ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ତାଙ୍କ ମନ୍ତବ୍ୟ ସମ୍ପର୍କିତ ମାନହାନି ମାମଲାରେ ମାଜିଷ୍ଟ୍ରେଟ୍ କୋର୍ଟ ଦ୍ୱାରା ଜାରି ସମନକୁ ହାଇକୋର୍ଟ ରଦ୍ଦ କରିବାକୁ ମନା କରିଦେଇଛନ୍ତି।
ଜଣେ ବିଜେପି କର୍ମୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ। ଏହା ପରେ ମାଜିଷ୍ଟ୍ରେଟ୍ କୋର୍ଟ ସମନ ଜାରି କରିଥିଲେ, ଯାହା ବିରୁଦ୍ଧରେ ରାହୁଲ ଗାନ୍ଧୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
