• About Us
  • Contact Us
Thursday, November 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୭ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଲା, ଚାକିରିରୁ ବିଦା ହେଲେ ORS ଅଧିକାରୀ ମନୀଷା ମିଶ୍ର

by Voice of Victims
November 10, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
୭ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଲା, ଚାକିରିରୁ ବିଦା ହେଲେ ORS ଅଧିକାରୀ ମନୀଷା ମିଶ୍ର

ଭୁବନେଶ୍ୱର : ୭ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଲା । ଚାକିରିରୁ ବିଦା ହେଲେ ORS ଅଧିକାରୀ ମନୀଷା ମିଶ୍ର। ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସବ୍ ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିବା ମନୀଷାଙ୍କ ଚାକିରିକୁ ତତ୍କାଳ ପ୍ରଭାବରେ ବାତିଲ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଜମି ପଞ୍ଜୀକରଣ ଓ ବିକ୍ରୟ ଦଲିଲ ପ୍ରଦାନ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ମନୀଷା । ଅଭିଯୋଗ ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ପଞ୍ଚରୁଖି ଗାଁର ଜ୍ଞାନରଞ୍ଜନ ପାତ୍ରଙ୍କଠାରୁ ଜମି ସମ୍ପର୍କିତ କାମ କରାଇଦେବା ପାଇଁ ସେ ଲାଞ୍ଚ ଦାବି କରିଥିଲେ । ଗତ ନଭେମ୍ବର ୬ ତାରିଖରେ ନିଜ ଅଫିସ୍ ଚାମ୍ବରରେ ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ତାଙ୍କୁ ଧରିଥିଲେ । ଏହି ଘଟଣାରେ ଦୁର୍ନୀତି ନିବାରଣ ସଂଶୋଧନ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିଲା । ନଭେମ୍ବର ୭ ତାରିଖରେ ମନୀଷାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

ଅନ୍ୟପଟେ ମନୀଷା ମିଶ୍ର ଜଣେ ପ୍ରୋବେସନରେ ଥିବା ORS ଅଧିକାରୀ । ଅର୍ଥାତ୍ ତାଙ୍କର ପରୀକ୍ଷାମୂଳକ ଚାକିରି ଅବଧି ଶେଷ ହୋଇନଥିଲା । ଭିଜିଲାନ୍ସ ବିଭାଗର ରିପୋର୍ଟ ଏବଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଗୁରୁତ୍ୱକୁ ବିଚାର କରି ରାଜ୍ୟ ସରକାର ଚାକିରି ବାତିଲ ନିଷ୍ପତ୍ତି ନେଇଛନ୍ତି । ସରକାରୀ ନିର୍ଦ୍ଦେଶନାମାରେ ଏହି ଘଟଣାକୁ ଗୁରୁତର ଦୁର୍ନୀତି ଓ ଆଚରଣବିଧିର ଉଲ୍ଲଂଘନ ଭାବେ ଦର୍ଶାଯାଇଛି । ଏଭଳି ଅଭିଯୋଗ ପରେ ମନୀଷାଙ୍କୁ ଚାକିରିରେ ରଖିବା ଜନସ୍ୱାର୍ଥ ପାଇଁ କ୍ଷତିକାରକ ହେବ ବୋଲି ନିଯୁକ୍ତି କର୍ତ୍ତୃପକ୍ଷ ମତ ଦେଇଛନ୍ତି। ORS ନିଯୁକ୍ତି ନିୟମ, ୨୦୧୧ର ଧାରା ୧୭(୨) ଏବଂ ୨୦୧୬ର ପ୍ରୋବେ ତେବେ ଲାଞ୍ଚ ଅଭିଯୋଗରେ ଗିରଫ ହେବାର ମାତ୍ର ତିନି ଦିନ ମଧ୍ୟରେ ମନୀଷାଙ୍କ ଚାକିରି ବାତିଲ କରିଛନ୍ତି ସରକାର । ଦୁର୍ନୀତି ଅଭିଯୋଗକୁ ନେଇ ପ୍ରଶାସନିକ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି ।

Post Views: 27
Share199Tweet124Send
Voice of Victims

Voice of Victims

Recent Posts

  • ଗଞ୍ଜାମ ବନ୍ୟା ପାଇଁ ପୂର୍ବ ସରକାରର ୨୪ ବର୍ଷର ବିଫଳତା ଦାୟୀ: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  
  • ଆସନ୍ତା ୧୪ରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍କା ଘର: ରବି ନାରାୟଣ ନାଏକ
  • କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ; ବରଗଡ଼ ଚିନି କଳ ପୁନରୁଦ୍ଧାର ପାଇଁ କଲେ ଆଲୋଚନା
  • ଚାଷୀଙ୍କ ଆର୍ଥିକ ସୁରକ୍ଷା ଓ ଉଦ୍ୟୋଗୀଙ୍କ ସଶକ୍ତୀକରଣ: କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତିକୁ ଓଡ଼ିଶା ବିଜେପିର ସ୍ୱାଗତ
  • ଭୋରୁ ଭୂକମ୍ପରେ ଦୋହଲିଲା ନେପାଳ, ତୀବ୍ରତା ୪.୯

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In