• About Us
  • Contact Us
Saturday, October 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନଭେମ୍ବର ୫ରେ ୧୪ତମ ଓଡ଼ଗାଁ ଓପନ୍ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟ

by Voice of Victims
October 30, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନଭେମ୍ବର ୫ରେ ୧୪ତମ ଓଡ଼ଗାଁ ଓପନ୍ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟ

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ ସମ୍ପାଦକ କ୍ରୀଡ଼ା ସଙ୍ଗଠକ ଦିବାକର ନାୟକଙ୍କ ତତ୍ବାବଧାନରେ ଆୟୋଜିତ ୧୪ତମ ଓଡ଼ଗାଁ ଓପନ୍ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟ-୨୦୨୬ ସ୍ଥାନୀୟ ବ୍ଲକ୍ ରୋଡ୍‌ସ୍ଥିତ ଇନ୍‌ଡୋର୍ ଷ୍ଟାଡିୟମ୍‌ଠାରେ ଆସନ୍ତା ନଭେମ୍ବର ୫ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେବ।ଏହି ଟୁର୍ଣ୍ଣାମେଣ୍ଟରେ ସିନିୟର ଓପନ୍ ଏବଂ ୧୭ ବର୍ଷରୁ କମ୍ ବର୍ଗରେ ଖେଳାଳିମାନେ ଅଂଶଗ୍ରହଣ କରିପାରିବେ।

ପ୍ରତିଯୋଗିତାରେ ମୋଟ ୭ଟି ରାଉଣ୍ଡ ଖେଳାଯିବ। ପ୍ରତି ଖେଳାଳିଙ୍କ ପାଇଁ ୧୫ ମିନିଟ୍ ସହିତ ପ୍ରତି ଚାଲ୍‌ରେ ୧୦ ସେକେଣ୍ଡ ଇନ୍‌କ୍ରିମେଣ୍ଟ ସମୟ ରହିବ। ପ୍ରଥମ ରାଉଣ୍ଡ ସକାଳ ୯ଟାରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟାରେ ପୁରସ୍କାର ବିତରଣ କରାଯିବ। ପ୍ରତିଯୋଗିତାରେ ମୋଟ ୧୫ ହଜାର ଟଙ୍କା ନଗଦ ପୁରସ୍କାର ସହିତ ୧୦ଟି ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବ।ସିନିୟର ଓପନ୍ ବର୍ଗରେ ୧୭ ବର୍ଷରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ପାଇଁ ପ୍ରବେଶ ଶୁଳ୍କ ୨୦୦ ଟଙ୍କା ରଖାଯାଇଥିବାବେଳେ ୧୭ ବର୍ଷରୁ କମ୍ ବର୍ଗରେ ଉଭୟ ବାଳକ ଓ ବାଳିକାଙ୍କ ପାଇଁ ଏହା ୧୦୦ ଟଙ୍କା ରହିଛି। ସିନିୟର ବର୍ଗରେ ପ୍ରଥମ ପୁରସ୍କାର ୨,୫୦୦ ଟଙ୍କା ଓ ଟ୍ରଫି, ଦ୍ୱିତୀୟ ପୁରସ୍କାର ୧,୮୦୦ ଟଙ୍କା ଓ ଟ୍ରଫି ଏବଂ ତୃତୀୟ ପୁରସ୍କାର ୧,୨୦୦ ଟଙ୍କା ଓ ଟ୍ରଫି ରହିଛି। ଚତୁର୍ଥ ସ୍ଥାନ ପାଇଁ ୮୦୦ ଟଙ୍କା, ପଞ୍ଚମ ସ୍ଥାନ ପାଇଁ ୭୦୦ ଟଙ୍କା ଏବଂ ଷଷ୍ଠରୁ ସପ୍ତମ ସ୍ଥାନ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ସେହିପରି ୧୭ ବର୍ଷରୁ କମ୍ ବର୍ଗରେ ପ୍ରଥମ ପୁରସ୍କାର ୨,୦୦୦ ଟଙ୍କା ଓ ଟ୍ରଫି, ଦ୍ୱିତୀୟ ପୁରସ୍କାର ୧,୫୦୦ ଟଙ୍କା ଓ ଟ୍ରଫି ଏବଂ ତୃତୀୟ ପୁରସ୍କାର ୧,୦୦୦ ଟଙ୍କା ଓ ଟ୍ରଫି ରହିଛି। ଚତୁର୍ଥ ସ୍ଥାନକୁ ୮୦୦ ଟଙ୍କା, ପଞ୍ଚମ ସ୍ଥାନକୁ ୭୦୦ ଟଙ୍କା ଏବଂ ଷଷ୍ଠରୁ ସପ୍ତମ ସ୍ଥାନ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ୫୦୦ ଟଙ୍କା ଲେଖାଏଁ ଦିଆଯିବ। ଏହାବ୍ୟତୀତ ଉଭୟ ବର୍ଗରେ ୬, ୭, ୮, ୯, ୧୦, ୧୧ ଓ ୧୩ ବର୍ଷରୁ କମ୍ ବୟସ ବର୍ଗର ବାଳକ ଓ ବାଳିକାଙ୍କ ପାଇଁ ବୟସଭିତ୍ତିକ ପୁରସ୍କାର ରହିଛି। ପ୍ରତ୍ୟେକ ବୟସ ବର୍ଗରେ ବାଳକ ଓ ବାଳିକାଙ୍କୁ ପୃଥକ୍ ଭାବେ ଦୁଇଟି ଲେଖାଏଁ ପୁରସ୍କାର ଦିଆଯିବ।

ସବୁ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ସବୁଠାରୁ କମ୍ ବୟସର ବାଳକ ଓ ବାଳିକାଙ୍କୁ ସ୍ୱତନ୍ତ୍ର ଟ୍ରଫି ଦିଆଯିବ।ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଖେଳାଳିମାନେ ନିଜ ନାମ, ଲିଙ୍ଗ, ଜନ୍ମତାରିଖ, ଫିଡେ ଆଇଡି, ମୋବାଇଲ୍ ନମ୍ବର ଓ ଜିଲ୍ଲାର ନାମ ଦେଇ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ଓ ଦେୟ ସମ୍ପର୍କରେ ନରେଶ ପାଣିଗ୍ରାହୀ (୮୨୪୯୪୦୧୪୦୯) ଏବଂ ବସନ୍ତ କୁମାର ବିଷୋୟୀ (୭୯୭୮୫୮୨୫୨୩)ଙ୍କ ସହ ଯୋଗାଯୋଗ କରାଯାଇପାରିବ। ଅନ୍ୟାନ୍ୟ ସୂଚନା ପାଇଁ ଗଙ୍ଗାଧର ଦାସ (୯୩୩୭୧୮୧୮୪୯)ଙ୍କୁ ଯୋଗାଯୋଗ କରିବାକୁ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସମସ୍ତ ଖେଳାଳିଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛି। ଖେଳାଳିମାନେ ନିଜସ୍ୱ ଚେସ୍ ଘଣ୍ଟା ଥିଲେ ସାଙ୍ଗରେ ଆଣିବାକୁ ଅନୁରୋଧ କରାଯାଇଛି।

Post Views: 7
Share196Tweet123Send
Voice of Victims

Voice of Victims

Recent Posts

  • ଦେଓଗାଁ ଭାଲିଆଡିହି ପୂର୍ତ୍ତ ରାସ୍ତା ନିର୍ମାଣ ବିବାଦ ଘଟଣା, ଉଭୟ ଗ୍ରାମବାସୀଙ୍କ ସହିତ ଜିଲ୍ଲା ପ୍ରଶାସନର ଆଲୋଚନା,  ୨ ପକ୍ଷର ଦାବି ଅନୁସାରେ ୨ଟି  ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି
  • ନଭେମ୍ବର ୫ରେ ୧୪ତମ ଓଡ଼ଗାଁ ଓପନ୍ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟ
  • ଭୁଟାନରେ ଫାଟିଲା ଗ୍ଲେସିୟର ହ୍ରଦ, ଆସାମ ଓ ପଶ୍ଚିମବଙ୍ଗରେ ହାଇ ଆଲର୍ଟ
  • ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ସମ୍ମାନ ନିଧିର ୨୪ ତମ କିସ୍ତି
  • ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ନଭେମ୍ବର ୨ରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In