• About Us
  • Contact Us
Saturday, September 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

UNGAରେ ପାକିସ୍ତାନକୁ ଭାରତର କଡ଼ା ଜବାବ, ଉଠିଲା ଓସାମା ବିନ୍ ଲାଦେନ୍ ପ୍ରସଙ୍ଗ

by Voice of Victims
September 26, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
UNGAରେ ପାକିସ୍ତାନକୁ ଭାରତର କଡ଼ା ଜବାବ, ଉଠିଲା ଓସାମା ବିନ୍ ଲାଦେନ୍ ପ୍ରସଙ୍ଗ

ନୂଆଦିଲ୍ଲୀ: UNGAରେ ପାକିସ୍ତାନକୁ ଭାରତର କଡ଼ା ଜବାବ। ଓସାମା ବିନ୍ ଲାଦେନ୍ ପ୍ରସଙ୍ଗ ଉଠାଇଲେ ପେଟାଲ ଗହଲୋତ । ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଭାଷଣ ପରେ ‘ରାଇଟ୍ ଅଫ୍ ରିପ୍ଲାଏ’ ବ୍ୟବହାର କରି କଡ଼ା ପ୍ରତିକ୍ରିୟା ଦେଇଛି ଭାରତ । ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପେଟାଲ ଗହଲୋତ ପାକିସ୍ତାନର ମନ୍ତବ୍ୟକୁ ‘ବିଚିତ୍ର’ ବୋଲି କହିବା ସହ ଆତଙ୍କବାଦ ଓ ଓସାମା ବିନ୍ ଲାଦେନ୍ ପ୍ରସଙ୍ଗ ଉଠାଇଛନ୍ତି। ଗହଲୋତ କହିଛନ୍ତି, ବିଶ୍ୱ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୫ ବର୍ଷ ପୂର୍ତ୍ତିକୁ ସ୍ମରଣ କରିବାର ମାତ୍ର ଦୁଇ ସପ୍ତାହ ପରେ ପାକିସ୍ତାନ ପକ୍ଷରୁ ଏଭଳି ମନ୍ତବ୍ୟ ଆସିଛି ।

ଏହି ପ୍ରସଙ୍ଗରେ ସେ ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍ ଲାଦେନ୍ ପାକିସ୍ତାନର ଆବୋଟାବାଦରେ, ପାକିସ୍ତାନ ସେନାର ପ୍ରମୁଖ ସାମରିକ ଏକାଡେମୀ ନିକଟରେ ରହୁଥିବା କଥା ମନେ ପକାଇ ଦେଇଛନ୍ତି । ପାକିସ୍ତାନୀ ସେନାକୁ ନେଇ ଶେହବାଜ ସରିଫଙ୍କ ଭାଷଣକୁ ମଧ୍ୟ ଭାରତ ଟାର୍ଗେଟ କରିଛି । ପାକିସ୍ତାନର ବର୍ତ୍ତମାନ ସରକାରକୁ ନେଇ ସେଠାକାର ବିରୋଧୀମାନେ ବ୍ୟବହାର କରୁଥିବା ‘Form 47 government’ ଶବ୍ଦକୁ ଉଲ୍ଲେଖ କରି ଗହଲୋତ ପାକିସ୍ତାନର ଗଣତାନ୍ତ୍ରିକ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

Post Views: 17
Share198Tweet124Send
Voice of Victims

Voice of Victims

Recent Posts

  • ଆଉ ୨୪ ଘଣ୍ଟା ପ୍ରବଳ ବର୍ଷା: ଆଜି ୮ ଜିଲ୍ଲାକୁ ଅରେଞ୍ଜ, ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ
  • ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍
  • UNGAରେ ପାକିସ୍ତାନକୁ ଭାରତର କଡ଼ା ଜବାବ, ଉଠିଲା ଓସାମା ବିନ୍ ଲାଦେନ୍ ପ୍ରସଙ୍ଗ
  • ପତଞ୍ଜଳି ପକ୍ଷରୁ ଭାଗବତ ଜୟନ୍ତୀ ପାଳିତ
  • ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା, ଗବେଷଣା ଓ ନବସୃଜନର ଆବଶ୍ୟକତା ରହିଛି: ସୋଆ ଉପସଭାପତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In