• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବାପାର ବଳାତ୍କାର ପରେ ନାବାଳିକାର ଆତ୍ମହତ୍ୟା

by Voice of Victims
February 24, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର

କୋଣାର୍କ (ଭିଓଭି): କୋଣାର୍କ ଥାନା ଅର୍ନ୍ତଗତ ଶିମିଳି ପଞ୍ଚାୟତ ମାଟିଆପଡା ଗାଁରେ ଏକ ଲଜ୍ଜା ଜନକ ଘଟଣା ପଦାକୁ ଆସିଛି। ବାପା ନିଜର ଝିଅ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିବା ପରେ ଝିଅ ଲଜ୍ଜା ସହି ନପାରି କରିଛି ଆତ୍ମହତ୍ୟା । ଏପରି ଅଭିଯୋଗ ଆଣିଛନ୍ତି ଝିଅର ମା ବିନତୀ ମହାନ୍ତି। କିଛି ଦିନ ହେବ ବାପା ମଳୟ ରଞ୍ଜନ ମହାନ୍ତି ତାଙ୍କ ବଡ ଝିଅ କୁ ବଳାତ୍କାର କରୁଥିଲେ। ନାବାଳିକା ଝିଅ ଏପରି ଏକ ଲଜ୍ଜାଜନକ ଘଟଣା ସଂପର୍କରେ ମା’କୁ ଅଭିଯୋଗ କରିଥିଲେ ମଧ୍ୟ ସମାଜରେ ନିଜର ଏପରି ଘଟଣା କୁ ଲୁଚାଇ ରଖିବା ସହିତ ତାଙ୍କ ସ୍ବାମୀ ମଳୟଙ୍କୁ ତାଗିଦ୍ କରିଥିଲେ। ହେଲେ ଆଜି ସକାଳୁ ନାବାଳିକା ଝିଅକୁ ଜୋର ଜବରଦସ୍ତ ବଳାତ୍କାର କରିଥିଲେ ତାଙ୍କ ବାପା ମଳୟ। ନାବାଳିକା ଅପ୍ରୀତା ଲଜ୍ଜା ସହି ନପାରି ଆତ୍ମହତ୍ୟା ନିଜ ଶୋଇବା ଘରେ କରିଥିଲେ । ଏପରି ଆତ୍ମହତ୍ୟା ଘଟଣା ମା ଜାଣିବା ପରେ ଝିଅକୁ ଧରି ସଙ୍ଗେ ସଙ୍ଗେ ଗୋପ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ନାବାଳିକାକୁ ମୃତ୍ୟୁ ଘୋଷଣା କରିବା ସହ ଗୋପ ଥାନାକୁ ଏ ସଂପର୍କରେ ଅବଗତ କରାଇଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ମା ସିଧାସଳଖ ବାପା ମଳୟ ରଞ୍ଜନ ମହାନ୍ତି ଝିଅକୁ ବାରମ୍ବାର ବଳାତ୍କାର କରିବାରୁ ମୋ ଝିଅ ଆତ୍ମହତ୍ୟା କରିଲା ବୋଲି କହିଛନ୍ତି। ସେପଟେ କୋଣାର୍କ ଥାନାରେ ଏକ ଲିଖିତ ଅଭିଯୋଗ ହେବାପରେ କୋଣାର୍କ ପୋଲିସ ଶବ ଜବତ କରି ଖୋଜୁଛି ବାପାଙ୍କୁ। ବାପା ଫେରାର ଥିବା ସୂଚନା ଦେଇଛି କୋଣାର୍କ ପୋଲିସ।

Post Views: 27
Share201Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In