• About Us
  • Contact Us
Friday, October 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନାଭାଲ ହେଲିକପ୍ଟର ଜରିଆରେ ଏଆର ଡ୍ରପ ହେବ ଖାଦ୍ୟ ପୁଡିଆ, ଆସନ୍ତା ୨ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ : ସୁରେଶ ପୂଜାରୀ

by Voice of Victims
October 30, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନାଭାଲ ହେଲିକପ୍ଟର ଜରିଆରେ ଏଆର ଡ୍ରପ ହେବ ଖାଦ୍ୟ ପୁଡିଆ, ଆସନ୍ତା ୨ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ : ସୁରେଶ ପୂଜାରୀ

ଭୁବନେଶ୍ୱର: ଆସନ୍ତା ୨ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ ଦୁଇ ଜଣିଆ କେନ୍ଦ୍ରିୟ ଟିମ୍ । ନାଭାଲ ହେଲିକପ୍ଟର ଜରିଆରେ ଖାଦ୍ୟ ପୁଡିଆ ହେବ ଏଆର ଡ୍ରପ । ଗଞ୍ଜାମର ୨୨ ସ୍ଥାନରେ ଏଆର ଡ୍ରପ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଆବଶ୍ୟକ ପଡ଼ିଲେ ଆଜି ମଧ୍ୟ ରେସ୍କ୍ୟୁ ପାଇଁ ଏଆର ଲିଫ୍ଟ କରାଯିବ । କୋଷ୍ଟ ଗାର୍ଡ ସହ ନାଭାଲ ହେଲିକପ୍ଟର ନିୟୋଜିତ । ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ନୋଡାଲ ସେଣ୍ଟର କରାଯାଇଛି ।

ଗଞ୍ଜାମ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଗଜପତି ଓ କନ୍ଧମାଳ ଜିଲ୍ଲା ବି ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାରେ ବର୍ଷା କମିବା ଆଶ୍ୱସ୍ତି ଆଣିଛି । ୧ ଅକ୍ଟୋବରରୁ ୩୦ ଅକ୍ଟୋବର ମଧ୍ୟରେ ଓଡ଼ିଶାରେ ୧୩୨ ମିଲିମିଟର ବର୍ଷା ହୋଇଛି । ସ୍ଵାଭାବିକ ବର୍ଷା ଠୁ ୧୮.୭ ପ୍ରତିଶତ ଅଧିକ। ତିନି ଦିନ ମଧ୍ୟରେ ଅଧିକ ବର୍ଷା ହୋଇଛି । ଗଞ୍ଜାମରେ ତିନି ଦିନ ମଧ୍ୟରେ ୧୧୮ ପ୍ରତିଶତ ବର୍ଷା ହୋଇଛି । ଗଞ୍ଜାମରେ ୨୨ ବ୍ଲକ୍ ପ୍ରଭାବିତ ହୋଇଛି । ୪୩ ହଜାର ଲୋକ ପ୍ରଭାବିତ ହୋଇଛି । ୨୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୫୨ ରିଲିଫ ସେଣ୍ଟରରେ ଅଛନ୍ତି । ୭୨ ଗାଁ ପ୍ରଭାବିତ ହୋଇଥିବା ବେଳେ ୯ ଟି ଗାଁ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି । କୋଷ୍ଟଗାର୍ଡ ହେଲିକପ୍ଟର ଜରିଆରେ ସ୍ଥାନାନ୍ତରଣ କରଯାଇଛି ।

ନାଭାଲ ହେଲିକପ୍ଟର ଖାଦ୍ୟ ପୁଡିଆ ଏଆର ଡ୍ରପ କରିବ । ୨୨ ସ୍ଥାନରେ ଏଆର ଡ୍ରପ କରାଯିବ। ହିଞ୍ଜିଳି,ଚିକିଟି, ପୁରୁଷତ୍ତମପୁର ,ଶେରଗଡ,ଧରାକୋଟ,ଆସ୍କା,ବେଲଗୁଣ୍ଠା ଭଳି ସ୍ଥାନରେ ଏଆର ଡ୍ରପ କରାଯିବ। ଏବେ ଉଡାଣ ଆରମ୍ଭ କରିବ ନାଭାଲ ହେଲିକପ୍ଟର । ୪୦ ଜଣ ତାଲିମପ୍ରାପ୍ତ ଲୋକ ରନ୍ଧା ଖାଦ୍ୟ ନେଇ ପହଞ୍ଚିବ। ପାଣି ସ୍ରୋତ ଥିବା ଯୋଗୁଁ ଯିବା ସମ୍ଭବ ପର ହେଉନଥିଲା । ଆଜି ସ୍ଥିତି ସୁଧୁରିଛି । ଭୂସ୍ଖଳନ ଯୋଗୁଁ ବ୍ୟାପକ ପରିମାଣରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ କୌଣସି କାଜୁଆଲିଟି ରିପୋର୍ଟ ଆସିନାହିଁ । ୨ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Post Views: 6
Share196Tweet123Send
Voice of Victims

Voice of Victims

Recent Posts

  • ଭୁଟାନରେ ଫାଟିଲା ଗ୍ଲେସିୟର ହ୍ରଦ, ଆସାମ ଓ ପଶ୍ଚିମବଙ୍ଗରେ ହାଇ ଆଲର୍ଟ
  • ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ସମ୍ମାନ ନିଧିର ୨୪ ତମ କିସ୍ତି
  • ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ନଭେମ୍ବର ୨ରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍
  • ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଚାଷୀ କ୍ଷତିଗ୍ରସ୍ତ, ଫସଲ ନଷ୍ଟ ନେଇ ଚିନ୍ତା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
  • ନାଭାଲ ହେଲିକପ୍ଟର ଜରିଆରେ ଏଆର ଡ୍ରପ ହେବ ଖାଦ୍ୟ ପୁଡିଆ, ଆସନ୍ତା ୨ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ : ସୁରେଶ ପୂଜାରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In