• About Us
  • Contact Us
Friday, September 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନେପାଳ ଜଳପ୍ରଳୟର ୯ ଦିନ ପରେ ଚମତ୍କାର, ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ

by Voice of Victims
September 4, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ନେପାଳ ଜଳପ୍ରଳୟର ୯ ଦିନ ପରେ ଚମତ୍କାର, ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ

କାଠମାଣ୍ଡୁ : ନେପାଳ ଜଳପ୍ରଳୟର ୯ ଦିନ ପରେ ଜଳବିଦ୍ୟୁତ୍ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ । ତ୍ରିଶୁଳି-୩A ପ୍ରକଳ୍ପରୁ ମେକାନିକାଲ ଫୋରମ୍ୟାନ୍ ଓ ସୁପରଭାଇଜରଙ୍କୁ ସୁରକ୍ଷିତ ବାହାର କଲା ସେନା । ରସୁୱା ଜିଲ୍ଲାରେ ଥିବା ଅପର୍ ତ୍ରିଶୁଳି-୩A ଜଳବିଦ୍ୟୁତ୍ ପ୍ରକଳ୍ପର ମାଟି ଓ କାଦୁଅ ତଳେ ପୋତି ହୋଇ ରହିଥିବା ଟନେଲ୍ ଭିତରୁ ଆଜି ୨ ଜଣ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ନେପାଳ ସେନା ଏବଂ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳର ମିଳିତ ଉଦ୍ୟମରେ ଏହି ଦୁଇ ଜଣଙ୍କୁ ମୃତ୍ୟୁମୁଖରୁ ବାହାରକୁ ଅଣାଯାଇଛି ।

ଉଦ୍ଧାର ହୋଇଥିବା ଦୁଇ ବ୍ୟକ୍ତି ହେଉଛନ୍ତି ମେକାନିକାଲ ଫୋରମ୍ୟାନ୍ ସଞ୍ଜୟ ସାହ ଏବଂ ମେକାନିକାଲ ସୁପରଭାଇଜର କବୀର ମହର୍ଜନ । ଶ୍ରମିକ ସଞ୍ଜୟ ସାହ ସମ୍ପୂର୍ଣ୍ଣ କାଦୁଅରେ ଲିପି ହୋଇଥିବା ବେଳେ ଜଣେ ଯବାନ ତାଙ୍କୁ କାନ୍ଧରେ ବୋହି ବାହାରକୁ ଆଣୁଥିବା ସାମ୍ନାକୁ ଆସିଥିବା ଭିଡିଓ ଫୁଟେଜ୍ ରେ ଦେଖିବାକୁ ମିଳିଛି । ସେହିପରି ଦ୍ୱିତୀୟ ଶ୍ରମିକ କବୀର ମହର୍ଜନଙ୍କୁ ଏକ ଷ୍ଟ୍ରେଚରରେ ବାହାରକୁ ଅଣାଯାଇଥିଲା, ଯେଉଁଥିରେ ସେ ଭଗବାନଙ୍କୁ ହାତଯୋଡ଼ି ଧନ୍ୟବାଦ ଜଣାଉଥିବା ଦେଖାଯାଇଛି । ଉଭୟଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯିବା ସହ ଉନ୍ନତ ଚିକିତ୍ସା ଲାଗି କାଠମାଣ୍ଡୁ ସ୍ଥାନାନ୍ତର କରାଯାଇଛି ।

ଗତ ଅଗଷ୍ଟ ୨୬ ତାରିଖରେ ତ୍ରିଶୁଳି ନଦୀର ଉପର ଭାଗରେ ପ୍ରଳୟଙ୍କରୀ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ଘଟିଥିଲା । ପାହାଡ଼ରୁ ଖସି ଆସିଥିବା ବିଶାଳ ପଥର ଓ କାଦୁଅ ସୁଅ ନଦୀ କୂଳରେ ଥିବା ଏକାଧିକ ଜଳବିଦ୍ୟୁତ୍ ପ୍ରକଳ୍ପର ସୁଡ଼ଙ୍ଗ ମୁହଁକୁ ପୋତି ଦେଇଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ନେପାଳରେ ୧,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ଏବେ ବି ନିଖୋଜ ରହିଛନ୍ତି । କେବଳ ତ୍ରିଶୁଳି-୩A ପ୍ରକଳ୍ପରୁ ଶତାଧିକ ଶ୍ରମିକ ନିଖୋଜ ଥିବା ବେଳେ ପ୍ରାୟ ୧୧୫ ଜଣ ମୁଖ୍ୟ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି । ସେହି ଅଞ୍ଚଳର ବିଭିନ୍ନ ଜଳବିଦ୍ୟୁତ୍ ପ୍ରକଳ୍ପରେ ମୋଟ ୯୦୦ରୁ ଅଧିକ ଶ୍ରମିକ ଫସି ରହିଥିବା ନେଇ ଆକଳନ କରାଯାଇଛି । ୯ ଦିନ ଧରି ବିନା ଖାଦ୍ୟପାନୀୟରେ ଅନ୍ଧାର ଭିତରେ ରହିବା ପରେ ମଧ୍ୟ ଦୁଇ କର୍ମଚାରୀ ଜୀବନ୍ତ ବାହାରିବା ଉଦ୍ଧାରକାରୀ ଦଳଙ୍କ ମନୋବଳକୁ ବହୁଗୁଣିତ କରିଛି। ଭାରୀ ମେସିନ୍, ଡ୍ରିଲିଂ ଉପକରଣ ଏବଂ ସ୍ୱତନ୍ତ୍ର ଟନେଲ୍ ରେସ୍କ୍ୟୁ ଟିମ୍ ସହାୟତାରେ ନେପାଳ ସେନା ପକ୍ଷରୁ ସୁଡ଼ଙ୍ଗର ଅନ୍ୟ ଭାଗଗୁଡ଼ିକୁ କାଟି ଲୋକଙ୍କୁ ଖୋଜିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ୍ ଜାରି ରହିଛି ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ଭି. ଏସ. ଏସ ନଗରରେ ରକ୍ତଦାନ ଶିବିର ଅନୁଷ୍ଠିତ
  • “ଆମେ ଭାରତକୁ ଯେତିକି ତେଲ ଆବଶ୍ୟକ ସେତିକି ଦେବୁ”: ଟ୍ରମ୍ପଙ୍କୁ ଚିଡ଼ାଇବ ରୁଷର ଏହି ବୟାନ
  • ନେପାଳ ଜଳପ୍ରଳୟର ୯ ଦିନ ପରେ ଚମତ୍କାର, ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ
  • ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ, ରହିଛି ଶେକ୍ ଆଣ୍ଡ୍ ଆଲର୍ଟ ସୁବିଧା
  • ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ୪୧ ଲକ୍ଷ ଚାଷୀ ପରିବାରଙ୍କୁ ସହାୟତା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In