• About Us
  • Contact Us
Friday, October 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭୟଙ୍କର ଭୂମିକମ୍ପରେ ଥରିଲା ତିବ୍ଦତ, ୧୬ ମୃତ, ୪୦ରୁ ଅଧିକ ଆହତ

by Voice of Victims
October 23, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
କୋଲକାତାରେ ଭୂକମ୍ପ ଝଟକା, ତୀବ୍ରତା ୫.୪

ତିବ୍ଦତ: ତିବ୍ଦତରେ ଭୟଙ୍କର ଭୂମିକମ୍ପ । ୧୬ ମୃତ, ୪୦ରୁ ଅଧିକ ଆହତ । ଭୁଶୁଡିଲା ଶହ ଶହ ଘର । ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଥିଲା । ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଅଞ୍ଚଳର ୩୦୦ରୁ ଅଧିକ ଘର ଓ କୋଠାବାଡ଼ି ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି । ଭାରତୀୟ ସମୟ ଅନୁସାରେ ଗୁରୁବାର ରାତି ପ୍ରାୟ ୮ଟା ୦୩ ମିନିଟ୍ ରେ ଏହି ଶକ୍ତିଶାଳୀ ଝଟ୍ କା ଅନୁଭୂତ ହୋଇଥିଲା । ଉତ୍ତର ତିବ୍ଦତର ନାଗକୁ ଅଞ୍ଚଳସ୍ଥିତ ବାଚେନ୍ ନିକଟରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ଏହା ରାଜଧାନୀ ଲାହାସାଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ ।

ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଥିବା କୁହାଯାଇଛି । ଗଭୀରତା କମ୍ ଥିବାରୁ ଭୂପୃଷ୍ଠରେ ଏହାର ପ୍ରଭାବ ବେଶ୍ ଭୟାନକ ରହିଥିଲା । ନାଗକୁ ସମେତ ଆଖପାଖ ଅଞ୍ଚଳର ଶତାଧିକ ମାଟି ଓ ପଥର ନିର୍ମିତ ବାସଗୃହ ମାଟିରେ ମିଶିଯାଇଛି । ଅନେକ ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବାରୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଛି । ସ୍ଥାନୀୟ ପ୍ରଶାସନ, ସେନା ଓ ବିପର୍ଯ୍ୟୟ ପରିଚାଳନା ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରୁଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ପ୍ରଥମ ଶକ୍ତିଶାଳୀ ଭୂକମ୍ପର କିଛି ସମୟ ପରେ ସେହି ଅଞ୍ଚଳରେ ପୁନର୍ବାର ଆଫ୍ଟରସକ୍ ଅନୁଭୂତ ହୋଇଥିଲା ।

ଭାରତୀୟ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଅରୁଣାଚଳ ପ୍ରଦେଶ ସୀମାନ୍ତ ନିକଟବର୍ତ୍ତୀ ତିବ୍ଦତ ଅଞ୍ଚଳରେ ୫.୨ ତୀବ୍ରତାର ଆଉ ଏକ ଭୂକମ୍ପ ରେକର୍ଡ ହୋଇଛି, ଯାହାର ପ୍ରଭାବରେ ସୀମାନ୍ତବର୍ତ୍ତୀ କିଛି ଭାରତୀୟ ଅଞ୍ଚଳରେ ମଧ୍ୟ ହାଲୁକା କମ୍ପନ ଅନୁଭୂତ ହୋଇଥିଲା । ହିମାଳୟ ପାର୍ବତ୍ୟାଞ୍ଚଳ ଭାରତୀୟ ଏବଂ ୟୁରେସୀୟ ଟେକ୍ଟୋନିକ୍ ପ୍ଲେଟର ସଂଯୋଗସ୍ଥଳରେ ଅବସ୍ଥିତ । ଏହି ଦୁଇ ପ୍ଲେଟ ମଧ୍ୟରେ ନିରନ୍ତର ଚାପ ଓ ଘର୍ଷଣ ଯୋଗୁଁ ଏହି ଅଞ୍ଚଳ ଅତ୍ୟନ୍ତ ଭୂକମ୍ପପ୍ରବଣ ଭାବେ ପରିଚିତ । ଗତ କିଛି ସପ୍ତାହ ତଳେ ତିବ୍ଦତ-ନେପାଳ ସୀମାରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଏବେ ଏହି ପ୍ରଳୟଙ୍କରୀ ଭୂମିକମ୍ପ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ।

Post Views: 17
Share197Tweet123Send
Voice of Victims

Voice of Victims

Recent Posts

  • ନୟାଗଡ଼ରେ ନଭେମ୍ବର ୪ ଓ ୫ରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ; ‘VB-YLD ୨୦୨୭’ ‘ନିଶାମୁକ୍ତ ଯୁବ ସମାଜ, ବିକଶିତ ଭାରତ’ ଥିମ୍‌ରେ ହେବ ୫ଟି ପ୍ରତିଯୋଗିତା, ୧୫ରୁ ୨୯ ବର୍ଷୀୟ ଯୁବକଯୁବତୀଙ୍କୁ ଭାଗ ନେବାକୁ ଆହ୍ୱାନ
  • ଭୟଙ୍କର ଭୂମିକମ୍ପରେ ଥରିଲା ତିବ୍ଦତ, ୧୬ ମୃତ, ୪୦ରୁ ଅଧିକ ଆହତ
  • ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ବଡ଼ ପଦକ୍ଷେପ, ନ୍ୟୁୟର୍କରେ ଘୋଡ଼ାଗାଡ଼ି ଉପରେ ଲାଗିବ ପ୍ରତିବନ୍ଧକ!
  •  ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ୧୭୦ କୋଟିର ଡାଟା ସେଣ୍ଟର କରିବେ ଉଦ୍‌ଘାଟନ
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୬ରେ ବାତ୍ୟା ସମ୍ଭାବନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In