• About Us
  • Contact Us
Sunday, August 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନେପାଳରେ ପୁଣି ବନ୍ୟା ଆତଙ୍କ, ସତର୍କତା ଜାରି କରିଛି NDRRMA

by Voice of Victims
August 30, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ନେପାଳରେ ପୁଣି ବନ୍ୟା ଆତଙ୍କ, ସତର୍କତା ଜାରି କରିଛି NDRRMA

ନେପାଳ: ନେପାଳରେ ବନ୍ୟା ବିପର୍ଯ୍ୟୟ ଏବେ ଭୟଙ୍କର ରୂପ ନେଇଛି । ପ୍ରାୟ ୭୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି । ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାରକାରୀ ଦଳର ଅଭିଯାନ ଜାରି ରହିଛି । ଏହାରି ମଧ୍ୟରେ ନେପାଳରେ ପୁଣିଥରେ ଭୟଙ୍କର ବନ୍ୟା ଚେତାବନୀ ଜାରି ହୋଇଛି । ତିବ୍ବତୀୟ ପର୍ବତମାଳାରେ ହିମବାହ ଭାଙ୍ଗିବା ପରେ ବିପୁଳ ପରିମାଣର ପାଣି, ଭଗ୍ନାବଶେଷ ଓ ବଡ଼ ବଡ଼ ପଥର ତଳ ଅଞ୍ଚଳକୁ ମାଡ଼ି ଆସିଥିଲା। ଏବେ ପୁଣି ତିବ୍ବତ ଅଞ୍ଚଳରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ନେପାଳର ନଦୀକୂଳିଆ ଅଞ୍ଚଳରେ ବଡ଼ ବିପଦ ଆଶଙ୍କା କରାଯାଉଛି ।

ରସୁୱା ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଭୋଟେ କୋଶି ନଦୀରେ ପ୍ରବଳ ବନ୍ୟା ଆସିଛି । ରସୁୱା, ନୁୱାକୋଟ ଓ ଧାଡିଙ୍ଗ ଅଞ୍ଚଳର ନଦୀକୂଳିଆ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ସେପଟେ ବନ୍ୟା ପରେ ୨୭୫ରୁ ଅଧିକ ଭାରତୀୟ ନିଖୋଜ ଥିବା ସୂଚନା ମିଳିଛି । ୧୦୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଭାରତୀୟ ବଂଶୋଦ୍ଭବ ୧୨୮ ଜଣ ମଧ୍ୟ ନିଖୋଜ ଅଛନ୍ତି । ଭାରତୀୟ ବାୟୁସେନାର C-130J ବିମାନ ଯୋଗେ ନେପାଳକୁ ୧୧ ଟନ୍ ରିଲିଫ୍ ସାମଗ୍ରୀର ଚତୁର୍ଥ ପଠାଣ ପଠାଯାଇଛି । ଏଥିରେ ସର୍ଚ୍ଚ ଓ ରେସ୍କ୍ୟୁ ଉପକରଣ, ଫରେନସିକ୍ ବିଶେଷଜ୍ଞ ଦଳ ଏବଂ DNA ବିଶ୍ଳେଷଣ ପାଇଁ ଆବଶ୍ୟକ ସାମଗ୍ରୀ ରହିଛି ।

ଏହାସହ ୨୩୦ ଫୁଟ୍‌ର ମଡ୍ୟୁଲାର୍ ଷ୍ଟିଲ୍ ବ୍ରିଜ୍ ନିର୍ମାଣ ପାଇଁ ୧୬ଟି ଟ୍ରକ୍‌ରେ ଉପକରଣ ନେପାଳରେ ପହଞ୍ଚିଛି । ଆହୁରି ୭ଟି ବେଲି ବ୍ରିଜ୍ ପାଇଁ ଉପକରଣ ଓ ବୈଷୟିକ ଦଳ ମଧ୍ୟ ପଠାଯିବ । ବିପର୍ଯ୍ୟୟର ଏହି କଠିନ ସମୟରେ ନେପାଳ ପାଇଁ ଭାରତର ସହାୟତା ଜାରି ରହିଛି । ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ମୋଟ ୬୮.୫ ଟନ୍ ରିଲିଫ୍ ସାମଗ୍ରୀ ନେପାଳକୁ ପଠାଯାଇଛି ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ନେପାଳରେ ପୁଣି ବନ୍ୟା ଆତଙ୍କ, ସତର୍କତା ଜାରି କରିଛି NDRRMA
  • ବିଜୟ ସରକାର ହଟାଇଲେ ଷ୍ଟାଲିନଙ୍କ ସୁରକ୍ଷା, Z+ ସିକ୍ୟୁରିଟ୍ ପରିବର୍ତ୍ତେ ମିଳିବ Z ସୁରକ୍ଷା
  • ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ, ୮୬ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ସରକାରୀ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ଭରଣପୋଷଣ ଖର୍ଚ୍ଚ ନଦେଲେ ଦରମା କାଟ୍
  • ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମୂହ ସେବାନିବୃତ୍ତ ସମ୍ବର୍ଦ୍ଧନା ସଭା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In