• About Us
  • Contact Us
Friday, October 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭୁଟାନରେ ଫାଟିଲା ଗ୍ଲେସିୟର ହ୍ରଦ, ଆସାମ ଓ ପଶ୍ଚିମବଙ୍ଗରେ ହାଇ ଆଲର୍ଟ

by Voice of Victims
October 30, 2026
in ଦେଶ ବିଦେଶ, ମୁଖ୍ୟ ଖବର
ଭୁଟାନରେ ଫାଟିଲା ଗ୍ଲେସିୟର ହ୍ରଦ, ଆସାମ ଓ ପଶ୍ଚିମବଙ୍ଗରେ ହାଇ ଆଲର୍ଟ

କାଠମାଣ୍ଡୁ : କିଛିଦିନ ତଳେ ନେପାଳରେ ଗ୍ଲେସିୟର ହ୍ରଦ ଫାଟିବା ଯୋଗୁଁ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ହୋଇଥିଲା । ଏବେ ଭୁଟାନରେ ଗ୍ଲେସିୟର ହ୍ରଦ ଫାଟିବା ପରେ ଉତ୍ତର ବଙ୍ଗର ବିଭିନ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ଲେମଥାଙ୍ଗ ଅଞ୍ଚଳରେ ଥିବା ଶିତାଂଫୁ ଗ୍ଲେସିୟର ହ୍ରଦ ଫାଟିବା ଯୋଗୁଁ ପାଣି ମୋଫୁ ନଦୀ ଦେଇ ଭାରତର ସଂକୋଶ ନଦୀ ଆଡ଼କୁ ପ୍ରବାହିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ଆଲିପୁରଦ୍ୱାର, ଜଳପାଇଗୁଡ଼ି ଓ ଦାର୍ଜିଲିଂ ସମେତ ଉତ୍ତର ବଙ୍ଗର ଅନେକ ଜିଲ୍ଲାରେ ସତର୍କତା ଜାରି କରାଯାଇଛି ।

ଭୁଟାନର ଶିତାଂଫୁ ହ୍ରଦରୁ ପାଣି ଆସୁଥିବା ଖବର ପରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି । ପଶ୍ଚିମବଙ୍ଗର ମନ୍ତ୍ରୀ ନିଶିଥ ପ୍ରମାଣିକ ଓ ମନୋଜ କୁମାର ଓରାଓଁ ସଂକୋଶ ନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅପିଲ୍ କରିଛନ୍ତି । ଏହା ସହିତ ବିପର୍ଯ୍ୟୟ ପରିଚାଳନା ବିଭାଗ, NDRF ଏବଂ SDRFକୁ ସତର୍କ ରଖାଯାଇଛି ।

ଗୁରୁବାର ରାତିଠାରୁ ଭୁଟାନର ଅତ୍ୟନ୍ତ ସମ୍ବେଦନଶୀଳ ଶିତାଂଫୁ ହ୍ରଦରୁ ଦ୍ରୁତ ଗତିରେ ଜଳ ପ୍ରବାହିତ ହେଉଛି । ଏହାକୁ ନେଇ ଆଖପାଖ ଅଞ୍ଚଳରେ ସତର୍କତା ଜାରି ହୋଇଥିବା ବେଳେ କେତେକ ସ୍ଥାନରେ ସାଇରନ୍ ବଜାଯାଉଛି । ଉତ୍ତର ବଙ୍ଗର ସଂକୋଶ ନଦୀ ଏବଂ ଏହାର ଶାଖାନଦୀଗୁଡ଼ିକର ଅବବାହିକାରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି ।

ସଂକୋଶ ନଦୀ ଭୁଟାନରୁ ଭାରତକୁ ପ୍ରବେଶ କରି ଉତ୍ତର ପଶ୍ଚିମବଙ୍ଗ ଓ ଆସାମର କେତେକ ଅଞ୍ଚଳ ଦେଇ ପ୍ରବାହିତ ହେଉଛି । ନଦୀର ଜଳସ୍ତର ହଠାତ୍ ବଢ଼ିଲେ ନଦୀକୂଳରେ ଥିବା ଜନବସତି, ଚାଷଜମି, ପଶୁସମ୍ପଦ ଏବଂ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଦାର୍ଜିଲିଂର ବିଜେପି ସାଂସଦ ରାଜୁ ବିଷ୍ଟା ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ଅପିଲ୍ କରିଛନ୍ତି । ଦାର୍ଜିଲିଂ ପାହାଡ଼ିଆ ଅଞ୍ଚଳ, ତରାଇ ଓ ଡୁଆର୍ସ ଅଞ୍ଚଳର ବାସିନ୍ଦାଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ବନ୍ୟା ଜଳ ଘଟଣାର ୬ରୁ ୮ ଘଣ୍ଟା ମଧ୍ୟରେ ଭାରତ-ଭୁଟାନ ସୀମାରେ ପହଞ୍ଚିବାର ଆଶଙ୍କା ମଧ୍ୟ ପ୍ରକାଶ କରାଯାଇଥିଲା । ପ୍ରଶାସନ ପକ୍ଷରୁ ନଦୀକୂଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବା ସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • ଭୁଟାନରେ ଫାଟିଲା ଗ୍ଲେସିୟର ହ୍ରଦ, ଆସାମ ଓ ପଶ୍ଚିମବଙ୍ଗରେ ହାଇ ଆଲର୍ଟ
  • ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ସମ୍ମାନ ନିଧିର ୨୪ ତମ କିସ୍ତି
  • ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ନଭେମ୍ବର ୨ରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍
  • ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଚାଷୀ କ୍ଷତିଗ୍ରସ୍ତ, ଫସଲ ନଷ୍ଟ ନେଇ ଚିନ୍ତା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
  • ନାଭାଲ ହେଲିକପ୍ଟର ଜରିଆରେ ଏଆର ଡ୍ରପ ହେବ ଖାଦ୍ୟ ପୁଡିଆ, ଆସନ୍ତା ୨ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ : ସୁରେଶ ପୂଜାରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In