• About Us
  • Contact Us
Thursday, October 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସେମିନାରୀ ଛକ ମାଛ ମାର୍କେଟ ରାସ୍ତା ମରଣଯନ୍ତା

by Voice of Victims
October 29, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ସେମିନାରୀ ଛକ ମାଛ ମାର୍କେଟ ରାସ୍ତା ମରଣଯନ୍ତା

କଟକ: ବର୍ଷା ହେଲେ ରାସ୍ତାରେ ପଙ୍କ ଓ କାଦୁଅ, ବର୍ଷା ନହେଲେ ଧୂଳିର ପ୍ରକୋପ। ଏଭଳି ଅବସ୍ଥା ଦେଇ ଗତି କରୁଛି କଟକର ସେମିନାରୀ ଛକ ମାଛ ମାର୍କେଟ ରାସ୍ତା। ରାସ୍ତାର ଦୁରବସ୍ଥା ଯୋଗୁଁ ଏହି ବାଟ ଦେଇ ଯାତାୟାତ କରୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ବର୍ଷା ପରେ ରାସ୍ତାରେ ଜମି ରହୁଥିବା କାଦୁଅ ଓ ପଙ୍କ ଯୋଗୁଁ ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏହି ମାଛ ମାର୍କେଟକୁ ପ୍ରତିଦିନ ବହୁ ଲୋକଙ୍କ ଯାତାୟାତ ଲାଗି ରହୁଥିବାବେଳେ ରାସ୍ତାର ଏଭଳି ସ୍ଥିତି ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। କାଦୁଅ ଓ ପଙ୍କ ଭର୍ତ୍ତି ରାସ୍ତାରେ ଗାଡ଼ିମୋଟର ଚଳାଚଳ କରିବା ସହଜ ହେଉନାହିଁ।

ଅନ୍ୟପକ୍ଷରେ, ରାସ୍ତା ଶୁଖିଗଲେ ଧୂଳି ଉଡ଼ିବା ଆଶଙ୍କା ମଧ୍ୟ ରହୁଛି। ଫଳରେ ସ୍ଥାନୀୟ ବ୍ୟବସାୟୀ ଓ ପଥଚାରୀମାନେ ନାନା ଅସୁବିଧା ଭୋଗୁଛନ୍ତି। ସହରର ଏକ ବ୍ୟସ୍ତବହୁଳ ଅଞ୍ଚଳରେ ଏଭଳି ରାସ୍ତାର ଅବସ୍ଥା ରହିବା ନିଶ୍ଚିତ ଭାବେ ଚିନ୍ତାଜନକ। ତେଣୁ ରାସ୍ତାର ତୁରନ୍ତ ମରାମତି ସହ ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ଆବଶ୍ୟକ। ଏ ଦିଗରେ ସମ୍ପୃକ୍ତ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଲୋକଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ କରିବାକୁ ଗୋପବନ୍ଧୁ ବିହାର କମିଟି ସମ୍ପାଦକ ଡକ୍ଟର ପ୍ରବୀଣ ବରାଳ ଓ ଅଂଚଳବାସୀମାନେ ଦାବି କରିଛନ୍ତି।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ଉତ୍କଳ ବିଶ୍ୱବିଦ୍ୟାଳୟ ହକି ଦଳରେ ସ୍ଥାନ ପାଇଲେ ରଣପୁର ମହାବିଦ୍ୟାଳୟର ଚାରି ଖେଳାଳି
  • ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲେ ସଞ୍ଜୟ ରାଉତ, ଭବିଷ୍ୟରେ ସଂଯମତା ଅବଲମ୍ବନ କରିବାକୁ ପ୍ରତିଶ୍ରୁତି
  • ସେମିନାରୀ ଛକ ମାଛ ମାର୍କେଟ ରାସ୍ତା ମରଣଯନ୍ତା
  • ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି
  • ନଭେମ୍ବର ୧୮ ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ, ୩୧ ଡିସେମ୍ବର ଯାଏ ଚାଲିବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In