• About Us
  • Contact Us
Sunday, October 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

by Voice of Victims
October 4, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ ଭିଜିଲାନ୍ସ ତଦନ୍ତ ପାଇଁ କେରଳ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ନିର୍ଦ୍ଦେଶ ଦେଇଛନ୍ତି । ୨୦୦୬ରେ ଜ୍ଞାନେଶ କୁମାର କେରଳର ପୂର୍ତ୍ତ ବିଭାଗ ସଚିବ ଥିବା ସମୟର ଘଟଣାକୁ ନେଇ ଏହି ତଦନ୍ତ ହେବ । କେରଳ ଷ୍ଟେଟ୍ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ ଅଧୀନରେ MC Roadର ଉନ୍ନତୀକରଣ କାମ କରୁଥିବା ଭାରତ-ମାଲେସିଆ କନସୋର୍ଟିୟମ୍ PATI-BEL ସହ ଜଡ଼ିତ ଥିଲେ ମାଲେସିଆର ସିଭିଲ୍ ଇଞ୍ଜିନିୟର ଲିସିବିନ୍ । ୨୦୦୬ରେ କୁଆଲାଲମ୍ପୁରରେ ଲିସିବିନ ଜୀବାହାରିବା ପରେ ଏହି ମାମଲା ସେତେବେଳେ ଚର୍ଚ୍ଚାକୁ ଆସିଥିଲା ।

ରିପୋର୍ଟ ଅନୁସାରେ, ଲିସିବିନ ଜୀବାହାରିବା ପୂର୍ବରୁ ଏକ ନୋଟ୍ ରେ ତତ୍କାଳୀନ ପୂର୍ତ୍ତ ସଚିବ ଜ୍ଞାନେଶ କୁମାରଙ୍କ ନାଁ ଉଲ୍ଲେଖ ଥିଲା । ପ୍ରକଳ୍ପର ବିଲ୍ ଓ ଅର୍ଥ ପ୍ରଦାନକୁ ନେଇ ସେତେବେଳେ ବିବାଦ ଓ ଅନିୟମିତତାର ଅଭିଯୋଗ ଉଠିଥିଲା । ଘଟଣା ପରେ ସେତେବେଳର କେରଳ ସରକାର ଭିଜିଲାନ୍ସ ତଦନ୍ତ କରାଇଥିଲେ । ତେବେ ପରବର୍ତ୍ତୀ ସମୟରେ ସେହି ତଦନ୍ତ ଆଗକୁ ବଢ଼ିନଥିବା ନେଇ ରିପୋର୍ଟ ରହିଛି । ଏବେ ଅଭିଯୋଗ ହୋଇଛି ଯେ, ବାହ୍ୟ ଚାପ ଯୋଗୁଁ ପୁରୁଣା ତଦନ୍ତ ପ୍ରଭାବିତ ହୋଇଥିଲା`। ଏହି ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ସିଧାସଳଖ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ବିସ୍ତୃତ ତଦନ୍ତ କରିବାକୁ କହିଛନ୍ତି । ତଦନ୍ତରେ ଯାହା ତଥ୍ୟ ସାମ୍ନାକୁ ଆସିବ, ସେହି ଆଧାରରେ ଉଚିତ ପଦକ୍ଷେପ ନିଆଯିବ ବୋଲି କେରଳ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • ୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର
  • ଗାନ୍ଧିଜୀ ସମାଜିକ ଅନୁ ଷ୍ଠାନ ଟ୍ରଷ୍ଟ୍ର ତରଫରୁ ଗାନ୍ଧିଜୟନ୍ତୀ ପାଳିତ
  • ସ୍ମିତଙ୍କ ସାହସକୁ ନେତନ୍ୟାହୁଙ୍କ ସଲାମ, ମୋଦିଙ୍କ ସହ ଇସ୍ରାଏଲକୁ ନିମନ୍ତ୍ରଣ
  • ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ
  • ଦୁର୍ଗାପୂଜାରେ ଭିଜିପାରେ ଓଡ଼ିଶା ! ୧୩ରେ ଲଘୁଚାପ ସମ୍ଭାବନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In