା ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: ମାତ୍ର ୧୪ ବର୍ଷ ବୟସରେ ପୁସ୍ତକ ରଚନା କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଡିଏଭି ପବ୍ଲିକ୍‌ ସ୍କୁଲ୍‌, ପୋଖରୀପୁଟର ନବମ ଶ୍ରେଣୀ ଛାତ୍ରୀ ଶ୍ରେୟାଶୀ ପଟ୍ଟନାୟକ । ତାଙ୍କ ରଚିତ ପ୍ରଥମ ପୁସ୍ତକ ‘ଲାଇଫ୍‌: ଏ ସିରିଜ୍‌ ଅଫ୍‌ ପ୍ରୋକ୍ରାଷ୍ଟିନେସନ୍‌’ ବିଳମ୍ବନ ଅର୍ଥାତ୍‌ କାର୍ଯ୍ୟକୁ ଟାଳିବାର ଅଭ୍ୟାସ ଉପରେ ଆଧାରିତ । ଅଗଷ୍ଟ ୧୫ ତାରିଖରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା-ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଶ୍ରେୟାଶୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳତା କାମନା କରିଥିଲେ ।

ସରଳ ଓ ଚିନ୍ତନଶୀଳ ଶୈଳୀରେ ଲିଖିତ ଏହି ପୁସ୍ତକରେ କାମ, ନିଷ୍ପତି ଓ ସ୍ୱପ୍ନକୁ ‘ପରେ କରିବା’ ନୀତିରେ ଟାଳିବାର ପ୍ରବୃତି ସଂପର୍କରେ ଆଲୋକପାତ କରାଯାଇଛି । ପ୍ରୋକ୍ରାଷ୍ଟିନେସନ୍‌ କେବଳ ଅଳସୁଆପଣ ନୁହେଁ, ବରଂ ଭୟ, ଅନିଶ୍ଚିତତା, ସବୁକିଛି ଠିକ୍‌ କରିବାର ଚାପ ଏବଂ ସ୍ୱପ୍ନକୁ ଅନ୍ୟ ଏକ ଦିନ ନିମନ୍ତେ ରଖି ଦେବା ଭଳି ମାନବୀୟ ଭାବନା ସହ ଜଡିତ ବୋଲି ପୁସ୍ତକରେ ଦର୍ଶାଯାଇଛି । ଛାତ୍ରଛାତ୍ରୀ ଓ ଯୁବ ସ୍ୱପ୍ନଦ୍ରଷ୍ଟାଙ୍କ ପାଇଁ ଏହି ପୁସ୍ତକର ମୁଖ୍ୟ ବାର୍ତା ହେଉଛି ଜୀବନରେ କିଛି ଆରମ୍ଭ କରିବା ପାଇଁ ସବୁ କିଛି ସଂପୂର୍ଣ୍ଣ ହେବା ଆବଶ୍ୟକ ନୁହେଁ ବରଂ ପ୍ରଥମ ପଦକ୍ଷେପ ନେବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ।

ଶ୍ରେୟାଶୀ ପାଠପଢ଼ା ସହ ଚିତ୍ରକଳା ଓ ନୃତ୍ୟକୁ ମଧ୍ୟ ଭଲ ପାଆନ୍ତି । ଦୈନନ୍ଦିନ ଜୀବନର ଛୋଟ ଛୋଟ ଘଟଣା ମଧ୍ୟରେ କାହାଣୀ ଖୋଜିବା ତାଙ୍କର ବିଶେଷ ରୁଚି । ତାଙ୍କର ଏହି ଉତ୍ସୁକତା ଓ ପର୍ଯ୍ୟବେକ୍ଷଣ ଶକ୍ତି ତାଙ୍କୁ ଲେଖାଲେଖି ପାଇଁ ପ୍ରେରିତ କରିଛି ।
ଶ୍ରେୟାଶୀ ସୋଆ ପରିଚାଳିତ ସ୍କୁଲ ଅଫ୍‌ ଫାର୍ମାସ୍ୟୁଟିକାଲ୍‌ ସାଇନ୍‌ସେସ୍‌ର ଆସୋସିଏଟ୍‌ ପ୍ରଫେସର ଡକ୍ଟର ସୋଭନ ପଟ୍ଟନାୟକ ଏବଂ ସମ ହସ୍ପିଟାଲ୍‌ର ଫାର୍ମାସି ବିଭାଗର ମୁଖ୍ୟ ଡକ୍ଟର ଜସ୍ମିନ ପଣ୍ଡାଙ୍କ କନ୍ୟା । ଏତେ କମ୍‌ ବୟସରେ ଶ୍ରେୟାଶୀଙ୍କ ଏହି ସଫଳତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, କଳ୍ପନା ଶକ୍ତି ଓ ସାହିତ୍ୟିକ ପ୍ରତିଭାର ବିକାଶ ସହ ନିଜ ଚିନ୍ତାଧାରାକୁ ଆତ୍ମବିଶ୍ୱାସର ସହ ପ୍ରକାଶ କରିବାର କଳାକୁ ପ୍ରତିଫଳିତ କରୁଛି ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ବାଲିପାଟଣାରେ ବିଦ୍ୟୁତ୍ ବିଭାଗର ମନମାନୀ, ଅଘୋଷିତ ବିଦ୍ୟୁତ୍ କାଟରେ ଅତିଷ୍ଠ ଅଞ୍ଚଳବାସୀ, ରକ୍ଷଣାବେକ୍ଷଣ ଆଳରେ ଦିନକୁ ୫-୮ ଘଣ୍ଟା ବିଦ୍ୟୁତ୍ କାଟ୍
  • ପମ୍ପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବିଶେଷଜ୍ଞ ଦଳର ସମୀକ୍ଷା
  • ଯଦୁପୁରରେ ଜୟ ମା ମଙ୍ଗଳା ଯୁବକ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ
  • ବିଳମ୍ବନ ପ୍ରସଙ୍ଗରେ ୧୪ ବର୍ଷୀୟା ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ
  • ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ନିମନ୍ତେ ଡାକ୍ତର ବାନାମ୍ବର ରାୟଙ୍କୁ ‘ଅନରିଙ୍ଗ ଆୱାର ଗୁରୁ’ ସମ୍ମାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In