• About Us
  • Contact Us
Thursday, November 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭୋରୁ ଭୂକମ୍ପରେ ଦୋହଲିଲା ନେପାଳ, ତୀବ୍ରତା ୪.୯

by Voice of Victims
November 12, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
କୋଲକାତାରେ ଭୂକମ୍ପ ଝଟକା, ତୀବ୍ରତା ୫.୪

ନେପାଳ: ଲଗାତାର ଭାବେ ସାରା ବିଶ୍ବରେ ଭୂକମ୍ପ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ପୁଣି ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୯ ଥିବା ସୂଚନା ମିଳିଛି । ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

NCS  ସୂଚନାନୁଯାୟୀ, ଗୁରୁବାର ଅର୍ଥାତ୍ ଆଜି ଭୋର ସମୟରେ ପଡୋଶୀ ଦେଶ ନେପାଳ ଭୂକମ୍ପରେ ଥରି ଉଠିଥିଲା । ଭୂକମ୍ପ ପ୍ରାୟ ଭୋର ୪ଟା ୩୦ ମିନିଟରେ ଅନୁଭୂତ ହୋଇଥିବା ଜଣାପଡିଛି । ଯାହାର ତୀବ୍ରତା ୪.୯ ଥିବା ରିକ୍ଟର ସ୍କେଲରେ ମପାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୭୩ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଯାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିଲା ।

ସୂଚନାଯୋଗ୍ୟ, ସେପ୍ଟେମ୍ବରରେ, ଉତ୍ତର-ପଶ୍ଚିମ ନେପାଳରେ ଲଗାତାର ଦୁଇଟି ଭୂମିକମ୍ପ ହୋଇଥିଲା । ପ୍ରଥମ ଭୂମିକମ୍ପର ତୀବ୍ରତା ୪.୫ ଏବଂ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୪.୨ ଥିଲା । ଏହାର କେନ୍ଦ୍ରସ୍ଥଳ ମୁଗୁ ଜିଲ୍ଲାର କଲାଇ ଅଞ୍ଚଳ ନିକଟରେ ଥିଲା । ପଡ଼ୋଶୀ ଜିଲ୍ଲା ଡୋଲପା ଏବଂ ଜୁମଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁଁ ନେପାଳରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଗଞ୍ଜାମ ବନ୍ୟା ପାଇଁ ପୂର୍ବ ସରକାରର ୨୪ ବର୍ଷର ବିଫଳତା ଦାୟୀ: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  
  • ଆସନ୍ତା ୧୪ରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍କା ଘର: ରବି ନାରାୟଣ ନାଏକ
  • କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ; ବରଗଡ଼ ଚିନି କଳ ପୁନରୁଦ୍ଧାର ପାଇଁ କଲେ ଆଲୋଚନା
  • ଚାଷୀଙ୍କ ଆର୍ଥିକ ସୁରକ୍ଷା ଓ ଉଦ୍ୟୋଗୀଙ୍କ ସଶକ୍ତୀକରଣ: କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତିକୁ ଓଡ଼ିଶା ବିଜେପିର ସ୍ୱାଗତ
  • ଭୋରୁ ଭୂକମ୍ପରେ ଦୋହଲିଲା ନେପାଳ, ତୀବ୍ରତା ୪.୯

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In