• About Us
  • Contact Us
Wednesday, November 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସରିଲା ବାତ୍ୟା ‘ମୁରାସୁ’ର ଲ୍ୟାଣ୍ଡଫଲ୍, ଆନ୍ଧ୍ର ଉପକୂଳରେ ତାଣ୍ଡବ

by Voice of Victims
November 3, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସରିଲା ବାତ୍ୟା ‘ମୁରାସୁ’ର ଲ୍ୟାଣ୍ଡଫଲ୍, ଆନ୍ଧ୍ର ଉପକୂଳରେ ତାଣ୍ଡବ

ଭୁବନେଶ୍ବର: ସରିଲା ଭୀଷଣ ବାତ୍ୟା ‘ମୁରାସୁ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଅତିକ୍ରମ କରିଛି ବାତ୍ୟା । ଭୋର ସାଢ଼େ ୩ଟାରୁ ସକାଳ ସାଢ଼େ ୫ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ‘ମୁରାସୁ’ । ୨ ଘଣ୍ଟା ଧରି ଚାଲିଥିଲା ପ୍ରକ୍ରିୟା। ଲ୍ୟାଣ୍ଡଫଲ୍ ବେଳେ ବାତ୍ୟାର କେନ୍ଦ୍ର ପ୍ରାୟ ୧୫ ଦଶମିକ ୫୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୦ ଦଶମିକ ୨୨ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ଥିଲା । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ବାତ୍ୟା ସ୍ଥଳଭାଗକୁ ପ୍ରବେଶ କରିଥିଲା। ଭୋର ୩ଟା ୩୦ରୁ ୫ଟା ୩୦ ମିନିଟ ଦୀର୍ଘ ୨ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା ।

ପ୍ରଭାବରେ ଓଙ୍ଗୋଲ ନିକଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବୋହିଥିଲା । ଝଟକା ପବନର ବେଗ ୧୨୦ କିମି ଛୁଉଁଥିଲା । ତେବେ ଲ୍ୟାଣ୍ଡଫଲ୍ ଶେଷ ହେବା ପରେ ବି ଆନ୍ଧ୍ରରେ ବର୍ଷା ଓ ପବନର ବିପଦ ସମ୍ପୂର୍ଣ୍ଣ ଟଳିଯାଇଛି ନୁହେଁ । ସ୍ଥଳଭାଗ ଅତିକ୍ରମ ପରେ ବାତ୍ୟା ଧୀରେଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡ଼ିଶାରେ ମଧ୍ୟ ବର୍ଷାର ପ୍ରଭାବ ଆଶଙ୍କା ରହିଛି । IMD ପକ୍ଷରୁ ରାଜ୍ୟର ସମସ୍ତ ବନ୍ଦରରେ ଦୂରବର୍ତ୍ତୀ ବିପଦ ସଙ୍କେତ ନମ୍ବର ୨ ଜାରି ହୋଇଛି ।

Post Views: 27
Share198Tweet124Send
Voice of Victims

Voice of Victims

Recent Posts

  • ହିମନ୍ତ ସରକାର ଆଣିଲେ ନୂଆ ନିୟମ, ବହୁବିବାହ କଲେ ଚାକିରିରୁ ଛୁଟି
  • ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ଦଳକୁ ବଡ଼ ଝଟକା, ହାରିଲା ରିପବ୍ଲିକାନ୍ ପାର୍ଟି
  • ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ଜଗା ଦର୍ଶନ ବନ୍ଦ
  • ରାଜଧାନୀରେ ଚାଞ୍ଚଲ୍ୟ, ପାର୍କରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
  • ସୋଆରେ ଶୋକସଭା: ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In