• About Us
  • Contact Us
Wednesday, October 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶଙ୍ଖମୂଳରେ ୧୬ ଟିକିଆ ହାତୀପଲଙ୍କ ଉପଦ୍ରବ, ୬ ମାଣ ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ, ପ୍ରାୟ ୧ ଲକ୍ଷ ଟଙ୍କାର କ୍ଷତି; ସରକାରୀ ସହାୟତା ଦାବି

by Voice of Victims
October 28, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଶଙ୍ଖମୂଳରେ ୧୬ ଟିକିଆ ହାତୀପଲଙ୍କ ଉପଦ୍ରବ, ୬ ମାଣ ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ, ପ୍ରାୟ ୧ ଲକ୍ଷ ଟଙ୍କାର କ୍ଷତି; ସରକାରୀ ସହାୟତା ଦାବି

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତର ଶଙ୍ଖମୂଳ ଅଞ୍ଚଳରେ ଗତ ୨୬ ତାରିଖରେ ୧୬ ଟିକିଆ ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଏହି ଘଟଣାରେ ଚାଷୀମାନେ ଆର୍ଥିକ କ୍ଷତି ସହିବା ସହ ଚିନ୍ତାରେ ପଡ଼ିଛନ୍ତି।

ପ୍ରାପ୍ତ ତଥ୍ୟ ଅନୁଯାୟୀ, ହାତୀପଲଙ୍କ ଦ୍ୱାରା ଅନ୍ତର୍ଯ୍ୟାମୀ ପ୍ରଧାନ, ବିଜୟ କୁମାର ପ୍ରଧାନ ଓ ଗୋବିନ୍ଦ ପ୍ରଧାନଙ୍କ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୬ ମାଣ ଜମିର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଆନୁମାନିକ କ୍ଷତିର ପରିମାଣ ପ୍ରାୟ ୧ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ବର୍ଷକର ପରିଶ୍ରମ ଓ ଫସଲ ଉପରେ ନିର୍ଭର କରି ପରିବାର ଚଳାଉଥିବା ଚାଷୀମାନେ ଏହି କ୍ଷୟକ୍ଷତି ଯୋଗୁଁ ଭାଙ୍ଗି ପଡ଼ିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ନଷ୍ଟ ହୋଇଥିବା ଫସଲର ଉପଯୁକ୍ତ ଆକଳନ କରିବା ସହ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି।

ହାତୀପଲଙ୍କ ଏହି ଅପ୍ରତ୍ୟାଶିତ ଆଗମନ ଚାଷୀଙ୍କ ମଧ୍ୟରେ ଭୟ ଓ ଉଦ୍‌ବେଗ ସୃଷ୍ଟି କରିଛି। ହାତୀଙ୍କ ଉପଦ୍ରବ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହେବା ଘଟଣା ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ସହ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଦାବି ହେଉଛି।

ଏ ସମ୍ପର୍କରେ ରଣପୁର ବନ ବିଭାଗର ଅଧିକାରୀ ସିଧୁ ଚରଣ ସିଂ କହିଛନ୍ତି ଯେ, ସାଧାରଣତଃ ହାତୀମାନେ ଏହି ଅଞ୍ଚଳକୁ ଆସନ୍ତି ନାହିଁ। କିନ୍ତୁ ଏଥର ହାତୀପଲ ଏହି ଅଞ୍ଚଳକୁ ଆସିଥିବାରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଚେଷ୍ଟା କରାଯାଉଛି। ଏଥିସହ କ୍ଷତିଗ୍ରସ୍ତ ଲୋକମାନେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପାଇବା ପାଇଁ ଆବେଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ଭାରତ ଆଉ ଦୁର୍ବଳ ନୁହେଁ, ବିଶ୍ୱରେ ବଢ଼ୁଛି ସାମର୍ଥ୍ୟ: ରାଜନାଥ ସିଂହ
  • ଶଙ୍ଖମୂଳରେ ୧୬ ଟିକିଆ ହାତୀପଲଙ୍କ ଉପଦ୍ରବ, ୬ ମାଣ ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ, ପ୍ରାୟ ୧ ଲକ୍ଷ ଟଙ୍କାର କ୍ଷତି; ସରକାରୀ ସହାୟତା ଦାବି
  • ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ, ପମ୍ପ କର୍ମଚାରୀ ମୃତ
  • Weekly News paper (October 26- November 1)
  • ପେଟ୍ରୋଲ ବଦଳରେ ଇଥାନଲ୍‌ ! E100 ଇନ୍ଧନ ପାଇଁ ରାସ୍ତା ଖୋଲିଲେ କେନ୍ଦ୍ର ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In