ରଣପୁର (ଭିଓଭି): ଉତ୍ତରପ୍ରଦେଶଠାରେ ସଦ୍ୟ ସମାପ୍ତ ହୋଇଥିବା ଜାତୀୟ କେଡ଼ି ବାବୁ ସିଂ ହକି ପ୍ରତିଯୋଗିତାର ଓଡିଶା ଦଳର କୋଚ ଭାବେ ରଣପୁର ଅଞ୍ଚଳର ଯୁବ ପ୍ରଶିକ୍ଷକ ଚିନ୍ମୟ ପ୍ରଧାନ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ତାଙ୍କ ନେତୃତ୍ୱରେ ସାରା ଦେଶରେ ଓଡ଼ିଶା ତୃତୀୟ ସ୍ଥାନ ଅଧିକାର କରିଥିବାରୁ କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେ ସମଗ୍ର ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।


