ବାଲେଶ୍ଵର (ଭିଓଭି): ଆଜି ପୂର୍ବାହ୍ନ ୧୧ ଟା ସମୟରେ ଆଇଟିଆଇ ଛକ ନିକଟବର୍ତ୍ତୀ ଶାନ୍ତି ହୋଟେଲ ରେ ହଠାତ୍ ଗ୍ୟାସ୍ ଟାଙ୍କି ଫାଟି ଯିବାରୁ ହୋଟେଲ ଏବଂ ଆଖପାଖ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ହୋଟେଲ ଟି ସମ୍ପୂର୍ଣ ଜଳି ଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ୨ ଟି ଗାଡ଼ି ଆସି ନିଆଁ ଲିଭାଇଛି । ଏଥିରେ ହୋଟେଲ ର କର୍ମଚାରୀ ଆହତ ହୋଇ ନ ଥିବାର ଖବର ମିଳିଛି ।


