ବାଲେଶ୍ଵର ( ଭିଓଭି ): – ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସହଯୋଗରେ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ୨୫ ଟି ଅଭିଯୋଗ ର ସମାଧାନ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୯୯ ଜଣ ଅଭିଯୋଗକାରୀ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ । ସେଥିମଧ୍ୟରୁ ୧୩୯ ଟି ବ୍ୟକ୍ତିଗତ , ୧୦ ଟି ସାମୁହିକ ସମସ୍ୟା ହୋଇଥିବାବେଳେ ୧୫୦ ଟି ମୂଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ନିମନ୍ତେ ଆବେଦନ ହୋଇଥିଲା । ଏବଂ ୨୫ ଟି ଅଭିଯୋଗର ସମାଧାନ କରାଯାଇଥିଲା ।

ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ , ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର , ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ , ଜିଲ୍ଲା ମୂଖ୍ୟ କାର୍ଯ୍ୟାନିର୍ବାହି ଅଧିକାରୀ ସଞ୍ଜୟ କୁମାର ରାଉତ , ଉପ ଜିଲ୍ଲାପାଳ ଶିବ ମାଲବ୍ୟ , ବାଲେଶ୍ଵର ପୈ।ରନିର୍ବାହି ଅଧିକାରୀ ଶିରିୟାଲ ଶୁଭ୍ର ପଟେଲ , ସଦର ବିଡ଼ିଓ ଉତ୍ତମ କୁମାର ଜେନା ଶିବିରରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ ।
