• About Us
  • Contact Us
Saturday, November 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଇନ କାନୁନ

ଆଜି ବିବାଦୀୟ ସ୍ତମ୍ଭରେ ଜଳିବ ଦୀପ, ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

by Voice of Victims
November 28, 2026
in ଆଇନ କାନୁନ, ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଆଜି ବିବାଦୀୟ ସ୍ତମ୍ଭରେ ଜଳିବ ଦୀପ, ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ତାମିଲନାଡୁ: ଥିରୁପରାଙ୍କୁନ୍ଦ୍ରମ ଦୀପମ୍ ବିବାଦ । ଆଜି ବିବାଦୀୟ ସ୍ତମ୍ଭରେ ଜଳିବ ଦୀପ, ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମନ୍ଦିର ଟ୍ରଷ୍ଟି ବୋର୍ଡ ନିଲମ୍ବିତ, ଦୁଇ ଅବସରପ୍ରାପ୍ତ ବିଚାରପତିଙ୍କୁ ପରିଚାଳନା ଦାୟିତ୍ୱ । ତାମିଲନାଡୁର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଅଦାଲତ ଅବମାନନା ନୋଟିସ୍ କରିଥିବା ସୂଚନା ମିଳିଛି ।

ତାମିଲନାଡୁର ମଦୁରାଇସ୍ଥିତ ଥିରୁପରାଙ୍କୁନ୍ଦ୍ରମ ପାହାଡ଼ରେ କାର୍ତ୍ତିଗାଇ ଦୀପମ୍ ପ୍ରଜ୍ୱଳନକୁ ନେଇ ବିବାଦ ଏବେ ନୂଆ ମୋଡ଼ ନେଇଛି । ଆଜି ପାହାଡ଼ ଉପରେ ଥିବା ବିବାଦୀୟ ଦୀପଥୁନ୍ ପଥର ସ୍ତମ୍ଭରେ ପାରମ୍ପରିକ ଦୀପ ପ୍ରଜ୍ୱଳନ ପାଇଁ ଗତକାଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ନିର୍ଦ୍ଦେଶ ପାଳନ ହୋଇନଥିବାରୁ ତାମିଲନାଡୁ ସରକାର ଓ ମନ୍ଦିର କର୍ତ୍ତୃପକ୍ଷଙ୍କ ଉପରେ ସର୍ବୋଚ୍ଚ ଅଦାଲତ କ୍ଷୁବ୍ଧ ହୋଇଛନ୍ତି । ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରର ଟ୍ରଷ୍ଟି ବୋର୍ଡକୁ ନିଲମ୍ବିତ କରିବା ସହ ଦୁଇ ଅବସରପ୍ରାପ୍ତ ବିଚାରପତିଙ୍କୁ ମନ୍ଦିର ପରିଚାଳନା ଦାୟିତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ଶାସନ ସଚିବ, ଡିଜିପି ଓ ମଦୁରାଇ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରାଯାଇଛି । ଥିରୁପରାଙ୍କୁନ୍ଦ୍ରମ ପାହାଡ଼ରେ ଭଗବାନ ମୁରୁଗାନଙ୍କ ପ୍ରସିଦ୍ଧ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିର ଓ ସିକନ୍ଦର ବାଦଶାହ ଦରଗାହ ରହିଛି । ଦରଗାହ ନିକଟରେ ଥିବା ଦୀପଥୁନ୍ ପଥର ସ୍ତମ୍ଭକୁ ନେଇ ମୁଖ୍ୟ ବିବାଦ ଦେଖାଦେଇଛି । ହିନ୍ଦୁ ଆବେଦନକାରୀଙ୍କ ଦାବି, ଏହା ଏକ ପ୍ରାଚୀନ ଦୀପ ସ୍ତମ୍ଭ । ଏଠାରେ କାର୍ତ୍ତିଗାଇ ଦୀପମ୍ ପ୍ରଜ୍ୱଳନ ପାଇଁ ସେମାନେ ଅନୁମତି ଲୋଡ଼ିଥିଲେ ।

ଅନ୍ୟପଟେ ତାମିଲନାଡୁ ସରକାରଙ୍କ ଯୁକ୍ତି, ଏହା ବ୍ରିଟିଶ ଅମଳର ଏକ ସର୍ଭେ ସ୍ତମ୍ଭ । ସେଠାରେ ଦୀପ ଜାଳିବାର ପ୍ରତିଷ୍ଠିତ ପରମ୍ପରା ନାହିଁ । ଉଚ୍ଚିପିଲ୍ଲାୟାର ମନ୍ଦିର ନିକଟ ଦୀପ ମଣ୍ଡପରେ ଏହି ଧାର୍ମିକ ରୀତି ପାଳନ ହୋଇଆସୁଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ନଭେମ୍ବର ୨୦ରେ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ବ୍ୟବସ୍ଥା ଭାବେ ନଭେମ୍ବର ୨୪ରେ ଦୀପଥୁନ୍ ସ୍ତମ୍ଭରେ ଦୀପ ପ୍ରଜ୍ୱଳନ ପାଇଁ ଅନୁମତି ଦେଇଥିଲେ । କିନ୍ତୁ ବିବାଦୀୟ ସ୍ତମ୍ଭ ପରିବର୍ତ୍ତେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଦୀପ ଜଳାଯାଇଥିଲା । ଏହାକୁ ନେଇ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା । ଗତକାଲି ଶୁଣାଣି ବେଳେ ଅଦାଲତଙ୍କ ନିର୍ଦ୍ଦେଶ ପାଳନ ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ପାହାଡ଼ରେ ସୁରକ୍ଷା ପାଇଁ ସିଆରପିଏଫ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦରଗାହଠାରୁ ଅତି କମ୍ ରେ ୫୦ ମିଟର ଦୂରତା ରଖି ଶ୍ରଦ୍ଧାଳୁଙ୍କୁ ଦୀପ ଜାଳିବାକୁ ଅନୁମତି ମିଳିଛି । ମୁସଲିମ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନାରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ତାହା ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି । ଧାର୍ମିକ ପରମ୍ପରାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ନ୍ୟାୟପାଳିକାର ଅଧିକାର ଓ ସରକାରଙ୍କ ଉତ୍ତରଦାୟିତ୍ୱର ପ୍ରଶ୍ନ ହୋଇଛି । ତେବେ ବିବାଦୀୟ ସ୍ଥାନରେ ସ୍ଥାୟୀ ଭାବେ ଦୀପ ପ୍ରଜ୍ୱଳନ ଅଧିକାର ନେଇ ଚୂଡ଼ାନ୍ତ ରାୟ ଆସିନାହିଁ  ।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ଆଜି ବିବାଦୀୟ ସ୍ତମ୍ଭରେ ଜଳିବ ଦୀପ, ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
  • Xରେ ପୋଷ୍ଟ କରିବା ହେବ ଆହୁରି ସହଜ, ଆସିଲା ୧୮ ମାସର ସିଡ୍ୟୁଲିଂ ସୁବିଧା
  • ATM ନିୟମରେ RBIର ବଡ଼ ପରିବର୍ତ୍ତନ: ଏଣିକି ଗୋଟିଏ ବ୍ୟାଙ୍କ ନୁହେଁ, ଅନେକ ବ୍ୟାଙ୍କରୁ ଟଙ୍କା ନେବେ ATM କମ୍ପାନୀ; ଜାଣନ୍ତୁ ନୂଆ ନିୟମ
  • ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା
  • ବିଜେପିର ସଂଗଠନ ଅଭିଯାନ, ଡିସେମ୍ବର ୧ରୁ ପ୍ରବାସରେ ଯିବେ ମନ୍ତ୍ରୀ ଓ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In