• About Us
  • Contact Us
Thursday, September 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ତାଣ୍ଡବ

by Voice of Victims
September 24, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ତାଣ୍ଡବ

ଭୁବନେଶ୍ୱର: ସ୍ଥଳଭାଗ ଅତିକ୍ରମ କଲା ‘ଗଭୀର ଅବପାତ’ । ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ତାଣ୍ଡବ, ଉପକୂଳରେ ହାଇଆଲର୍ଟ । ​ଗୋପାଳପୁର-କଳିଙ୍ଗପଟ୍ଟନମ ମଧ୍ୟରେ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ । ୭୫ କିଲୋମିଟର ବେଗରେ ବହିଲା ପବନ । ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ରେଡ୍ ଆଲର୍ଟ । ସମୁଦ୍ରକୁ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ବାରଣ । ୨ ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରୁଛି ଗଭୀର ଅବପାତ । ଆଗାମୀ ୧୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ।

ପଶ୍ଚିମ-କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ବିଳମ୍ବିତ ରାତିରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା । ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ କଳିଙ୍ଗପଟ୍ଟନମର ଦକ୍ଷିଣ-ପଶ୍ଚିମ ନିକଟରେ ଏହି ସ୍ଥଳଭାଗ ଛୁଇଁଥିଲା । ​ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିଲା । ୨୩ ସେପ୍ଟେମ୍ବର ରାତି ୧୧ଟା ୩୦ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ଠାରୁ ପ୍ରାୟ ୩୦ କିମି ପଶ୍ଚିମ-ଦକ୍ଷିଣପଶ୍ଚିମ, ବିଶାଖାପାଟଣା ଠାରୁ ୮୦ କିମି ଉତ୍ତର-ପୂର୍ବ ଏବଂ ଓଡ଼ିଶାର ଗୋପାଳପୁର ଠାରୁ ୧୭୦ କିମି ଦକ୍ଷିଣ-ପଶ୍ଚିମ ଦୂରତାରେ କେନ୍ଦ୍ରୀଭୂତ ଥିଲା । ସ୍ଥଳଭାଗ ଛୁଇଁବା ପରେ ପରବର୍ତ୍ତୀ ୧୨ ଘଣ୍ଟା ଏହା ନିଜର ଗଭୀର ଅବପାତ ରୂପ ବଜାୟ ରଖି ପ୍ରାରମ୍ଭିକ ଭାବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ​ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେବା ସହ କ୍ରମଶଃ ଦୁର୍ବଳ ହେବ ।

ଆଜି ପବନର ବେଗ ଘଣ୍ଟା ପ୍ରତି ୫୦-୬୦ କିମି ରହିବ, ଯାହା ଝଟକା ସହ ୭୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ​୨୪ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଦୁର୍ବଳ ହୋଇ ସାଧାରଣ ‘ଅବପାତ’ ରେ ପରିଣତ ହେବ । ​୨୬ ସେପ୍ଟେମ୍ବର ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୪ଜିଲ୍ଲା କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ରହିଛି ରେଡ ୱାର୍ଣ୍ଣିଂ । ସେହିପରି କାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ନବରଙ୍ଗପୁରକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Post Views: 5
Share196Tweet123Send
Voice of Victims

Voice of Victims

Recent Posts

  • ବିହାର ସମସ୍ତିପୁରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; ଭିଡିଓ ଭାଇରାଲ, ୪ ଅଭିଯୁକ୍ତ ଗିରଫ
  • ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ
  • କଟକରେ ପନିରକୁ ନେଇ ବଡ଼ ଖୁଲାସା, ମିଶୁଛି ମଇଦା ଓ ଡିଟରଜେଣ୍ଟ
  • ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ତାଣ୍ଡବ
  • ଗୀତା ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ଗୀତା ପାରାୟଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In