ବାଲେଶ୍ଵର( ଭିଓଭି ) ୨୧/୧୦ : ବିଜୟା ଦଶମୀ ତିଥିରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସ୍ୱୟଂ ସେବକ ମାନଙ୍କ ଦ୍ଵାରା ପଥ ସଞ୍ଚଳନ ଯାତ୍ରା ସହିତ ନଗର ପରିକ୍ରମା କରାଯାଇଥିଲା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କେବଳ ଏକ ସଂଗଠନ ନୁହେଁ, ବରଂ ଏହା ରାଷ୍ଟ୍ରୀୟ ଚେତନା, ଶୃଙ୍ଖଳା, ସେବା, ସମର୍ପଣ ଓ ସାଂସ୍କୃତିକ ମୂଲ୍ୟବୋଧର ଏକ ଅବିରତ ଯାତ୍ରା। ରାଷ୍ଟ୍ର ପ୍ରତି କର୍ତ୍ତବ୍ୟବୋଧ ଓ ସମାଜ ପ୍ରତି ସେବା ଭାବକୁ ଜାଗ୍ରତ କରିବା ହେଉଛି ଏହି ଯାତ୍ରାର ମୂଳ ପ୍ରେରଣା ।

ସ୍ଥାନେ ସ୍ଥାନେ ମହିଳା ମାନଙ୍କ ଦ୍ଵାରା ଧ୍ୱଜ ପୂଜନ ର ଆୟୋଜନ କରାଯାଇଥିଲା । ଏହି ପଥ ସଞ୍ଚଳନ କାର୍ଯ୍ୟକ୍ରମରେ ସାଂସଦ ମାନ୍ୟବର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ , ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇଥିଲେ ।
