• About Us
  • Contact Us
Sunday, October 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର

by Voice of Victims
October 4, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର

ପୁରୀ(ଭିଓଭି): ଦୀର୍ଘ ୬ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଭକ୍ତ ମାନଙ୍କ ପାଇଁ ଖୋଲିଛି ଶ୍ରୀଗୁଣ୍ଡିଚା ମନ୍ଦିର । ଆନନ୍ଦ ମନରେ ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ । ୨୦୨୦ ମସିହାରେ କୋଭିଡ ଯୋଗୁଁ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟକୁ ପ୍ରବେଶ ବନ୍ଦ କରାଯାଇଥିଲା ଏବଂ ପରବର୍ତୀ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ନିମନ୍ତେ ବନ୍ଦ ରହିଥିଲା । ଏବେ ମରାମତି କାମ ସଂପୂର୍ଣ୍ଣ ହେବା ପରେ ଶ୍ରୀମନ୍ଦିର ପରିଚାଳନା ନିଷ୍ପତି ମୁତାବକ ଗତ ସେପ୍ଟେମ୍ବର ୩୦ ତାରିଖ ଠାରୁ ସର୍ବସାଧାରଣଙ୍କ ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିର ଦ୍ୱାର ଉନ୍ମୁକ୍ତ କରି ଦିଆଯାଇଛି । ପୂର୍ବ ନିଷ୍ପତି ମୁତାବକ ସକାଳ ୭ଟା୪୫ମିନିଟ୍ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ନଡ଼ିଆ ବାଡ଼େଇ ଦର୍ଶନର ଶୁଭାରମ୍ଭ କରିଥିଲେ । ପ୍ରଥମ ୫ ଜଣ ଭକ୍ତଙ୍କୁ ଶ୍ରୀମନ୍ଦିର ବାନା ପରିଧାନ କରାଇ ସ୍ୱାଗତ କରାଯାଇଥିଲା ଏବଂ ସମସ୍ତ ଶ୍ରଦ୍ଧାଳୁ ଧାଡ଼ିରେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ ।

ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ଟିକେଟ୍ କାଉଣ୍ଟର ସମେତ ଯୋତା ଷ୍ଟାଣ୍ଡ ଆଦି କରାଯାଇଥିବା ବେଳେ ମନ୍ଦିର ମଧ୍ୟରେ ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି । ନାଟ ମଣ୍ଡପକୁ ବାତାନୁକୁଳିତ କରାଯାଇଛି । ମନ୍ଦିର ମଧ୍ୟରେ ତିନି ରଥର ତିନୋଟି ଚକ ସ୍ଥାପନ କରାଯାଇଛି । ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ର‌୍ୟାମ୍ପ ବ୍ୟବସ୍ଥା କରାଯାଇଛି । ପ୍ରବେଶ ଶୁଳ୍କ ଜଣପିଛା ୧୦ଟଙ୍କା ରଖା ଯାଇଥିବା ବେଳେ ୫ବର୍ଷରୁ କମ୍‌, ୮୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ଦିବ୍ୟାଙ୍କ ଶ୍ରଦ୍ଧାଳୁ ମାନଙ୍କ ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ ବୋଲି ବିଜ୍ଞାପନ ଫଳକରେ ପ୍ରଦର୍ଶିତ ହୋଇଛି । ପ୍ରଥମ ତିନି ଦିନ ସମସ୍ତ ଭକ୍ତ ମାନେ ବିନା ଶୁଳ୍କରେ ଦର୍ଶନ କରିବାର ସୁବିଧା ପାଇଥିଲେ ।

ପ୍ରତିକ୍ରିୟାରେ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିରର ସୁରକ୍ଷା କଡ଼ା କଡ଼ି କରାଯାଇଛି । ପ୍ରବେଶ ଦ୍ୱାରରେ ଏବଂ ମନ୍ଦିର ଭିତରେ ସିସିଟିଭି ଲଗାଯାଇଛି । ପ୍ରବେଶ ଦ୍ୱାରରେ ମେଟାଲ ଡିଟେକ୍ଟର ଲଗାଯାଇଛି ଏବଂ ମନ୍ଦିର ଭିତରେ ବ୍ୟାପ ପୋଲିସ୍ ମୁତୟନ କରାଯାଇଛି । ମନ୍ଦିର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ କିନ୍ତୁ ନଭେମ୍ବର ରୁ ଫେବୃଆରି ପର୍ଯ୍ୟନ୍ତ ସନ୍ଧ୍ୟା ୫ଟାରେ ମନ୍ଦିର ଦର୍ଶନ ବନ୍ଦ ହେବ । ସେହିପରି ସ୍ନାନ ପୂର୍ଣ୍ଣିମାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏହି ଦର୍ଶନ ବନ୍ଦ ରହିବ । ଭକ୍ତ ମାନେ ନିରାପଦରେ ଏବଂ ଶାନ୍ତି ଶୃଙ୍ଖଳାର ସହିତ କିପରି ଦର୍ଶନ କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା. ଅରବିନ୍ଦ ପାଢ଼ୀ ପ୍ରକାଶ କରିଛନ୍ତି ।

Post Views: 9
Share196Tweet123Send
Voice of Victims

Voice of Victims

Recent Posts

  • ୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର
  • ଗାନ୍ଧିଜୀ ସମାଜିକ ଅନୁ ଷ୍ଠାନ ଟ୍ରଷ୍ଟ୍ର ତରଫରୁ ଗାନ୍ଧିଜୟନ୍ତୀ ପାଳିତ
  • ସ୍ମିତଙ୍କ ସାହସକୁ ନେତନ୍ୟାହୁଙ୍କ ସଲାମ, ମୋଦିଙ୍କ ସହ ଇସ୍ରାଏଲକୁ ନିମନ୍ତ୍ରଣ
  • ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ
  • ଦୁର୍ଗାପୂଜାରେ ଭିଜିପାରେ ଓଡ଼ିଶା ! ୧୩ରେ ଲଘୁଚାପ ସମ୍ଭାବନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In