• About Us
  • Contact Us
Sunday, August 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସରକାରୀ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ଭରଣପୋଷଣ ଖର୍ଚ୍ଚ ନଦେଲେ ଦରମା କାଟ୍

by Voice of Victims
August 30, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା, ସମସ୍ୟା ଅଭିଯୋଗ
କେନ୍ଦୁପତ୍ର ତୋଳାଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବୃଦ୍ଧି

​ଭୁବନେଶ୍ୱର : ପତ୍ନୀ-ପିଲାଙ୍କୁ ଭରଣପୋଷଣ କିମ୍ବା ଛାଡ଼ପତ୍ର ସହାୟତା ଖର୍ଚ୍ଚ ନଦେଲେ କଟିବ ସରକାରୀ କର୍ମଚାରୀଙ୍କ ଦରମା । ​କର୍ମଚାରୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ। କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ଭରଣପୋଷଣ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ହେବ ଆକ୍ସନ। ମାସିକ ଦରମାରୁ ଟଙ୍କା କାଟି ପତ୍ନୀ ଓ ପିଲାଙ୍କ ବ୍ୟାଙ୍କ ଖାତାକୁ ପଠାଇବେ ସରକାର । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସ୍ତ୍ରୀ କିମ୍ବା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା ବା ଛାଡ଼ପତ୍ର ପୋଷଣ ଖର୍ଚ୍ଚ ଦେଉନଥିବା ପୁରୁଷ ସରକାରୀ କର୍ମଚାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଣିକି ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ ସିଧାସଳଖ ଟଙ୍କା କାଟି ପତ୍ନୀ ଓ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ ହାରାହାରି ୨ରୁ ୩ଟି ଏଭଳି ମାମଲା ସାମ୍ନାକୁ ଆସୁଥିଲା । ଏହାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଅଦାଲତଙ୍କ ନିର୍ଦ୍ଦେଶ ମିଳିବା ପରେ ବିଭାଗୀୟ ଡ୍ରଇଂ ଆଣ୍ଡ ଡିସବର୍ସମେଣ୍ଟ ଅଫିସର(DDO) ମାସିକ ଦରମା ବିଲ୍ ପ୍ରସ୍ତୁତ ବେଳେ କୋର୍ଟ ଧାର୍ଯ୍ୟ କରିଥିବା ଅର୍ଥ କାଟି ସିଧାସଳଖ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପତ୍ନୀ ବା ସନ୍ତାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବେ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାରୀ କର୍ମଚାରୀ ହୋଇ ଅଦାଲତଙ୍କ ନିର୍ଦ୍ଦେଶ ଅବମାନନା କରିବା ଏବଂ ପରିବାର ପ୍ରତି ଅବିଚାର କରିବା ସରକାରଙ୍କ ପକ୍ଷେ ଆଦୌ ଗ୍ରହଣୀୟ ନୁହେଁ। ଆଗାମୀ ଦିନରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରାଜ୍ୟ ସରକାରଙ୍କ HRMS ବ୍ୟବସ୍ଥା ସହ ଯୋଡ଼ାଯିବ, ଯାହାଫଳରେ ପୀଡ଼ିତ ମହିଳା ଓ ସନ୍ତାନମାନେ ନିୟମିତ ଭାବେ ସେମାନଙ୍କ ପ୍ରାପ୍ୟ ପାଇପାରିବେ।

Post Views: 18
Share198Tweet124Send
Voice of Victims

Voice of Victims

Recent Posts

  • ନେପାଳରେ ପୁଣି ବନ୍ୟା ଆତଙ୍କ, ସତର୍କତା ଜାରି କରିଛି NDRRMA
  • ବିଜୟ ସରକାର ହଟାଇଲେ ଷ୍ଟାଲିନଙ୍କ ସୁରକ୍ଷା, Z+ ସିକ୍ୟୁରିଟ୍ ପରିବର୍ତ୍ତେ ମିଳିବ Z ସୁରକ୍ଷା
  • ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ, ୮୬ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ସରକାରୀ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ଭରଣପୋଷଣ ଖର୍ଚ୍ଚ ନଦେଲେ ଦରମା କାଟ୍
  • ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମୂହ ସେବାନିବୃତ୍ତ ସମ୍ବର୍ଦ୍ଧନା ସଭା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In