• About Us
  • Contact Us
Tuesday, September 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି : ସୋଆ ଉପସଭାପତି, ଜାଗୋ କ୍ଲବ ପକ୍ଷରୁ ଗୁରୁ ଦିବସ ପାଳିତ

by Voice of Victims
September 7, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି : ସୋଆ ଉପସଭାପତି, ଜାଗୋ କ୍ଲବ ପକ୍ଷରୁ ଗୁରୁ ଦିବସ ପାଳିତ

ଭୁବନେଶ୍ୱର: ମଣିଷର ଜୀବନ ଗଠନ ଓ ତା’ର ଭବିଷ୍ୟତର ଭିତିଭୂମି ପ୍ରସ୍ତୁତ କରିବାରେ ଗୁରୁମାନଙ୍କର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି । ସୋଆର ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ଜାଗୋ’ କ୍ଲବ ପକ୍ଷରୁ ଶନିବାର ଆୟୋଜିତ ଗୁରୁ ଦିବସ ପାଳନ ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ ଜାଗୋ କ୍ଲବ ସହ ଜଡ଼ିତ ସୋଆର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରକୃତ ଗୁରୁ ଭାବେ ଅଭିହିତ କରିଥିଲେ ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତି ଦାସ କହିଥିଲେ ଯେ ୨୦୦୭ ମସିହାରେ ଆରମ୍ଭ ହୋଇଥିବା ‘ଜାଗୋ’ ଆଜି ଏକ ମହତ୍ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଆରମ୍ଭରୁ ସୋଆର ଛାତ୍ରଛାତ୍ରୀମାନେ କ୍ୟାମ୍ପସ ନିକଟବର୍ତୀ ବସ୍ତିରେ ବସବାସ କରୁଥିବା ଆର୍ôଥକ ଓ ସାମାଜିକ ଭାବେ ଅନଗ୍ରସର ପରିବାରର କୁନି କୁନି ଶିଶୁମାନଙ୍କୁ କ୍ୟାମ୍ପସକୁ ଆଣି ଶିକ୍ଷାଦାନ କରିବା ସହ ସେମାନଙ୍କର ସାମଗ୍ରିକ ବିକାଶ ଦିଗରେ ସହାୟତା ଯୋଗାଇ ଆସୁଛନ୍ତି ।

ଦୀର୍ଘ ବର୍ଷ ଧରି ନିଷ୍ଠା ଓ ସମର୍ପଣର ସହ ଏହି ମହତ୍ କାର୍ଯ୍ୟକୁ ଆଗେଇ ନେଇଥିବା ଜାଗୋର ଛାତ୍ରଛାତ୍ରୀ ସଦସ୍ୟମାନଙ୍କ ଅବଦାନକୁ ପ୍ରଶଂସା କରି ଶ୍ରୀମତି ଦାସ କହିଥିଲେ ଯେ ସେମାନେ କେବଳ ଶିକ୍ଷାଦାନ କରୁନାହାନ୍ତି ବରଂ ଅନେକ ଶିଶୁଙ୍କ ଜୀବନରେ ଆଶା ଓ ସମ୍ଭାବନାର ଆଲୋକ ପ୍ରଜ୍ୱଳିତ କରୁଛନ୍ତି । ଗୁରୁଦିବସ ଅବସରରେ ସେ ସମସ୍ତ ଜାଗୋ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଜାଗୋ କ୍ଲବର ପ୍ରଶଂସନୀୟ କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିଥିଲେ । ସୋଆର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଜଣେ ଜଣେ ଗୁରୁ ଭାବେ ଅଭିହିତ କରି ସେ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ହେଉଛି ଜ୍ଞାନର ଆଦାନପ୍ରଦାନ ଓ ସାମୂହିକ ଶିକ୍ଷାର କେନ୍ଦ୍ର ।

ପରସ୍ପରଠାରୁ ଶିକ୍ଷା ଲାଭ ଏବଂ ଜ୍ଞାନର ଆଦାନପ୍ରଦାନ ଦ୍ୱାରା ନୂତନ ଚିନ୍ତାଧାରାର ବିକାଶ ହେବା ସହ ଅଭିନବ ଗବେଷଣାର ସମ୍ଭାବନା ସୃଷ୍ଟି ହୋଇଥାଏ । ତେଣୁ ବିଶ୍ୱବିଦ୍ୟାଳରେ ପ୍ରତ୍ୟେକ ଛାତ୍ରଛାତ୍ରୀ କୌଣସି ନା କୌଣସି ଭାବରେ ଅନ୍ୟମାନଙ୍କ ପାଇଁ ଗୁରୁର ଭୂମିକା ନିର୍ବାହ କରିଥାନ୍ତି ବୋଲି ପ୍ରଫେସର ନନ୍ଦ କହିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଟିଇଆରର ଡିନ୍ ପ୍ରଫେସର ପି.କେ ସାହୁ, ସୋଆର ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟ) ପ୍ରଫେସର ଜେ.କେ. ନାଥ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଗୁରୁ ଦିବସର ମହତ୍ୱ ଉପରେ ଆଲୋକପାତ କରିବା ସହ ‘ଜାଗୋ’ କ୍ଲବର କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ଗୁରୁ ଦିବସ ଅବସରରେ ଶନିବାର ସକାଳେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇଥିବା ସୋଆର ଫ୍ୟାକଲ୍ଟି ସଦସ୍ୟ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଜାଗୋର ଶିଶୁମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀମାନଙ୍କୁ ଶ୍ରୀମତି ଦାସ ଓ ଅନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ ।

କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାଗୋର ମେଂଟର ପ୍ରଫେସର ଅନୀତା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସୋଆର ଛାତ୍ରଛାତ୍ରୀ, ଜାଗୋ ସଦସ୍ୟ ଏବଂ କୁନି କୁନି ଶିଶୁମାନଙ୍କ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ଗଣେଶ ପୂଜା ପାଇଁ ଉତ୍ସବମୁଖର ବାଲିପାଟଣା, ମୂର୍ତ୍ତିରେ ଶେଷ ସ୍ପର୍ଶ, ମଣ୍ଡପ ସଜାଣି ଜୋରଦାର
  • ଅଧା ହୋଇଯିବ ପେଟ୍ରୋଲ ଓ ଡିଜେଲ ଦାମ୍, କ୍ରୁଡ୍ ଅଏଲ ଦାମ୍ କମାଇବାକୁ ପ୍ରତିଶ୍ରୁତି ଦେଲେ ଟ୍ରମ୍ପ
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମନ୍ତବ୍ୟ ସମ୍ପର୍କିତ ମାମଲା: ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟରୁ ଝଟକା
  • OMVD କନଷ୍ଟେବଳ ଆଶୁତୋଷ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ସୁଲଭ ମୂଲ୍ୟରେ ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ, ସାଧାରଣ ଓ ସେବାୟତ ପରିବାର ପାଇଁ ଭିନ୍ନଭିନ୍ନ ଦର ଧାର୍ଯ୍ୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In