• About Us
  • Contact Us
Wednesday, October 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆସନ୍ତା ସପ୍ତାହରେ ପୁଣି ଆସୁଛି ଆଉ ଏକ ଲଘୁଚାପ!

by Voice of Victims
October 28, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଡ଼ ଆକଳନ, ୨୮ ତାରିଖରେ କେଉଁଠି କରିବ ଲ୍ୟାଣ୍ଡଫଲ୍?

ଭୁବନେଶ୍ୱର : ଆସନ୍ତା ସପ୍ତାହରେ ପୁଣି ଆଉ ଏକ ଲଘୁଚାପ । ଏପରି ପୂର୍ବାନୁମାନ କରାଯାଇଛି । କିନ୍ତୁ ସେହି ଲଘୁଚାପଟି କେତେ ଘନୀଭୂତ ହେବ ତାହା ଆକଳନ ହୋଇନାହିଁ । ଏପଟେ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଷା ଓ ପବନକୁ ନେଇ ଚିନ୍ତା ବଢ଼ିଛି । ବିଶେଷକରି ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟାଜନିତ ପାଣିପାଗ ସ୍ଥିତି ଉପରେ ନଜର ରହିଛି । ବର୍ଷା ସହ ଝଟକା ପବନ, ତଳିଆ ଅଞ୍ଚଳରେ ପାଣି ଜମିବା ଏବଂ ଯାତାୟାତରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।

ବାତ୍ୟାର ମୁଖ୍ୟ ପ୍ରଭାବ ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଥିଲେ ମଧ୍ୟ ଏହା ସହ ଜଡ଼ିତ ବର୍ଷାବାଦଲ ଓଡ଼ିଶାର ପାଣିପାଗକୁ ପ୍ରଭାବିତ କରିପାରେ । ରାଜ୍ୟରେ ବାତ୍ୟା ପ୍ରଭାବରେ ମଙ୍ଗଳବାରଠାରୁ ପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ ଓ ବ୍ରହ୍ମପୁରରେ ମଝିରେ ମଝିରେ ବର୍ଷା ହୋଇଥିବା ବେଳେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିଛି । ଆଜି ରାଜ୍ୟର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ ଏହି ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକରେ ଅତିଭୀଷଣ ବର୍ଷା ସହ ପ୍ରବଳ ପବନ ବହିବାର ମଧ୍ୟ ଆଶଙ୍କା ରହିଛି। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାବ୍ୟତୀତ ଅନ୍ୟ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୭୦ କିଲୋମିଟର ଛୁଇଁପାରେ ।

Post Views: 16
Share198Tweet124Send
Voice of Victims

Voice of Victims

Recent Posts

  • Weekly News paper (October 26- November 1)
  • ପେଟ୍ରୋଲ ବଦଳରେ ଇଥାନଲ୍‌ ! E100 ଇନ୍ଧନ ପାଇଁ ରାସ୍ତା ଖୋଲିଲେ କେନ୍ଦ୍ର ସରକାର
  • ସୁଡାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ମୃତ
  • ଟ୍ରେନରେ ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ମୋବାଇଲ ଚାର୍ଜିଂ ବନ୍ଦ: ରେଳ ବିଭାଗର ବଡ଼ ନିଷ୍ପତ୍ତି
  • ନବୀନଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ: ‘ଗଠନମୂଳକ ପରାମର୍ଶ ଆଶା କରୁଛୁ’

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In