ରଣପୁର ୩ ଅକ୍ଟୋବର :– ଇଣ୍ଡିଆ ମେଣ୍ଟ ପକ୍ଷରୁ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ନିମନ୍ତେ ରଣପୁର ଗୋଡି ପାଟଣା ସାହି ସ୍ଥିତ ଶହୀଦ ରଘୁ ଦିବାକର ଭବନ ଠାରେ ଏକ ପ୍ରସ୍ତୁତି ବୈଠକ କଂଗ୍ରେସ ନେତା ଶତୃଘନ ପାଇକରାୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବନ୍ଦର ବିଭିନ୍ନ ଦାବି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବୈଠକରେ ନିମ୍ନଲିଖିତ ଦାବିଗୁଡ଼ିକ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା—
- ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି।
- MMDR ଆଇନ ପ୍ରତ୍ୟାହାର କରିବା।
- ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପାଇଁ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି।
- ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ।
୮ ଅକ୍ଟୋବର ବନ୍ଦକୁ ସଫଳ କରିବା ପାଇଁ ଆଜି ଠାରୁ ଆସନ୍ତା ୮ ଅକ୍ଟୋବର ପର୍ଯ୍ୟନ୍ତ ଗଣତନ୍ତ୍ର ରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ସଙ୍ଗଠିତ କରିବା ମଧ୍ୟରେ ୬ ଅକ୍ଟୋବର ସୁନାଖଳା ରୁ ଚାନ୍ଦପୁର ମଟର ସାଇକେଲ ଶୋଭାଯାତ୍ରା,୭ ଅକ୍ଟୋବର ମାଇକି ପ୍ରଚାର ଓ ସନ୍ଧ୍ୟାରେ ରଣପୁର ରେ ମସାଲ ଶୋଭାଯାତ୍ରା ମାନ ସଙ୍ଗଠିତ କରିବା ପାଇଁ ନିଷ୍ପତ୍ତି କରାଯାଇଛି। ୮ ଅକ୍ଟୋବର ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଭାବେ ରଣପୁର ସମେତ ସୁନାଖଳା ଓ ଚାନ୍ଦପୁର ଠାରେ ଓଡ଼ିଶା ବନ୍ଦ କାର୍ଯ୍ୟ କ୍ରମ ସଙ୍ଗଠିତ କରାଯିବ। ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସାଧାରଣ ସେବାକୁ ଛାଡ଼ି ଆଉ ସମସ୍ତ ସରକାରୀ ଅଫିସ, ଗାଡିମଟର, ରାସ୍ତା ଘାଟ ଓ ବଜାର ଆଦି ବନ୍ଦ କରାଯିବ।
ବୈଠକରେ ସିପିଆଇ(ଏମ୍) ପକ୍ଷରୁ ଜିଲ୍ଲା ସଂଯୋଜକ ନିତ୍ୟାନନ୍ଦ ପରିଡ଼ା,ନୟାଗଡ଼ ଆଞ୍ଚଳିକ କମିଟି ସମ୍ପାଦକ ଦୁଃଶାସନ ଜେନା, ଶ୍ରମିକ ନେତା ସୁରେଶ ସ୍ବାଇଁ,କଂଗ୍ରେସର ପ୍ରଭାତ ଦଳେଇ,ଧୃବ ଚରଣ ପରିଡ଼ା, ଅନିଲ୍ ପରିଡ଼ା, ପ୍ରଭାତ ପ୍ରଧାନ, ସବ୍ୟସାଚୀ ସେନାପତି, କୁଳମଣି ପଲେଇ, ନୀଳାଦ୍ରି ସୁବୁଦ୍ଧି ଓ ଗଦାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ଉପସ୍ଥିତ ନେତାମାନେ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ତୃଣମୂଳସ୍ତରରେ ବ୍ୟାପକ ପ୍ରଚାର ପତ୍ର ବଣ୍ଟନ ଓ ଜନସମ୍ପର୍କ ଅଭିଯାନ କରିବାକୁ ଆହ୍ୱାନ ଦେଇଥିଲା ବେଳେ ଇଣ୍ଡିଆ ବ୍ଳକ ତରଫରୁ ରଣପୁର ଜନଗଣ ଙ୍କୁ ନିବେଦନ କରାଯାଇଛି।
