• About Us
  • Contact Us
Wednesday, October 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦିଲ୍ଲୀ ଏୟାରପୋର୍ଟରେ ୩ ଘଣ୍ଟା ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଲାଗିଲା ୫୦ ହଜାର ଜରିମାନା

by Voice of Victims
October 21, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଦିଲ୍ଲୀ ଏୟାରପୋର୍ଟରେ ୩ ଘଣ୍ଟା ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଲାଗିଲା ୫୦ ହଜାର ଜରିମାନା

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ବିଳମ୍ବିତ ରାତିରେ ଦିଲ୍ଲୀ ଏୟାରପୋର୍ଟରେ ପ୍ୟାରିସରୁ ଫେରୁଥିବା ବେଳେ ଭଗୱନ୍ତ ସିଂ ମାନଙ୍କୁ ୩ ଘଣ୍ଟା ଦିଲ୍ଲୀ ଏୟାରପୋର୍ଟରେ ଅଟକ ରଖାଯାଇଥିଲା । ଘଟଣାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି ।

ଖବର ମୁତାବକ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପ୍ୟାରିସ ଗସ୍ତ କରିଥିଲେ । ସେ ପ୍ୟାରିସରୁ ଫେରିଲା ବେଳେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ପ୍ରାୟ ତିନି ଘଣ୍ଟା ଧରି ଅଟକ ରଖାଯାଇଥିଲା । ଆପ୍ ନେତା ସୌରଭ ଭରଦ୍ୱାଜ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

ଆପର ପଞ୍ଜାବ ଗଣମାଧ୍ୟମ ପ୍ରଭାରୀ ବଲତେଜ ପନ୍ନୁ ଏକ୍ସରେ ଏକ ଭିଡିଓ ଜାରି କରି କହିଛନ୍ତି । ତାଙ୍କ କହିବା ଅନୁସାରେ, ରବିବାର ପ୍ୟାରିସରୁ ଫେରିବା ପରେ ମାନଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅଟକାଯାଇଥିଲା । ତାଙ୍କ ଜିନିଷପତ୍ର ଆସିନାହିଁ ଓ ଯାଞ୍ଚ ଚାଲିଛି ।

ପନ୍ନୁଙ୍କ ଅଭିଯୋଗ ଅନୁସାରେ, ୩ ଘଣ୍ଟା ପରେ ମାନଙ୍କୁ ଯିବାକୁ ଅନୁମତି ମିଳିଥିଲା । ସେ ଗାଡ଼ିରେ ଜିନିଷପତ୍ର ରଖି ଯିବାକୁ ବାହାରିବା ବେଳେ କିଛି ଅଧିକାରୀ ତାଙ୍କ ପାଖକୁ ଆସିଥିଲେ । ଏହାପରେ ତାଙ୍କ ନାଁରେ ୫୦ ହଜାର ଟଙ୍କାର ଚାଲାଣ କଟାଯାଇଥିଲା ବୋଲି ପନ୍ନୁ ଦାବି କରିଛନ୍ତି ।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ଏୟାରପୋର୍ଟରେ ୩ ଘଣ୍ଟା ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଲାଗିଲା ୫୦ ହଜାର ଜରିମାନା
  • ଶ୍ରୀମନ୍ଦିରରେ ଆଜି ବିଜୟା ଦଶମୀ, ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ
  • ଖଣି ବ୍ୟବସାୟୀ ରତିକାନ୍ତ ରାଉତଙ୍କ ବଢ଼ିଲା ଅଡୁଆ, ମନି ଲଣ୍ଡରିଂ ମାମଲାରେ ଇଡିର ସପ୍ଲିମେଣ୍ଟାରୀ ଚାର୍ଜସିଟ୍
  • ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ପାଳିତ
  • ଭବ୍ୟ ସମାରୋହରେ ପାଳିତ ହେଲା ଦାଣ୍ଡିଆ ନାଇଟ୍ସ 2026

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In