• About Us
  • Contact Us
Tuesday, October 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭୀଷଣ ରୂପ ନେଉଛି ବାତ୍ୟା ‘ଅର୍ଣ୍ଣବ’: ୧୫୦ କି.ମି ବେଗରେ ବହିବ ପବନ

by Voice of Victims
October 27, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଭୀଷଣ ରୂପ ନେଉଛି ବାତ୍ୟା ‘ଅର୍ଣ୍ଣବ’: ୧୫୦ କି.ମି ବେଗରେ ବହିବ ପବନ

ଭୁବନେଶ୍ବର: ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ର ଭୟାବହତାକୁ ନେଇ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟାର ଗତିପଥ, ସ୍ଥଳଭାଗ ଛୁଇଁବା ସମୟ ଏବଂ ଏହାର ସମ୍ଭାବ୍ୟ ବିପର୍ଯ୍ୟୟ ନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସମିଟ୍ ଜରିଆରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ବର୍ତ୍ତମାନ କାକିନାଡ଼ାଠାରୁ ପ୍ରାୟ ଦୁଇ ଶହ ଚାଳିଶ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ସାଟେଲାଇଟ୍ ଚିତ୍ର ଏବଂ ରାଡାର୍ ଅନୁସାରେ ଏହାର ଚକ୍ଷୁ ବା ଆୟୁ ସ୍ପଷ୍ଟ ଭାବେ ଗଠିତ ହୋଇସାରିଛି, ଯାହାକି ସ୍କ୍ରିନରେ ଏକ କଳା ଗୋଲାକାର କ୍ଷେତ୍ର ଭାବେ ଦୃଶ୍ୟମାନ ହେଉଛି। ଏହି ବାତ୍ୟାଟି ଗତ କିଛି ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି କୋଡ଼ିଏ କିଲୋମିଟର ବେଗରେ ପ୍ରାୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି।

ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ଗତି ଜାରି ରହିବା ପରେ ବାତ୍ୟାଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ଅଠାଇଶ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ବିଶେଷକରି ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଏବଂ ୟାନମ୍ ନିକଟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଏହା ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ବଜାୟ ରଖିବ ଏବଂ ସେତେବେଳେ ପବନର ସର୍ବାଧିକ ସ୍ଥାୟୀ ବେଗ ଘଣ୍ଟା ପ୍ରତି ଏକ ଶହ ପଚିଶିରୁ ଏକ ଶହ ପଞ୍ଚତିରିଶ କିଲୋମିଟର ରହିବ। ଏପରିକି ଝଟକା ପବନର ବେଗ ଏକ ଶହ ପଚାଶ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ଏହି ଅତି ପ୍ରଚଣ୍ଡ ପବନ ଅତ୍ୟନ୍ତ ବିଧ୍ୱଂସୀ ସାଧିତ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବଡ଼ ବଡ଼ ଗଛଗୁଡ଼ିକା ମୂଳରୁ ଉପୁଡ଼ି ପଡ଼ିବ, ଗଛର ଡାଳସବୁ ଭାଙ୍ଗିଯିବ ଏବଂ ଟେଲିଫୋନ୍ ତଥା ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ନଇଁଯିବା କିମ୍ବା ଭାଙ୍ଗିଯିବାର ଆଶଙ୍କା ରହିଛି। ବଡ଼ ବଡ଼ ହୋର୍ଡିଂ ଓ ବିଜ୍ଞାପନ ବୋର୍ଡଗୁଡ଼ିକ ମଧ୍ୟ ଉଡ଼ିଯାଇପାରେ। ପୁରୁଣା ପକ୍କା ଘର, କଞ୍ଚା ଘର, ଖପର ଓ ନଡ଼ା ଛପର ଘର, ଏସବେଷ୍ଟସ୍ ଏବଂ ଟିନ୍ ଛାତ ଥିବା ଗୁଡ଼ିକ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହି ପ୍ରବଳ ବାତ୍ୟା ସମୁଦ୍ରରେ ଥିବା ବଡ଼ ଜାହାଜ ଏବଂ ଡଙ୍ଗାଗୁଡ଼ିକୁ ମଧ୍ୟ ଗମ୍ଭୀର ଭାବରେ କ୍ଷତି ପହଞ୍ଚାଇପାରେ।

ଏହି ବିପଦକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ କୌଣସି ଜାହାଜ କିମ୍ବା ମତ୍ସ୍ୟଜୀବୀଙ୍କ ଡଙ୍ଗା ଯେପରି ପଶ୍ଚିମ-କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ନରହେ। ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଘଣ୍ଟା ପ୍ରତି ଷାଠିଏ ଠାରୁ ଅଶୀ କିଲୋମିଟର ବେଗରେ ଏବଂ ଉତ୍ତର ଓଡ଼ିଶାରେ ଚାଳିଶରୁ ପାଞ୍ଚ ଶହ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ଏହି ବିପର୍ଯ୍ୟୟ ଫଳରେ ରେଳ,ବିମାନ ଏବଂ ସଡ଼କପଥରେ ଯାତାୟାତ ବ୍ୟାପକ ଭାବରେ ପ୍ରଭାବିତ ହେବ। ଏହା ବ୍ୟତୀତ ବ୍ୟାପକ ପରିମାଣରେ ଧାନ ଏବଂ ଅନ୍ୟାନ୍ୟ ଫସଲ ନଷ୍ଟ ହେବାର ଆଶଙ୍କା କରାଯାଉଛି।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • ଦୁଇ ଭାଇ ଅଲଗା ରହୁଥିଲେ ମିଳିବ କି ୨ଟି ଘର? ଜାଣନ୍ତୁ ସରକାରୀ ନିୟମ
  • ଭୀଷଣ ରୂପ ନେଉଛି ବାତ୍ୟା ‘ଅର୍ଣ୍ଣବ’: ୧୫୦ କି.ମି ବେଗରେ ବହିବ ପବନ
  • ଓଡ଼ିଶା କ୍ୟାଡର୍ ଛାଡ଼ି ବିହାର ଯିବେ IAS ସଞ୍ଜୟ କୁମାର ସିଂହ
  • ୱେଲିଂଟନ୍‌ରେ ଆଜି ତୃତୀୟ ଟି-୨୦: ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ଘଣ୍ଟା ପ୍ରତି ୨୫ କି.ମି ବେଗରେ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ‘ରେଡ୍ ଆଲର୍ଟ ଜାରି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In