ନୟାଗଡ: ନୟାଗଡ଼ ଜିଲ୍ଲା ହକି ଆସୋସିଏସନ୍ର କାର୍ଯ୍ୟକାରୀ ସମିତି ନିର୍ବାଚନ ଗତକାଲି ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ମଣ୍ଡଳୀ ଗଠିତ ହୋଇଯାଇ ଅଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭିନ୍ନ ପଦପଦବୀ ପାଇଁ ଜଣେ ଲେଖାଏଁ ପାର୍ଥୀ ନୋମିନେଶନ କରିଥିଲେ। ଗୋଟିଏ ପଦବୀ ପାଇଁ ମାତ୍ର ଜଣେ ଲେଖାଏଁ ପାର୍ଥୀ ନୋମିନେସନ୍ କରିଥିବାରୁ ଜିଲ୍ଲାପାଳ ନିର୍ବାଚନ ନିୟମ ଅନୁସାରେ ପାର୍ଥିପତ୍ରକୁ ଯାଞ୍ଚ କରିବା ସହ ସେମାନଙ୍କ ନାମ ଓ ପଦବୀ ଉପରେ ମୋହର ମାରି ସମ୍ପୂର୍ଣ ସମିତି ଗଠନ ପ୍ରକ୍ରିୟା ଶେଷ କରିଥିଲେ।
ହକି କ୍ରୀଡ଼ାର ବିକାଶ, ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଓ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି ନୂତନ ସମିତି ନିଷ୍ଠା ଓ ସମର୍ପଣର ସହ କାର୍ଯ୍ୟ କରିବ ବୋଲି ଜିଲ୍ଲାପାଳଙ୍କ ସମେତ ସମସ୍ତ ନୂତନ ନିର୍ବାଚିତ ପ୍ରତିନିଧି ମାନେ ପ୍ରକାଶ କରିଛନ୍ତି ।

ନୂତନ କର୍ମକର୍ତ୍ତା ମଣ୍ଡଳୀ:
ସଭାପତି: ରଙ୍ଗୀନ୍ ମହାନ୍ତି
ଉପସଭାପତି: ପରେଶ ଚନ୍ଦ୍ର ମିଶ୍ର
ଉପସଭାପତି: ଶୁଭଲକ୍ଷ୍ମୀ ସେଠୀ
ସାଧାରଣ ସମ୍ପାଦକ: ବିଷ୍ଣୁ ପ୍ରସାଦ ମିଶ୍ର
କୋଷାଧ୍ୟକ୍ଷ: ପ୍ରଦୀପ କୁମାର ବିଶ୍ୱାଳ
ଯୁଗ୍ମ ସମ୍ପାଦକ: ଲକ୍ଷ୍ମୀପ୍ରିୟା ତରାଇ
ଯୁଗ୍ମ ସମ୍ପାଦକ: ଜୟନ୍ତ କୁମାର ନାୟକ
କାର୍ଯ୍ୟକାରୀ ସଦସ୍ୟ: ଅଭିରାମ ବାରିକ
କାର୍ଯ୍ୟକାରୀ ସଦସ୍ୟ: ସ୍ୱରାଜ ମହାନ୍ତି
ସଦସ୍ୟ: ଦିନେଶ ପ୍ରସାଦ ପରିଡ଼ା
ସଦସ୍ୟ: ସୁଶାନ୍ତ
