• About Us
  • Contact Us
Wednesday, September 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ, ସମସ୍ତେ ସ୍ୱାଭାବିକ ଭାବେ ଖାଦ୍ୟ ଖାଉଛନ୍ତି

by Voice of Victims
September 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନନ୍ଦନକାନନରେ କ୍ବାରେଣ୍ଟାଇନରେ ଅଛନ୍ତି ୫ ଓରାଙ୍ଗଉଟାନ୍, ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ସନ୍ଦେହରେ ତଦନ୍ତ

ଭୁବନେଶ୍ୱର : ନନ୍ଦନକାନନରେ ୫ ଓରାଙ୍ଗଉଟାନ୍ ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ । ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଥିବା ୫ଟି ଶିଶୁ ଓରାଙ୍ଗଉଟାନ୍ ଙ୍କ ସ୍ୱାସ୍ଥ୍ୟର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି । ବନ୍ୟପ୍ରାଣୀ ଓ ପ୍ରାଣୀ ଚିକିତ୍ସା ବିଶେଷଜ୍ଞମାନେ ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଗ୍ରହଣ ଓ ଶାରୀରିକ ଗତିବିଧି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ସମସ୍ତ ୫ଟି ଓରାଙ୍ଗଉଟାନ୍ ଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି। କିଛିଦିନ ତଳେ ଏମାନଙ୍କ ମଧ୍ୟରୁ ଗୋଟିଏ ଓରାଙ୍ଗଉଟାନ୍ କୁ ଜ୍ୱର ହୋଇଥିଲା । ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ଆହୁରି କଡ଼ାକଡ଼ି କରାଯାଇଥିଲା । ତେବେ ଜ୍ୱରରେ ପୀଡ଼ିତ ଓରାଙ୍ଗଉଟାନ୍ ର ସ୍ୱାସ୍ଥ୍ୟ ଏବେ ସ୍ଥିର ରହିଛି । ସମସ୍ତେ ସ୍ୱାଭାବିକ ଭାବେ ଖାଦ୍ୟ ଖାଉଛନ୍ତି ଏବଂ ପୂର୍ବ ଅପେକ୍ଷା ସେମାନଙ୍କ ଚଳପ୍ରଚଳ ଓ ସକ୍ରିୟତା ବଢ଼ିଛି । ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ସେମାନଙ୍କ ଶରୀରର ତାପମାତ୍ରା ୯୮ରୁ ୯୯ ଡିଗ୍ରୀ ଫାରେନ୍ ହାଇଟ୍ ମଧ୍ୟରେ ଥିବା ଜଣାପଡ଼ିଛି । ଓରାଙ୍ଗଉଟାନ୍ ଙ୍କ ଚିକିତ୍ସା, ଯତ୍ନ ଓ ଦୀର୍ଘମିଆଦୀ ପରିଚାଳନା ପାଇଁ ଓଡ଼ିଶା ସରକାର ଏକ ୫ ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି ।

ଏଥିରେ ମହୀଶୂରର Sri Chamarajendra Zoological Gardens, ଡେରାଡୁନ୍ ର Wildlife Institute of India, ଭୁବନେଶ୍ୱର OUATର Centre for Wildlife Health, ଦିଲ୍ଲୀର National Zoological Parkର ବିଶେଷଜ୍ଞ ବା ପ୍ରତିନିଧିଙ୍କ ସହ ନନ୍ଦନକାନନର ନିର୍ଦ୍ଦେଶକ ରହିଛନ୍ତି।ପ୍ରାରମ୍ଭିକ ଭାବେ ଏହି କମିଟିର କାର୍ଯ୍ୟକାଳ ୬ ମାସ ରହିବ । ଆବଶ୍ୟକ ପଡ଼ିଲେ ଦେଶ ଓ ବିଦେଶର ଅନ୍ୟ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନିଆଯାଇପାରିବ। ନନ୍ଦନକାନନର କ୍ୱାରେଣ୍ଟାଇନ୍ ରେ ରହିଥିବା ଏହି ଶିଶୁ ଓରାଙ୍ଗଉଟାନ୍ ଗୁଡ଼ିକ ଏବେ ପ୍ରାଣୀ ଚିକିତ୍ସକ ଓ ସ୍ୱତନ୍ତ୍ର କିପର୍ ଙ୍କ ୨୪ ଘଣ୍ଟିଆ ନଜରରେ ଅଛନ୍ତି ।  ନିୟମିତ ବ୍ୟବଧାନରେ ସେମାନଙ୍କୁ କ୍ଷୀର, ଫଳ ଓ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅନ୍ୟ ଖାଦ୍ୟ ଦିଆଯାଉଛି । ନୂଆ ପରିବେଶରେ ସେମାନଙ୍କ ମାନସିକ ଚାପ କମାଇବା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି । ଖେଳିବା ପାଇଁ ସଫ୍ଟ ଟୟ, ଦୋଳି ସହ ସଙ୍ଗୀତର ବ୍ୟବସ୍ଥା କରାଯାଇଛି । ଯାତ୍ରାଜନିତ କ୍ଲାନ୍ତି, ମାନସିକ ଚାପ ଏବଂ ନୂଆ ପରିବେଶ ସହ ଖାପ ଖୁଆଇବା କାରଣରୁ ଗୋଟିଏ ଓରାଙ୍ଗଉଟାନ୍ କୁ ଜ୍ୱର ହୋଇଥାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ସେପ୍ଟେମ୍ବର ୮ରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ର ବିଚିତ୍ରପୁର ଜଙ୍ଗଲରୁ ଏହି ୫ଟି ଓରାଙ୍ଗଉଟାନ୍ କୁ ଉଦ୍ଧାର କରାଯାଇଥିଲା । ପରେ ସେମାନଙ୍କୁ ନନ୍ଦନକାନନ ଅଣାଯାଇ କ୍ୱାରେଣ୍ଟାଇନରେ ରଖାଯାଇଛି ।  ଓରାଙ୍ଗଉଟାନ୍ ଭାରତର ସ୍ୱାଭାବିକ ବନ୍ୟପ୍ରାଣୀ ନୁହେଁ । ତେଣୁ ଏହି ୫ଟି ଓରାଙ୍ଗଉଟାନ୍ ବାଲେଶ୍ୱର ଜଙ୍ଗଲରେ କିପରି ପହଞ୍ଚିଲେ, ତାହାକୁ ନେଇ ତଦନ୍ତ ଚାଲିଛି ।  ଏହା ପଛରେ କୌଣସି ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରାଚାଲାଣ ନେଟ୍ ୱର୍କର ସମ୍ପୃକ୍ତି ରହିଛି କି ନାହିଁ, ସେ ଦିଗରେ ଓଡ଼ିଶା ପୋଲିସ STF ଓ Wildlife Crime Control Bureau ଖୋଳତାଡ଼ କରୁଛନ୍ତି ।

Post Views: 16
Share198Tweet124Send
Voice of Victims

Voice of Victims

Recent Posts

  • ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ
  • ମହାକାଶରେ ଅସ୍ତ୍ର ମୁତୟନ କରିଛି ଆମେରିକା, ଯୁଦ୍ଧ ପ୍ରସ୍ତୁତି ବନ୍ଦ କରିବାକୁ ଚେତାବନୀ ଶୁଣାଇଲା ଚୀନ
  • ରାଜ୍ୟରେ ପୁଣି ସକ୍ରିୟ ମୌସୁମୀ , ୫ଦିନ ଧରି ଲାଗି ରହିବ ବର୍ଷା
  • ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ, ସମସ୍ତେ ସ୍ୱାଭାବିକ ଭାବେ ଖାଦ୍ୟ ଖାଉଛନ୍ତି
  • ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ଶ୍ରେଷ୍ଠତା ମାନ୍ୟତା, ପରିବେଶ ସୁରକ୍ଷାରେ ସେଞ୍ଚୁରିଅନ୍ ବିଶ୍ୱରେ ଶ୍ରେଷ୍ଠ, ଦୁଇ ବର୍ଗରେ ପ୍ରଥମ, ତିନି ବର୍ଗରେ ଅତ୍ୟନ୍ତ ପ୍ରଶଂସନୀୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In