• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ

by Voice of Victims
March 21, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ୨୦୨୪ରେ ସମାନ ସୁଯୋଗ ପାଇଁ ନିଜ ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରି ନିର୍ବାଚନ ଆୟୋଗ ଆଜି ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକ (ଏସପି) ଭାବେ ନେତୃତ୍ୱ ଦାୟିତ୍ୱରେ ଥିବା ଅଣକ୍ୟାଡର ଅଧିକାରୀଙ୍କ ପାଇଁ ବଦଳି ଆଦେଶ ଜାରି କରାଯାଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଓ ଏସପି ପଦବୀ ଯଥାକ୍ରମେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଏବଂ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଓ ଶ୍ରୀ ସୁଖବୀର ସିଂହ ସାନ୍ଧୁଙ୍କ ଉପସ୍ଥିତିରେ ଆୟୋଜିତ ବୈଠକ ପରେ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି।
ବଦଳି ହୋଇଥିବା ଅଧିକାରୀମାନେ ହେଲେ:
୧.    ଗୁଜରାଟ – ଛୋଟା ଉଦୟପୁର ଏବଂ ଅହମ୍ମଦାବାଦ ଗ୍ରାମୀଣ ଜିଲ୍ଲା ଏସପି
୨.    ପଞ୍ଜାବ – ପଠାନକୋଟ, ଫାଜିଲ୍‌କା, ଜଳନ୍ଧର ଗ୍ରାମୀଣ ଏବଂ ମାଲେରକୋଟଲା ଜିଲ୍ଲାର ଏସଏସପି
୩. ଓଡ଼ିଶା – ଢେଙ୍କାନାଳର ଜିଲ୍ଲାପାଳ ଏବଂ ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପି
୪. ପଶ୍ଚିମବଙ୍ଗ- ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ବ ବର୍ଦ୍ଧମାନ ଓ ବୀରଭୂମ ଜିଲ୍ଲାର ଡିଏମ୍
ଏହାବ୍ୟତୀତ ନିର୍ବାଚିତ ରାଜନୈତିକ ପ୍ରତିନିଧିଙ୍କ ସହ ସେମାନଙ୍କର ସମ୍ପର୍କ କିମ୍ବା ପାରିବାରିକ ସମ୍ପର୍କକୁ ଦୃଷ୍ଟିରେ ରଖି ପଞ୍ଜାବର ଭଟିଣ୍ଡା ଏସଏସପି ଏବଂ ଆସାମର ସୋନିତପୁର ଏସପିଙ୍କୁ ବଦଳି କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ପକ୍ଷପାତିତା କିମ୍ବା ଆପୋସ ବୁଝାମଣା ଆଶଙ୍କାକୁ ଦୂର କରିବା ପାଇଁ ଏହି ଦୁଇ ଜିଲ୍ଲାର ଅଧିକାରୀଙ୍କୁ ଆଗୁଆ ପଦକ୍ଷେପ ସ୍ୱରୂପ ବଦଳି କରାଯାଇଛି। ଅଣ-କ୍ୟାଡର ଅଧିକାରୀଙ୍କୁ ତତ୍କାଳ ପ୍ରଭାବ ସହିତ ଜିଲ୍ଲାପାଳ ଏବଂ ଏସପି/ଏସଏସପି ରୂପରେ ସେମାନଙ୍କର ବର୍ତ୍ତମାନର ଭୂମିକାରୁ ସ୍ଥାନାନ୍ତର କରିବା ଲାଗି ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆୟୋଗଙ୍କ ଆଦେଶ ପାଳନ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

Post Views: 44
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In