• About Us
  • Contact Us
Thursday, November 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସିପିଆଇ(ଏମ୍)ର ରଣପୁର ବ୍ଲକ ଓ ବନାଞ୍ଚଳ ଅଫିସ୍ ଘେରାଉ

by Voice of Victims
November 26, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସିପିଆଇ(ଏମ୍)ର ରଣପୁର ବ୍ଲକ ଓ ବନାଞ୍ଚଳ ଅଫିସ୍ ଘେରାଉ

ରଣପୁର,୨୬ ନଭେମ୍ୱର:– ଭାରତ ର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ) ସିପିଆଇ (ଏମ୍) ତରଫରୁ ଆଜି ସମ୍ବିଧାନ ଦିବସରେ “ସମ୍ବିଧାନ ବଞ୍ଚାଅ,ଦେଶ ବଞ୍ଚାଅ ” ଅଭିଯାନ ସହ ବିଭିନ୍ନ ଦାବୀ ନେଇ ରଣପୁର ବ୍ଲକ ଓ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଆନ୍ଦୋଳନ ପ୍ରଦର୍ଶନ କରାଯାଇଛି। ଦିନ ୧୨ ଘଟିକା ସମୟରେ ରଣପୁର ପଞ୍ଚୁଦୋଳ ପଡ଼ିଆରୁ ଶତାଧିକ ଲୋକ ଏକ ଶୋଭାଯାତ୍ରା ବାହାରି ରଣପୁର ବଜାର ପରିକ୍ରମା କରି ବନବିଭାଗ ଅଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରଣପୁର ଅଞ୍ଚଳ ରେ ହାତୀ ଉପଦ୍ରବ ନିୟନ୍ତ୍ରଣ,ହାତୀ ଆକ୍ରମଣରୁ ଜନ ଜୀବନ ଓ ଚାଷୀ ଫସଲ ର ସୁରକ୍ଷା, ହାତୀ ଆକ୍ରମଣରେ ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କା ଓ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ବ୍ୟାପକ କ୍ଷତି ପୂରଣ ସହ ହାତୀ କରିଡ଼ର ନିର୍ମାଣ କରିବାକୁ ଦାବୀ କରି ଏକ ରଣପୁର ବନାଞ୍ଚଳ ଅଧିକାରୀଙ୍କ ଜରୀୟାରେ ଖୋର୍ଦ୍ଧା ବନ ଖଣ୍ଡ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ତା ‘ ପରେ ଶୋଭାଯାତ୍ରା ଜନଗଣଙ୍କର ବିଭିନ୍ନ ଦାବୀ କାର୍ଯ୍ୟକାରି କରିବାର ନାରା ଦେଇ ରଣପୁର ବ୍ଲକ ସମ୍ମୁଖରେ ଗଣବିକ୍ଷୋଭ ସଂଗଠିତ କରା ଯାଇଥିଲା।

ସାଥୀ ଦୁଃଶାସନ ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଭତ୍ତା ହିତାଧୀକାରୀ ଙ୍କୁ ମାସିକ ୬୦୦୦ ଟଙ୍କା, ବ୍ୟାଙ୍କ ପରିବର୍ତ୍ତେ ପଞ୍ଚାୟତ ଜରୀୟାରେ ଭତ୍ତା ପ୍ରଦାନ ଓ ସମସ୍ତ ଭତ୍ତା ଆବେଦନ କାରୀ ଙ୍କୁ ତୁରନ୍ତ ଭତ୍ତା ମଞ୍ଜୁରୀ,୩୦୦ ୟୁନିଟ୍ ବିଦ୍ୟୁତ ଛାଡ଼ ଓ ସ୍ମାର୍ଟ ମିଟର ବନ୍ଦ, ବିନା କଟନି ଛଟନି ରେ ଚାଷୀ ଫସଲ ର ସହାୟକ ମୂଲ୍ୟ, ଗ୍ରାମୀଣ ଶ୍ରମିକ ଙ୍କ ହାତକୁ କାମ ଓ ଦୈନିକ ୭୦୦ ଟଙ୍କା ମଜୁରୀ, ସ୍କିମ ଶ୍ରମିକ ଙ୍କୁ ଶ୍ରମିକ ର ମାନ୍ୟତା ଓ ମାସିକ ସର୍ବନିମ୍ନ ୨୬୦୦୦ ଟଙ୍କା, ସମସ୍ତ ଡାକ୍ତର ଖାନାରେ ଡାକ୍ତର ପଦବୀ ପୂରଣ ସହ ଗଣତନ୍ତ୍ର ଓ ସମ୍ବିଧାନ ର ସୁରକ୍ଷା ପାଇଁ ବକ୍ତା ମାନେ ଦାବୀ କରିଥିଲେ। ଏକ ପ୍ରତିନିଧି ମଣ୍ଡଳୀ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଜରୀୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୧୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।ଡବଲ ଇଞ୍ଜିନ ସରକାର ଏଥିପ୍ରତି ଅବହେଳା କଲେ ଆଗାମୀ ଦିନରେ ବିଧାନସଭା ଅଭିଯାନ କାରାଯିବ ବୋଲି ପାର୍ଟି ପକ୍ଷରୁ ଆହ୍ୱାନ ଦିଆଯାଇଛି।
ଏହି ବିକ୍ଷୋଭ ଆନ୍ଦୋଳନ ରେ ପାର୍ଟି ର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଜିଲ୍ଲା ନେତା ନିତ୍ୟାନନ୍ଦ ପରିଡ଼ା, ସୁରେଶ ସ୍ବାଇଁ, ଶୁଶିଲ ମହାନ୍ତି, ଗଦାଧର ପ୍ରଧାନ, ସଞ୍ଜୁକ୍ତା ସେଠୀ, ସୁକାନ୍ତି ଜେନା, ଭିକାରୀ ଚରଣ ସାହୁ ଓ ରଜତ ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

Post Views: 4
Share196Tweet123Send
Voice of Victims

Voice of Victims

Recent Posts

  • ସିପିଆଇ(ଏମ୍)ର ରଣପୁର ବ୍ଲକ ଓ ବନାଞ୍ଚଳ ଅଫିସ୍ ଘେରାଉ
  • ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର, ଗୋଟିଏ ପରୀକ୍ଷାରେ ମିଳିବ ଏକାଧିକ ନିଯୁକ୍ତି ସୁଯୋଗ!
  • ରାଜଧାନୀକୁ ମିଳିବ ନୂଆ ପର୍ଯ୍ୟଟନ ଠିକଣା; ୮୦ କୋଟି ଟଙ୍କାର ‘ପାଣ୍ଡରା ରିଭରଫ୍ରଣ୍ଟ’ ପ୍ରକଳ୍ପ
  • ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ପୁଣି ଆରମ୍ଭ
  • ରଙ୍ଗୀନ୍ ମହାନ୍ତି ନୟାଗଡ ଜିଲ୍ଲା ହକି ଆସୋସିଏସନ୍ ସଭାପତି ନିର୍ବାଚିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In