• About Us
  • Contact Us
Friday, September 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର, ଆଇଟିଇଆରରେ ନଶା ମୁକ୍ତି ୟୁବା – ବିକଶିତ ଭାରତ ୨.୦ କାର୍ଯ୍ୟକ୍ରମ ଆୟୋଜିତ

by Voice of Victims
September 25, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର, ଆଇଟିଇଆରରେ ନଶା ମୁକ୍ତି ୟୁବା – ବିକଶିତ ଭାରତ ୨.୦ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୫ ସେପ୍ଟେମ୍ବର: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ‘ନଶାମୁକ୍ତି ଯୁବ-ବିକଶିତ ଭାରତ ୨.୦’ ଆୟୋଜିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନଶାମୁକ୍ତ ଭାରତ ଅଭିଯାନର ଆହ୍ୱାନକ୍ରମେ, ସୋଆ ଏନ୍‌ଏସ୍‌ଏସ୍ ବ୍ୟୁରୋ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ସଚେତନ କରିବା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ସେମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପି. କେ. ପାତ୍ର ଯୁବଶକ୍ତିକୁ ଦେଶ ଗଠନରେ ନିୟୋଜିତ କରିବା ସହ ନିଶା ଠାରୁ ଦୂରେଇ ରହି ସୁସ୍ଥ ଓ ଶୃଙ୍ଖଳିତ ଜୀବନ ବାଛିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଏନଏସଏସର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର କୁଶୱାହା ଯୋଗ ଦେଇ ନଶାମୁକ୍ତ ଭାରତ ଅଭିଯାନକୁ ଏକ ଜନଆନ୍ଦୋଳନ ବୋଲି ବର୍ଣ୍ଣନା କରିବା ସହ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଏହାର ଦୂତ ହୋଇ ଗାଁ, ବସ୍ତି ଓ ନିଜ ଶିକ୍ଷାନୁଷ୍ଠାନରେ ସଚେତନତାର ବାର୍ତା ପହଂଚାଇବାକୁ ଆହ୍ୱାନ ଦେଇଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ ଆପଣାଇବା ସହ ଖେଳ, ଯୋଗ ଓ ସାଂସ୍କୃତିକ କାର୍ଯ୍ୟକଳାପରେ ମନୋନିବେଶ କରି ନିଶା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଆଇଟିଇଆରର ଡିନ୍ ପ୍ରଫେସର ପି. କେ. ସାହୁ ସାଙ୍ଗସାଥୀଙ୍କ ଚାପ ଓ ଅନୁଚିତ ପ୍ରଲୋଭନ ପ୍ରତି ସତର୍କ ରହିବା ସହ ନିଶା ସେବନର ପ୍ରଥମ ପ୍ରସ୍ତାବକୁ ଦୃଢ଼ତାର ସହ ‘ନା’ କହିବାକୁ ପରାମର୍ଶ ଦେଇଥିଲେ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଶେଷଜ୍ଞ ଡାକ୍ତରମାନେ ମଦ୍ୟପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଯକୃତ, ହୃଦୟ ଓ ମସ୍ତିଷ୍କକୁ କିପରି କ୍ଷତି ପହଂଚାଏ, ସେ ବିଷୟରେ ବୁଝାଇଥିଲେ । ଏହାସହ ନିଶା, ଅବସାଦ, ଆର୍ଥିକ ସଙ୍କଟ, ପାଠପଢ଼ାରେ ବାଧା ଓ କ୍ୟାରିୟରରେ କ୍ଷତିର କାରଣ ହୋଇପାରେ ବୋଲି ସେମାନେ ସଚେତନ କରାଇଥିଲେ । ଡାକ୍ତର ଅବିନାଶ ମିଶ୍ର ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ନିଶାକୁ ମନର ଶୂନ୍ୟତା ସହ ଯୋଡ଼ି ବ୍ୟାଖ୍ୟା କରିଥିଲେ ଏବଂ ଆତ୍ମସଂଯମ ଓ ସକାରାତ୍ମକ ଜୀବନଦୃଷ୍ଟି ଗଢ଼ିବା ପାଇଁ ପ୍ରତିଦିନ ଭଗବଦ୍‌ଗୀତା ପାଠ କରିବା ଓ ଆଧ୍ୟାତ୍ମିକ ଜୀବନ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ସୋଆ ଏନ୍‌ଏସ୍‌ଏସ୍‌ର କୋଅର୍ଡିନେଟର ଡକ୍ଟର କମଳ ଲୋଚନ ମହାନ୍ତ ନିଜ ଉଦ୍‌ବୋଧନରେ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ି ଓ ଏନ୍‌ଏସ୍‌ଏସ୍ ସ୍ୱୟଂସେବକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସଚେତନତାର ବାର୍ତାକୁ ନିଜ ଜୀବନରେ ପାଳନ କରିବା ସହ ପରିବାର, ସାଙ୍ଗସାଥୀ ଓ ସମାଜ ମଧ୍ୟରେ ପହଂଚାଇବାକୁ ସେ ଉତ୍ସାହିତ କରିଥିଲେ । ଡକ୍ଟର କନକଲତା ଓଝା କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ଶେଷରେ ଶତାଧିକ ଛାତ୍ରଛାତ୍ରୀ ନଶାମୁକ୍ତ ଭାରତ ଗଠନର ଶପଥ ନେଇଥିଲେ । ସଚେତନ, ସୁସ୍ଥ ଓ ନିଶାମୁକ୍ତ ଯୁବପିଢ଼ି ହିଁ ସୁଦୃଢ଼ ସମାଜ ଏବଂ ବିକଶିତ ଭାରତ ଗଠନର ଆଧାର-ଏହି ବାର୍ତା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।

Post Views: 9
Share196Tweet123Send
Voice of Victims

Voice of Victims

Recent Posts

  • ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା, ଗବେଷଣା ଓ ନବସୃଜନର ଆବଶ୍ୟକତା ରହିଛି: ସୋଆ ଉପସଭାପତି
  • ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର, ଆଇଟିଇଆରରେ ନଶା ମୁକ୍ତି ୟୁବା – ବିକଶିତ ଭାରତ ୨.୦ କାର୍ଯ୍ୟକ୍ରମ ଆୟୋଜିତ
  • ବଜ୍ରପାତରୁ ମୁକୁଳିବାକୁ ୨ଶହ ତାଳ ବିହନ ରୋପଣ 
  • ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
  • ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In