• About Us
  • Contact Us
Wednesday, October 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସୁଡାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ମୃତ

by Voice of Victims
October 28, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ସୁଡାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ମୃତ

ସୁଡାନ: ସୁଡାନରେ ଗୃହଯୁଦ୍ଧ ମଧ୍ୟରେ ପୁଣି ରକ୍ତରଞ୍ଜିତ ହୋଇଛି ଜନଜୀବନ । ଏକ ଜନଗହଳିପୂର୍ଣ୍ଣ ବଜାର ଉପରେ ଭୟଙ୍କର ଡ୍ରୋନ୍ ଆକ୍ରମଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୧୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି । ଏହି ଆକ୍ରମଣ ପାଇଁ ସୁଡାନୀ ସେନାକୁ ଦାୟୀ କରିଛି ମାନବାଧିକାର ସଂଗଠନ ‘ଇମର୍ଜେନ୍ସି ଲୟର୍ସ’ । ଅନ୍ୟପଟେ, ଯୁଦ୍ଧ ଯୋଗୁଁ ଦେଶରେ ମାନବୀୟ ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ।

ସୁଡାନର ଦକ୍ଷିଣ ଦାରଫୁର ପ୍ରଦେଶର ରାଜଧାନୀ ନ୍ୟାଲାରେ ଘଟିଛି ଏହି ଭୟଙ୍କର ଡ୍ରୋନ୍ ଆକ୍ରମଣ । ସୋମବାର ସନ୍ଧ୍ୟାରେ ସହରର ଦୁମାୟା ଅଞ୍ଚଳରେ ଥିବା ତାନକୋଙ୍ଗ ବଜାର ଉପରେ ଆକ୍ରମଣ ହୋଇଥିଲା । ସେହି ସମୟରେ ବଜାରରେ ଲୋକଙ୍କ ଭିଡ଼ ଥିବାବେଳେ ଅନେକ ଲୋକ କିଣାକିଣି କରୁଥିଲେ ଏବଂ ଜଳଖିଆ ଖାଉଥିଲେ। ହଠାତ୍ ଡ୍ରୋନ୍ ଆକ୍ରମଣରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ମାନବାଧିକାର ସଂଗଠନ ‘ଇମର୍ଜେନ୍ସି ଲୟର୍ସ’ ଏହି ଆକ୍ରମଣ ପାଇଁ ସୁଡାନୀ ସେନାକୁ ଦାୟୀ କରିଛି । ସଂଗଠନର କହିବା ଅନୁଯାୟୀ, ଏହି ଆକ୍ରମଣରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୧୩ ଜଣ ଆହତ ହୋଇଛନ୍ତି । ଘଟଣାର ନିରପେକ୍ଷ ଓ ସ୍ୱାଧୀନ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଛି ।

ଅନ୍ୟପଟେ, ଅନ୍ତର୍ଜାତୀୟ ଚିକିତ୍ସା ସଂଗଠନ ‘ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ’ ବା ଏମ୍‌ଏସ୍‌ଏଫ୍‌ ସୂଚନା ଦେଇଛି ଯେ ନ୍ୟାଲାସ୍ଥିତ ଏହାର ହସ୍ପିଟାଲକୁ ୩୬ଟି ମୃତଦେହ ଅଣାଯାଇଛି । ଏହାସହ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ୧୫୦ ଜଣ ଆହତଙ୍କ ଚିକିତ୍ସା କରାଯାଇଛି। ଆହତଙ୍କ ମଧ୍ୟରେ ଗୁରୁତର ଥିବା ଲୋକଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ନ୍ୟାଲା ସହର ଅର୍ଦ୍ଧସାମରିକ ବାହିନୀ ରାପିଡ୍ ସପୋର୍ଟ ଫୋର୍ସେସ୍‌ ବା ଆର୍‌ଏସ୍‌ଏଫ୍‌ ନିୟନ୍ତ୍ରଣରେ ରହିଛି । ଏପ୍ରିଲ୍ ୨୦୨୩ରୁ ସୁଡାନୀ ସଶସ୍ତ୍ର ବାହିନୀ ଏବଂ ଆର୍‌ଏସ୍‌ଏଫ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ସମଗ୍ର ଦେଶକୁ ଗ୍ରାସ କରିଛି ।

ଯୁଦ୍ଧ ମଧ୍ୟରେ ଉଭୟ ପକ୍ଷ ଡ୍ରୋନ୍‌ର ବ୍ୟବହାର ବଢ଼ାଇଥିବାବେଳେ ସାଧାରଣ ନାଗରିକ ଏହାର ସବୁଠାରୁ ବଡ଼ ଶିକାର ହେଉଛନ୍ତି । ହସ୍ପିଟାଲ, ସ୍କୁଲ, ବଜାର, ଡ୍ୟାମ୍ ଏବଂ ବିସ୍ଥାପିତଙ୍କ ଶିବିର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟ ଆକ୍ରମଣରୁ ବର୍ତ୍ତିପାରୁନାହିଁ। ଜାତିସଂଘ ଅନୁଯାୟୀ, ଡ୍ରୋନ୍ ଆକ୍ରମଣ ସୁଡାନରେ ସାଧାରଣ ନାଗରିକଙ୍କ ପାଇଁ ଏକ ଗୁରୁତର ଓ ଘାତକ ବିପଦ ପାଲଟିଛି । ସୁଡାନରେ ଚାଲିଥିବା ଏହି ଯୁଦ୍ଧ ଦେଶକୁ ଏକ ବଡ଼ ମାନବୀୟ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଜାତିସଂଘର ଆକଳନ ଅନୁଯାୟୀ, ଦେଶର ପ୍ରାୟ ୩୪ ନିୟୁତ ଲୋକଙ୍କୁ ମାନବୀୟ ସହାୟତାର ଆବଶ୍ୟକତା ରହିଛି। ଏହା ସୁଡାନର ମୋଟ ଜନସଂଖ୍ୟାର ପ୍ରାୟ ଦୁଇ-ତୃତୀୟାଂଶ ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • Weekly News paper (October 26- November 1)
  • ପେଟ୍ରୋଲ ବଦଳରେ ଇଥାନଲ୍‌ ! E100 ଇନ୍ଧନ ପାଇଁ ରାସ୍ତା ଖୋଲିଲେ କେନ୍ଦ୍ର ସରକାର
  • ସୁଡାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ମୃତ
  • ଟ୍ରେନରେ ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ମୋବାଇଲ ଚାର୍ଜିଂ ବନ୍ଦ: ରେଳ ବିଭାଗର ବଡ଼ ନିଷ୍ପତ୍ତି
  • ନବୀନଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ: ‘ଗଠନମୂଳକ ପରାମର୍ଶ ଆଶା କରୁଛୁ’

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In