ବାଲେଶ୍ଵର ( ଭିଓଭି ) ୨୮/୧୦ : – ଆଜି ପୂର୍ବାହ୍ନ ରେ ନୀଳଗିରି ସ୍ଥିତ ବାଲିଗୋହିରିଠାରେ ଥିବା ସତ୍ୟସାଇ ପେଟ୍ରୋଲ ପମ୍ପ ରେ ହଠାତ୍ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା । ଏଥିରେ କାର୍ଯ୍ୟରତ ଜଣେ କର୍ମଚାରୀ ଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ର କାରଣ ଜଣାପଡିନାହିଁ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିବା ସହିତ ପରିବାର ଲୋକେ ମୃତ ଦେହ କୁ ରାସ୍ତା ରେ ରଖି କ୍ଷତିପୂରଣ ଦାବି କରୁଛନ୍ତି । ତଦନ୍ତ ପରେ ନିଆଁ ଲାଗିବାର ସଠିକ କାରଣ ଜଣାପଡିବ ।
