• About Us
  • Contact Us
Wednesday, October 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଖଣି ବ୍ୟବସାୟୀ ରତିକାନ୍ତ ରାଉତଙ୍କ ବଢ଼ିଲା ଅଡୁଆ, ମନି ଲଣ୍ଡରିଂ ମାମଲାରେ ଇଡିର ସପ୍ଲିମେଣ୍ଟାରୀ ଚାର୍ଜସିଟ୍

by Voice of Victims
October 21, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଖଣି ବ୍ୟବସାୟୀ ରତିକାନ୍ତ ରାଉତଙ୍କ ବଢ଼ିଲା ଅଡୁଆ, ମନି ଲଣ୍ଡରିଂ ମାମଲାରେ ଇଡିର ସପ୍ଲିମେଣ୍ଟାରୀ ଚାର୍ଜସିଟ୍

ଭୁବନେଶ୍ୱର: ୩୪୧ କୋଟିରୁ ଅଧିକ ବେଆଇନ ଖଣି କାରବାର ଅଭିଯୋଗ ମାମଲାରେ ଖଣି ବ୍ୟବସାୟୀ ରତିକାନ୍ତ ରାଉତଙ୍କ ବିରୋଧରେ ଇଡିର ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ।  ବେଆଇନ ଖଣି ଖନନ, ଖଣିଜ ଚୋରି, ଡକାୟତି ଓ ବିସ୍ଫୋରକ ସାମଗ୍ରୀ ଯୋଗାଣ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ  ଇଡିର ବଡ଼ ପଦକ୍ଷେପ। ଭୁବନେଶ୍ୱରର ଖଣି ବ୍ୟବସାୟୀ ରତିକାନ୍ତ ରାଉତଙ୍କ ବିରୋଧରେ ଇଡି ଗତ ୧୬ ତାରିଖରେ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର PMLA କୋର୍ଟରେ ପ୍ରଥମ ସପ୍ଲିମେଣ୍ଟାରୀ ପ୍ରସିକ୍ୟୁସନ୍ କମ୍ପ୍ଲେଣ୍ଟ ବା ଅତିରିକ୍ତ ଅଭିଯୋଗପତ୍ର ଦାଖଲ କରିଛି।  ଏହା ପୂର୍ବରୁ ଜୁଲାଇ ୭ ରେ ରତିକାନ୍ତଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପୃଷ୍ଟି ଓ ଅନ୍ୟ ସହଯୋଗୀଙ୍କ ବିରୋଧରେ ମୂଳ ଅଭିଯୋଗପତ୍ର ଦାଖଲ କରାଯାଇଥିଲା ।

ଇଡିର ସୂଚନା ଅନୁସାରେ, ରତିକାନ୍ତଙ୍କ ବିରୋଧରେ ଓଡ଼ିଶାର ବିଭିନ୍ନ ଥାନାରେ ମୋଟ ୨୭ଟି ଏଫ୍ଆଇଆର୍ ରୁଜୁ ହୋଇଛି । ଏଥିରେ ବେଆଇନ ପଥର ଖଣି ଖନନ, ଚୋରି, ଡକାୟତି ଓ ବିସ୍ଫୋରକ ସାମଗ୍ରୀ ଯୋଗାଣ ଭଳି ଗୁରୁତର ଅଭିଯୋଗ ରହିଛି । ଏହି ମାମଲାଗୁଡ଼ିକୁ ଆଧାର କରି ଇଡି ମନି ଲଣ୍ଡରିଂ ତଦନ୍ତ ଆରମ୍ଭ କରିଥିଲା ।  ତଦନ୍ତକାରୀ ସଂସ୍ଥାର ଦାବି ଅନୁସାରେ, ରତିକାନ୍ତ ଓ ତାଙ୍କ ସହ ଜଡ଼ିତ ବ୍ୟବସାୟିକ ସଂସ୍ଥାଗୁଡ଼ିକ ମାଧ୍ୟମରେ ୩୪୧ କୋଟି ଟଙ୍କାରୁ ଅଧିକ ଅପରାଧଜନିତ ଆୟ ସୃଷ୍ଟି ହୋଇଛି । ଢେଙ୍କାନାଳରେ ତାଙ୍କ ନାଁରେ ଲଘୁ ଖଣିଜ ଉତ୍ତୋଳନ ପାଇଁ ଲିଜ୍ ଥିଲେ ମଧ୍ୟ ଅନୁମୋଦିତ ସୀମାଠାରୁ ଅଧିକ ଖନନ କରାଯାଇଥିବା ଅଭିଯୋଗ ରହିଛି । ଏପରିକି ଲିଜ୍ ଅଞ୍ଚଳ ବାହାରେ ବେଆଇନ ଖନନ, ଅନୁମତି ବିନା ବିସ୍ଫୋରକ ବ୍ୟବହାର ଏବଂ ଖଣିଜ ପଦାର୍ଥ ଚୋରି ଓ ଅପମିଶ୍ରଣ ହୋଇଥିବା ଇଡି କହିଛି । ଏହି ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟର  ପକ୍ଷରୁ ଡ୍ରୋନ୍ ଓ ସାଟେଲାଇଟ୍ ସର୍ଭେ କରାଯାଇଥିଲା । ସର୍ଭେରୁ ଲିଜ୍ ଅଞ୍ଚଳ ମଧ୍ୟରେ ଧାର୍ଯ୍ୟ ପରିମାଣଠାରୁ ଅଧିକ ଖନନ ଏବଂ ଲିଜ୍ ସୀମା ବାହାରେ ୭ଟି ସ୍ଥାନରେ ଅନଧିକୃତ ଖନନ ହୋଇଥିବା ଜଣାପଡ଼ିଥିବା ଇଡି ଦର୍ଶାଇଛି । ବେଆଇନ କାରବାରରୁ ମିଳିଥିବା ଅର୍ଥକୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ବ୍ୟବସାୟିକ ସଂସ୍ଥା ମାଧ୍ୟମରେ ନେଣଦେଣ କରାଯାଇଥିବା ଇଡି ଅଭିଯୋଗ କରିଛି ।  ମା’ ତାରିଣୀ ଷ୍ଟୋନ୍ କ୍ରସର, ସାଇ ଶମ୍ଭୁ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ ଓ ଆସ୍ୟୁରାନ୍ସ ମେଟାଲଏଡ୍ ଏକ୍ସିମ୍ ପ୍ରାଇଭେଟ୍ ଲିମିଟେଡ୍ ଭଳି ସଂସ୍ଥାର ନାମ ତଦନ୍ତରେ ସାମ୍ନାକୁ ଆସିଛି । ରତିକାନ୍ତ, ତାଙ୍କ ପରିବାର ସଦସ୍ୟ ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ନାମରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରଖି ଅପରାଧଜନିତ ଆୟକୁ ଲୁଚାଯାଇଥିବା ଇଡିର ଅଭିଯୋଗ ।

ଏହି ମାମଲାରେ ୨୦୨୫ ଜାନୁଆରୀ ୮ରେ ଇଡି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଗତ ଅଗଷ୍ଟ ୨୦ରେ ରତିକାନ୍ତଙ୍କୁ ଗିରଫ କରାଯାଇଥିଲା । ସ୍ୱତନ୍ତ୍ର କୋର୍ଟ ତାଙ୍କୁ ୫ ଦିନ ପାଇଁ  ରିମାଣ୍ଡରେ ପଠାଇଥିଲେ । ଅଗଷ୍ଟ ୨୬ରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ସେପ୍ଟେମ୍ବର ୭ରେ ଇଡି ନୂଆ ପ୍ରମାଣ ଉପସ୍ଥାପନ ପରେ କୋର୍ଟ ପୁଣି ୪ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଥିଲେ ।  ଏବେ ଅତିରିକ୍ତ ଅଭିଯୋଗପତ୍ର ଦାଖଲ  ପରେ ମାମଲାର ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ିଛି ।

Post Views: 23
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ଏୟାରପୋର୍ଟରେ ୩ ଘଣ୍ଟା ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଲାଗିଲା ୫୦ ହଜାର ଜରିମାନା
  • ଶ୍ରୀମନ୍ଦିରରେ ଆଜି ବିଜୟା ଦଶମୀ, ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ
  • ଖଣି ବ୍ୟବସାୟୀ ରତିକାନ୍ତ ରାଉତଙ୍କ ବଢ଼ିଲା ଅଡୁଆ, ମନି ଲଣ୍ଡରିଂ ମାମଲାରେ ଇଡିର ସପ୍ଲିମେଣ୍ଟାରୀ ଚାର୍ଜସିଟ୍
  • ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ପାଳିତ
  • ଭବ୍ୟ ସମାରୋହରେ ପାଳିତ ହେଲା ଦାଣ୍ଡିଆ ନାଇଟ୍ସ 2026

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In