ଭୁବନେଶ୍ୱର: ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ହାସଲ କରିଛି ବିଶ୍ୱସ୍ତରୀୟ ସଫଳତା। ଏକ ଅନ୍ତର୍ଜାତୀୟ ବହୁପକ୍ଷୀୟ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟ ଦୁଇଟି ବର୍ଗରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଆଉ ତିନିଟି ବର୍ଗରେ ଅତ୍ୟନ୍ତ ପ୍ରଶଂସନୀୟ ସ୍ୱୀକୃତି ପାଇଛି।





ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ସମେତ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ସହଭାଗିତାରେ ହୋଇଥିବା ଏହି ମୂଲ୍ୟାୟନରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ପରିବେଶ ସମ୍ପର୍କିତ ପ୍ରକୃତ କାର୍ଯ୍ୟକୁ ତଥ୍ୟ, ପ୍ରମାଣ ଓ ପରିମାପଯୋଗ୍ୟ ଫଳାଫଳ ଆଧାରରେ ବିଚାର କରାଯାଏ।

ବର୍ଜ୍ୟମୁକ୍ତ ପରିସର, ନିଟ୍-ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଓ ପ୍ରାକୃତିକ ସମ୍ପଦ ସୁରକ୍ଷା ଦିଗରେ ସେଞ୍ଚୁରିଅନର ନିରନ୍ତର ପଦକ୍ଷେପକୁ ଏହି ସ୍ୱୀକୃତିର ମୁଖ୍ୟ ଆଧାର ବୋଲି କୁହାଯାଇଛି। ଏହି ସଫଳତା ବିଶ୍ୱବିଦ୍ୟାଳୟର ପରିବେଶ ପ୍ରତି ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ହେବା ସହ ଓଡ଼ିଶା ପାଇଁ ମଧ୍ୟ ଗୌରବର ବିଷୟ ହୋଇଛି।

ଏହି ବିଶ୍ୱସ୍ତରୀୟ ସଫଳତା ପାଇଁ ସଭାପତି ମୁକ୍ତିକାନ୍ତ ମିଶ୍ର ଅନୁଷ୍ଠାନର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଓ ଅନୁଷ୍ଠାନ ସହ ଜଡ଼ିତ ସମସ୍ତ ଶୁଭେଚ୍ଛୁ ମାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି।
