• About Us
  • Contact Us
Monday, November 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମହାଦେବ ବେଟିଂ ଆପ୍ ମାମଲାରେ CBIର ବଡ଼ ଆକ୍ସନ, ୬ ରାଜ୍ୟର ୩୩ ସ୍ଥାନରେ ଚଢ଼ାଉ

by Voice of Victims
November 14, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ମହାଦେବ ବେଟିଂ ଆପ୍ ମାମଲାରେ CBIର ବଡ଼ ଆକ୍ସନ, ୬ ରାଜ୍ୟର ୩୩ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ମହାଦେବ ଅନଲାଇନ୍ ବେଟିଂ ଆପ ମାମଲାରେ CBI ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୬ଟି ରାଜ୍ୟରେ ୩୩ଟି ସ୍ଥାନରେ ଚଢାଉ କରାଯାଇଛି । ଚଢାଉ ସମୟରେ, ଅନେକ ସ୍ଥାନରେ ଲାଇଭ୍ ଅନଲାଇନ୍ ବେଟିଂ ପ୍ୟାନେଲ୍ ଚାଲୁଥିବା ଜଣାପଡ଼ିଥିଲା, ଯାହାକୁ ବନ୍ଦ କରିଦିଆଯାଇଥିଲା । ସିବିଆଇ ମୋବାଇଲ୍ ଫୋନ୍, ଡିଜିଟାଲ୍ ଡିଭାଇସ୍ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି । ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରକାରଙ୍କୁ ପଚରାଉଚରା ସମୟରେ ମିଳିଥିବା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

CBI ସୂଚନା ଅନୁସାରେ, ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ଡିଜିଟାଲ୍ ଡିଭାଇସ୍, ମୋବାଇଲ୍ ଫୋନ୍ ଏବଂ ଅନେକ ଆପତ୍ତିଜନକ ଦସ୍ତାବିଜ୍ ଜବତ ହୋଇଛି । ଏହି ଡିଜିଟାଲ୍ ଓ ଦସ୍ତାବିଜ୍‌ ପ୍ରମାଣରୁ ବେଟିଂରୁ ମିଳୁଥିବା ଟଙ୍କାକୁ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଏବଂ ହାୱାଲା ନେଟୱର୍କ ମାଧ୍ୟମରେ ଅନ୍ୟତ୍ର ପଠାଯାଉଥିବା ସନ୍ଦେହ ହୋଇଛି । ମହାଦେବ ଅନଲାଇନ୍ ବୁକ୍ ଆପ୍‌ର ମୁଖ୍ୟ ପ୍ରମୋଟରଙ୍କ ମଧ୍ୟରୁ ଅନ୍ୟତମ ସୌରଭ ଚନ୍ଦ୍ରାକରଙ୍କୁ ପଚରାଉଚରା କରିବା ପରେ ମିଳିଥିବା ତଥ୍ୟ ଆଧାରରେ ଏହି ଚଢ଼ାଉ କରାଯାଇଥିବା CBI କହିଛି । ଓମାନରୁ ଭାରତକୁ ପ୍ରତ୍ୟର୍ପଣ ପରେ ନଭେମ୍ବର ୧ରେ ତାଙ୍କୁ ଗିରଫ କରିଥିଲା CBI । ପଚରାଉଚରା ସମୟରେ ଆପ୍‌ର କାର୍ଯ୍ୟପ୍ରଣାଳୀ ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ସକ୍ରିୟ ପ୍ୟାନେଲ୍ ଅପରେଟରଙ୍କ ନେଟୱର୍କ ସମ୍ପର୍କରେ ତଥ୍ୟ ମିଳିଥିବା ଜଣାପଡ଼ିଛି । ମହାଦେବ ଅନଲାଇନ୍ ବୁକ୍‌ର ମୁଖ୍ୟ ନେଟୱର୍କ ବିଦେଶରୁ ପରିଚାଳିତ ହେଉଥିବାବେଳେ ଭାରତରେ ପ୍ୟାନେଲ୍ ଅପରେଟରଙ୍କ ଏକ ବଡ଼ ନେଟୱର୍କ ମାଧ୍ୟମରେ କାରବାର ଚାଲୁଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି । ଏହି ଅପରେଟରମାନେ ଗ୍ରାହକଙ୍କ ପାଇଁ ବେଟିଂ ଆଇଡି ତିଆରି କରିବା ସହ ଅନ୍ୟ ବ୍ୟକ୍ତିଙ୍କ ନାଁରେ ଖୋଲାଯାଇଥିବା କିମ୍ବା ଭଡ଼ାରେ ନିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଥିଲେ । ପରେ ଏହି ଟଙ୍କାକୁ ହାୱାଲା ଚ୍ୟାନେଲ୍ ଜରିଆରେ ବିଦେଶକୁ ପଠାଯାଉଥିବା ତଦନ୍ତରୁ ସୂଚନା ମିଳିଛି ।

ଅନ୍ୟପଟେ CBI ଏହି ମାମଲାରେ ଦୁଇଟି FIR ରୁଜୁ କରି ତଦନ୍ତ ଚଳାଇଛି । ନଭେମ୍ବର ୧୨ରେ ସୌରଭଙ୍କୁ ରାୟପୁରର ସ୍ୱତନ୍ତ୍ର CBI କୋର୍ଟରେ ହାଜର କରାଯିବା ପରେ ନ୍ୟାୟିକ ହାଜତକୁ ପଠାଯାଇଥିଲା । ପରବର୍ତ୍ତୀ ସମୟରେ ନଭେମ୍ବର ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତାଙ୍କୁ ଗିରଫ କରି ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ହେପାଜତକୁ ନେଇଛି । ଏବେ ଏହି ନେଟୱର୍କରେ ସାମିଲ୍ ଅନ୍ୟ ଅଭିଯୁକ୍ତ, ବିଦେଶରେ ରହିଥିବା ସହଯୋଗୀ ଏବଂ କାରବାରକୁ ସହଯୋଗ କରିଥିବା ସରକାରୀ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ ଚଳାଇଛି CBI । ବିଦେଶରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଭାରତ ଆଣିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ।

Post Views: 20
Share197Tweet123Send
Voice of Victims

Voice of Victims

Recent Posts

  • ମିଶନ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା, ପ୍ରଦର୍ଶିତ ହେଲା ୫୦ଟି ପ୍ରକଳ୍ପ
  • ଶୀତଋତୁ ପାଇଁ ବନ୍ଦ ହେବ ବଦ୍ରୀନାଥ ମନ୍ଦିର, ଜ୍ୟୋତିର୍ମଠରେ ମିଳିବ ଭଗବାନଙ୍କ ଦର୍ଶନ
  • ମହାଦେବ ବେଟିଂ ଆପ୍ ମାମଲାରେ CBIର ବଡ଼ ଆକ୍ସନ, ୬ ରାଜ୍ୟର ୩୩ ସ୍ଥାନରେ ଚଢ଼ାଉ
  • ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହେଲେ ଦିଲ୍ଲୀପ କୁମାର ନାୟକ
  • ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦ ଖାଲିକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In