• About Us
  • Contact Us
Saturday, October 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୬ରେ ବାତ୍ୟା ସମ୍ଭାବନା

by Voice of Victims
October 23, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆସନ୍ତା ୨୪ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଅବପାତ ନା ବାତ୍ୟା?

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା । ଦକ୍ଷିଣ ଓଡ଼ିଶା ଉପରେ ରହିପାରେ ପ୍ରଭାବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଶକ୍ତିଶାଳୀ ହେବ। ପାଣିପାଗ ବିଜ୍ଞାନୀ ତଥା ବିଭିନ୍ନ ଗ୍ଲୋବାଲ ମଡେଲର ଆକଳନ ଅନୁଯାୟୀ, ଏହି ସିଷ୍ଟମ ଆଗାମୀ କିଛି ଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ୨୪ ଅକ୍ଟୋବରରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଆହୁରି ସକ୍ରିୟ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ।

ସମୁଦ୍ର ମଧ୍ୟରେ ଅନୁକୂଳ ପରିବେଶ ପାଇ ଏହା କ୍ରମଶଃ ୨୬ ଅକ୍ଟୋବରରେ ବାତ୍ୟା ରୂପ ନେଇପାରେ । ୨୭-୨୮ ଅକ୍ଟୋବର ବେଳକୁ ଆହୁରି ଘନୀଭୂତ ହୋଇ ଏହା ଏକ ଭୀଷଣ ବାତ୍ୟା ରେ ପରିଣତ ହେବା ସହ ଉପକୂଳ ମୁହାଁ ହେବ । ଆକଳନ ହେଉଛି ଏହି ବାତ୍ୟା ଆସନ୍ତା ୨୮ ଅକ୍ଟୋବର ବେଳକୁ ଆନ୍ଧ୍ରପ୍ରଦେଶର ଉପକୂଳ ଅତିକ୍ରମ କରିପାରେ । ଉପକୂଳ ଛୁଇଁବା ପରେ ଏହି ସିଷ୍ଟମ ଆଭ୍ୟନ୍ତରୀଣ ଭାଗକୁ ଗତି କରି ଦକ୍ଷିଣ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଦେଇ ଅଗ୍ରସର ହେବାର ଆଶଙ୍କା ରହିଛି ।

Post Views: 26
Share198Tweet124Send
Voice of Victims

Voice of Victims

Recent Posts

  • ଗଙ୍ଗା ସ୍ନାନ ବେଳେ ଅଘଟଣ: ଗଙ୍ଗାରେ ବୁଡି ପ୍ରାଣ ହରାଇଲେ ପୁରୀର ଲୋକପ୍ରିୟ ସମାଜସେବୀ
  • ବାତ୍ୟା ପାଇଁ ଆକ୍ସନ୍ ମୋଡ୍‌ରେ ରାଜ୍ୟ ସରକାର, ଅଧିକାରୀଙ୍କ ଛୁଟି ବାତିଲ୍
  • ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟ, ସମୁଦ୍ରରୁ ଫେରିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ
  • ବାତ୍ୟା ଆଶଙ୍କାରେ ଦକ୍ଷିଣ ଓଡ଼ିଶା ହାଇ ଆଲର୍ଟ, ୫ ଜିଲ୍ଲାକୁ ରେଡ୍ ଆଲର୍ଟ
  • ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଡ଼ ଆକଳନ, ୨୮ ତାରିଖରେ କେଉଁଠି କରିବ ଲ୍ୟାଣ୍ଡଫଲ୍?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In